ରାୟଗଡ଼ା ଝୁଲାପୋଲ ବିପଜ୍ଜନକ

ରାୟଗଡ଼ା ଅଫିସ,୧ା୧୧:କଟକର ଧବଳେଶ୍ୱର ପରେ ରାୟଗଡ଼ାର ଚେକାଗୁଡ଼ା ନିକଟରେ ରହିଥିବା ଝୁଲାପୋଲ ରାଜ୍ୟରେ ଦ୍ୱିତୀୟ। ୨୦୧୧ରେ ୧ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚରେ ନାଗାବଳୀ ନଦୀ ଉପରେ ଏହି ପୋଲ ନିର୍ମାଣ କରାଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା, ପରିଚାଳନାର ଅଭାବ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ଅସାବଧାନତା କାରଣରୁ ଝୁଲାପୋଲ ବୁଲିବା ସମୟରେ ପୋଲ ତଳକୁ ଯାଇ ନଦୀ ନିକଟରେ ସେଲ୍‌ଫି ନେବା ଏବଂ ଗାଧୋଇବା ସମୟରେ ୫ ବର୍ଷ ମଧ୍ୟରେ ୨୫ରୁ ଊର୍ଦ୍ଧ୍ୱ ଜୀବନ ଚାଲିଯାଇଥିଲା। ଅଗଷ୍ଟ ମାସରେ ଆନ୍ଧ୍ର ପ୍ରଦେଶରୁ ବୁଲିବାକୁ ଆସିଥିବା ଏକ ପରିବାର ସହ ଘଟିଥିବା ଦୁର୍ଘଟଣା ଏବଂ ନଦୀରେ ଭାସିଯାଇ ୬ ବର୍ଷର ଶିଶୁର ଜୀବନ ଯିବାପରେ ସେପ୍ଟେମ୍ବରରେ ଜିଲା ପ୍ରଶାସନ ପକ୍ଷରୁ ସିମେଣ୍ଟ ଖୁଣ୍ଟ ଏବଂ ଲୁହାବାଡ଼ ଦେଇ ଝୁଲାପୋଲକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ହେଲେ ପର୍ଯ୍ୟଟକ ଏହାକୁ ଖାତିର ନ କରି ସିମେଣ୍ଟ ଖୁଣ୍ଟ ଭାଙ୍ଗି ଏବଂ ଲୁହାବାଡ଼କୁ ଉପାଡ଼ି ପୁଣି ପୋଲ ଉପରେ ବୁଲୁଛନ୍ତି।
ଏହି ପୋଲ ୧୧ ବର୍ଷ ତଳେ ନିର୍ମାଣ ହୋଇଥିବାବେଳେ ଥରେ ମଧ୍ୟ ମରାମତି କିମ୍ବା ଯାଞ୍ଚ ହୋଇନାହଁ। ରକ୍ଷଣାବେକ୍ଷଣ ଦାୟିତ୍ୱ କାହାର ତାହାର ସ୍ପଷ୍ଟ ଉତ୍ତର ମିଳୁନାହିଁ। ଆଇଟିଡିଏ ପକ୍ଷରୁ ପୋଲ ନିର୍ମାଣ ହୋଇଥିବାରୁ ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ତାହାର ବୋଲି ରାୟଗଡ଼ା ପୌରପାଳିକା ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆଇଟିଡିଏ କର୍ତ୍ତୃପକ୍ଷଙ୍କୁ ଏ ନେଇ ପଚାରିଲେ ପୌରପାଳିକା ଏବଂ ବ୍ଲକକୁ ଅଙ୍ଗୁଳି ଦେଖାଉଛନ୍ତି। ତେଣୁ ପୋଲର ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମଧ୍ୟରେ ମତପ୍ରକାଶ ପାଇଛି। ପୋଲ ବନ୍ଦ ପରେ ବି ପର୍ଯ୍ୟଟକଙ୍କ ବେଆଇନ ପ୍ରବେଶ ବିଷୟରେ ପୂର୍ବରୁ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସ୍ଥାୟୀ ପାଚେରି ନିର୍ମାଣ ସହ ପୋଲିସ ମୁତୟନ କରାଯିବ ବୋଲି ସେ କହିଥିଲେ। ହେଲେ ଏ ପର୍ଯ୍ୟନ୍ତ ସେଭଳି କୌଣସି ବ୍ୟବସ୍ଥା କରାଯାଇନାହିଁ। ସେହିପରି ରକ୍ଷଣାବେକ୍ଷଣ ଅଭାବରୁ ଝୁଲାପୋଲର ଲୁହା ପିଲାର୍‌ ଏବଂ ପାର୍ଶ୍ୱବାଡ଼ କଳଙ୍କି ଲାଗି ବିପଜ୍ଜନକ ଅବସ୍ଥାକୁ ଗଲାଣି। ଏ ବିଷୟରେ ରାୟଗଡ଼ା ଜିଲାପାଳ ସ୍ବଧା ଦେବ ସିଂଙ୍କୁ ପଚାରିବାରୁ ସେ କହିଛନ୍ତି, ଝୁଲାପୋଲର ଶୋଚନୀୟ ଅବସ୍ଥାକୁ ଦୃଷ୍ଟିରେ ରଖି ପୂର୍ବରୁ ବନ୍ଦ କରାଯାଇଛି। ପୋଲର ସମସ୍ତ ରିପୋର୍ଟ ଇଞ୍ଜିନିୟରିଂ ବିଭାଗରୁ ଆସିବା ପରେ ଏହା ଖୋଲାଯିବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri