Categories: ବାଣିଜ୍ୟ

ରେ ବ୍ୟାନ୍‌ ଅପ୍ଟିକାଲ ଗ୍ୟାଲେରି ଉଦ୍‌ଘାଟିତ

ଭୁବନେଶ୍ୱର, ୬।୧୧: ଭୁବନେଶ୍ୱର ଅଶୋକନଗରସ୍ଥିତ ଜନପଥ ରୋଡ୍‌ର ଆର୍ଯ୍ୟ ପ୍ୟାଲେସ ହୋଟେଲ ନିକଟରେ ‘ରେ ବ୍ୟାନ୍‌ ଅପ୍ଟିକାଲ ଗ୍ୟାଲେରୀ’ ରବିବାର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଏମ୍‌ସିର ୪୧ନମ୍ବର ଓାର୍ଡର କର୍ପୋରେଟର କବିତା ସ୍ବାଇଁ ଓ ଜେ.ପି.ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ବିଶେଷ କରି ଏଠାରେ ‘ରେ ବ୍ୟାନ୍‌’ ଓ ଓକିଲସ୍‌ ଲୁକ୍‌ ପରି ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ର ଚଷମା ଏବଂ ଏସିଲର୍‌, କାଲଜାଇସ୍‌, ଭିଜନ ଆର ଏକ୍ସ, ନୋଭା ବ୍ରାଣ୍ଡ୍‌ର ଲେନ୍ସ ମଧ୍ୟ ଉପଲବ୍ଧ। ବିଶେଷ କରି ସନଗ୍ଳାସ୍‌ ଉପରେ ୨୦% ଓ ଲେନ୍ସ ଉପରେ ୧୫% ରିହାତି ପ୍ରଦାନ କରାଯାଉଛି ବୋଲି ଗ୍ୟାଲେରୀର ପ୍ରତିଷ୍ଠାତା ଆଦିତ୍ୟ କୁମାର ପଣ୍ଡା ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

Share