ମୂଲ୍ୟବୃଦ୍ଧି କମାଇବାରେ ଆର୍‌ବିଆଇ ବିଫଳ: ମୁଦ୍ରାସ୍ଫୀତି ୭.୧୪%କୁ ବୃଦ୍ଧି

ନୂଆଦିଲ୍ଲୀ,୧୨।୧୦: ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବାରେ ବିଫଳ ହୋଇଛନ୍ତି। ସେପ୍ଟେମ୍ବରରେ ଖାଉଟି ମୂଲ୍ୟସୂଚୀ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ୭.୪୧ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ଗତ ୫ ମାସ ମଧ୍ୟରେ ସର୍ବାଧିକ। କ୍ରମାଗତ ତୃତୀୟ ତ୍ରୈମାସିକରେ ମୁଦ୍ରାସ୍ଫୀତି ସହ୍ୟ ସ୍ତର ୨-୬%ରୁ ଅଧିକ ରହିଛି।
ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଜାରି ତଥ୍ୟ ଅନୁଯାୟୀ ସେପ୍ଟେମ୍ବର ମାସରେ ମୁଦ୍ରାସ୍ଫୀତି ୭.୪୧%କୁ ବୃଦ୍ଧି ପାଇଛି। ଖାଦ୍ୟ ସାମଗ୍ରୀଗୁଡ଼ିକର ଦରଦାମ୍‌ ବୃଦ୍ଧି ଯୋଗୁ ଅଗଷ୍ଟରେ ମୁଦ୍ରାସ୍ଫୀତି ୭.୦୦ ପ୍ରତିଶତକୁ ବଢ଼ିଥିଲା। ମୁଦ୍ରାସ୍ଫୀତିକୁ ୨ରୁ ୪ ପ୍ରତିଶତ ମଧ୍ୟରେ ସୀମିତ ରଖିବା ଲାଗି ସରକାର ଆର୍‌ବିଆଇ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଏଥିରେ ୨ ପ୍ରତିଶତ ବେଶୀ କିମ୍ବା କମ୍‌ ହୋଇପାରେ। ତେବେ ଗତ ଏପ୍ରିଲ ମାସରୁ ମୁଦ୍ରାସ୍ଫୀତି ଏହାଠାରୁ ଅଧିକ ରହିଆସିଛି। ଏହାକୁ ହ୍ରାସ କରିବାକୁ ଯାଇ ରିଜର୍ଭ ବ୍ୟାଙ୍କ କ୍ରମାଗତ ଭାବେ ରେପୋ ରେଟ୍‌ ବଢ଼ାଇ ଚାଲିଛନ୍ତି। ଏହା ସତ୍ତ୍ୱେ ମୁଦ୍ରାସ୍ଫୀତି କମୁ ନ ଥିବାରୁ ଆଗାମୀ ଦିନରେ ସୁଧହାର ପୁଣି ବଢ଼ିବା ସମ୍ଭାବନା ସୃଷ୍ଟି ହୋଇଛି। ସୁଧ ହାର ବଢ଼ିଲେ ସାଧାରଣ ଲୋକଙ୍କ ଉପରେ ଅଧିକ ଆର୍ଥିକ ବୋଝ ପଡ଼ିବ।
ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟି (ଏମ୍‌ପିସି) ପ୍ରତି ଦୁଇ ମାସରେ ମୁଦ୍ରାନୀତିର ସମୀକ୍ଷା କରିଥାନ୍ତି। ମୁଦ୍ରାନୀତି ନିର୍ଦ୍ଧାରଣ ବେଳେ ଖୁଚୁରା ମୁଦ୍ରାସ୍ଫୀତି ସଂଖ୍ୟାକୁ ବିଚାରକୁ ନିଆଯାଇଥାଏ। ମୁଖ୍ୟତଃ ଇନ୍ଧନ ଓ ଖାଦ୍ୟସାମଗ୍ରୀ ମୂଲ୍ୟ ବୃଦ୍ଧି ଯୋଗୁ ମୁଦ୍ରାସ୍ଫୀତି ବଢ଼ୁଛି। ଗତ ଫେବୃୟାରୀ ୨୪ରୁ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରେ ଏହାର ପ୍ରଭାବ ବଜାର ଦର ଉପରେ ପଡ଼ିଛି। ଏହାକୁ ନିୟନ୍ତ୍ରଣକୁ ଆଣିବା ଲାଗି ଦୀର୍ଘ ସମୟ ଲାଗିବ ବୋଲି କୁହାଯାଉଛି। ଖୁଚୁରା ମୁଦ୍ରାସ୍ଫୀତି ବଢ଼ିବାରେ ଖାଦ୍ୟସାମଗ୍ରୀ ଦରବୃଦ୍ଧି ୪୦ ପ୍ରତିଶତ ଦାୟୀ। ସେପ୍ଟେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୬୦ ପ୍ରତିଶତରେ ପହଞ୍ଚତ୍ଛି, ଯାହାକି ପୂର୍ବ ମାସରେ ୭.୬୨ ପ୍ରତିଶତ ରହିଥିଲା। ସେହିପରି ଗତବର୍ଷ ସେପ୍ଟେମ୍ବରରୁ ଚଳିତ ବର୍ଷ ସେପ୍ଟେମ୍ବର ମଧ୍ୟରେ ଇନ୍ଧନ ଓ ବିଦ୍ୟୁତ୍‌ ଦର ୧୧.୪୪ ପ୍ରତିଶତ ବଢ଼ିଛି। ଅନ୍ୟପକ୍ଷରେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ଗତ ସପ୍ତାହରେ ଏକ ଡଲାରର ବିନିମୟ ମୂଲ୍ୟ ୮୨ ଟଙ୍କା ୩୨ ପଇସାରେ ପହଞ୍ଚତ୍ଛି। ଆଗାମୀ ୬ ମାସ ଯାଏ ଏହି ଚାପ ରହିବ ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri