ରାୟଗଡ଼ା ଝୁଲାପୋଲ ବିପଜ୍ଜନକ

ରାୟଗଡ଼ା ଅଫିସ,୧ା୧୧:କଟକର ଧବଳେଶ୍ୱର ପରେ ରାୟଗଡ଼ାର ଚେକାଗୁଡ଼ା ନିକଟରେ ରହିଥିବା ଝୁଲାପୋଲ ରାଜ୍ୟରେ ଦ୍ୱିତୀୟ। ୨୦୧୧ରେ ୧ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚରେ ନାଗାବଳୀ ନଦୀ ଉପରେ ଏହି ପୋଲ ନିର୍ମାଣ କରାଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା, ପରିଚାଳନାର ଅଭାବ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ଅସାବଧାନତା କାରଣରୁ ଝୁଲାପୋଲ ବୁଲିବା ସମୟରେ ପୋଲ ତଳକୁ ଯାଇ ନଦୀ ନିକଟରେ ସେଲ୍‌ଫି ନେବା ଏବଂ ଗାଧୋଇବା ସମୟରେ ୫ ବର୍ଷ ମଧ୍ୟରେ ୨୫ରୁ ଊର୍ଦ୍ଧ୍ୱ ଜୀବନ ଚାଲିଯାଇଥିଲା। ଅଗଷ୍ଟ ମାସରେ ଆନ୍ଧ୍ର ପ୍ରଦେଶରୁ ବୁଲିବାକୁ ଆସିଥିବା ଏକ ପରିବାର ସହ ଘଟିଥିବା ଦୁର୍ଘଟଣା ଏବଂ ନଦୀରେ ଭାସିଯାଇ ୬ ବର୍ଷର ଶିଶୁର ଜୀବନ ଯିବାପରେ ସେପ୍ଟେମ୍ବରରେ ଜିଲା ପ୍ରଶାସନ ପକ୍ଷରୁ ସିମେଣ୍ଟ ଖୁଣ୍ଟ ଏବଂ ଲୁହାବାଡ଼ ଦେଇ ଝୁଲାପୋଲକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ହେଲେ ପର୍ଯ୍ୟଟକ ଏହାକୁ ଖାତିର ନ କରି ସିମେଣ୍ଟ ଖୁଣ୍ଟ ଭାଙ୍ଗି ଏବଂ ଲୁହାବାଡ଼କୁ ଉପାଡ଼ି ପୁଣି ପୋଲ ଉପରେ ବୁଲୁଛନ୍ତି।
ଏହି ପୋଲ ୧୧ ବର୍ଷ ତଳେ ନିର୍ମାଣ ହୋଇଥିବାବେଳେ ଥରେ ମଧ୍ୟ ମରାମତି କିମ୍ବା ଯାଞ୍ଚ ହୋଇନାହଁ। ରକ୍ଷଣାବେକ୍ଷଣ ଦାୟିତ୍ୱ କାହାର ତାହାର ସ୍ପଷ୍ଟ ଉତ୍ତର ମିଳୁନାହିଁ। ଆଇଟିଡିଏ ପକ୍ଷରୁ ପୋଲ ନିର୍ମାଣ ହୋଇଥିବାରୁ ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ତାହାର ବୋଲି ରାୟଗଡ଼ା ପୌରପାଳିକା ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆଇଟିଡିଏ କର୍ତ୍ତୃପକ୍ଷଙ୍କୁ ଏ ନେଇ ପଚାରିଲେ ପୌରପାଳିକା ଏବଂ ବ୍ଲକକୁ ଅଙ୍ଗୁଳି ଦେଖାଉଛନ୍ତି। ତେଣୁ ପୋଲର ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମଧ୍ୟରେ ମତପ୍ରକାଶ ପାଇଛି। ପୋଲ ବନ୍ଦ ପରେ ବି ପର୍ଯ୍ୟଟକଙ୍କ ବେଆଇନ ପ୍ରବେଶ ବିଷୟରେ ପୂର୍ବରୁ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସ୍ଥାୟୀ ପାଚେରି ନିର୍ମାଣ ସହ ପୋଲିସ ମୁତୟନ କରାଯିବ ବୋଲି ସେ କହିଥିଲେ। ହେଲେ ଏ ପର୍ଯ୍ୟନ୍ତ ସେଭଳି କୌଣସି ବ୍ୟବସ୍ଥା କରାଯାଇନାହିଁ। ସେହିପରି ରକ୍ଷଣାବେକ୍ଷଣ ଅଭାବରୁ ଝୁଲାପୋଲର ଲୁହା ପିଲାର୍‌ ଏବଂ ପାର୍ଶ୍ୱବାଡ଼ କଳଙ୍କି ଲାଗି ବିପଜ୍ଜନକ ଅବସ୍ଥାକୁ ଗଲାଣି। ଏ ବିଷୟରେ ରାୟଗଡ଼ା ଜିଲାପାଳ ସ୍ବଧା ଦେବ ସିଂଙ୍କୁ ପଚାରିବାରୁ ସେ କହିଛନ୍ତି, ଝୁଲାପୋଲର ଶୋଚନୀୟ ଅବସ୍ଥାକୁ ଦୃଷ୍ଟିରେ ରଖି ପୂର୍ବରୁ ବନ୍ଦ କରାଯାଇଛି। ପୋଲର ସମସ୍ତ ରିପୋର୍ଟ ଇଞ୍ଜିନିୟରିଂ ବିଭାଗରୁ ଆସିବା ପରେ ଏହା ଖୋଲାଯିବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri