Posted inଖେଳ

ବ୍ୟାଟିଂ କରିବାକୁ ସୁଯୋଗ ଦେଲେନି ଗିଲ, ଏମିତି ରାଗ ଶୁଝେଇଦେଲେ ଜାଡେଜା

ନୂଆଦିଲ୍ଲୀ,୧୦।୧୧: ଅରୁଣ ଜେଟଲୀ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ଫର୍ମରେ ରହିଛି। ମାତ୍ର ଦେଢ଼ ଦିନ ଭିତରେ ଭାରତ ୫୧୮ ରନରେ ପ୍ରଥମ ଇନିଂସ ଘୋଷଣା କରିଛି। ଯଶସ୍ବୀ ଜୈସୱାଲ ଓ ଅଧିନାୟକ ଶୁଭମନ ଗିଲଙ୍କ ଶତକ ସହ ସାଇ ସୁଦର୍ଶନ, ଧ୍ରୁବ ଜୁରେଲ ଓ ନୀତୀଶ କୁମାର ରେଡ୍ଡୀଙ୍କ ଉଲ୍ଲେଖନୀୟ ଇନିଂସ ଦଳକୁ ମଜଭୁତ କରିଛି। କିନ୍ତୁ ଅଧିନାୟକ ଗିଲଙ୍କ ଇନିଂସ ଘୋଷଣା ନିଷ୍ପତ୍ତି ଯୋଗୁ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ବ୍ୟାଟିଂ ସୁଯୋଗ ମିଳି ନ ଥିଲା, ଯାହାର ରାଗ ସେ ନିଜ ବୋଲିଂ ଜରିଆରେ ୱେଷ୍ଟଇଣ୍ଡିଜ ଉପରେ ସୁଝାଇଛନ୍ତି।

ଶନିବାର, ୧୧ ଅକ୍ଟୋବର ଥିଲା ଟେଷ୍ଟର ଦ୍ୱିତୀୟ ଦିନ। ଭାରତ ପ୍ରଥମ ଦିନର ୩୧୮ ରନରୁ ଆଗକୁ ଖେଳ ଆରମ୍ଭ କରି ଦ୍ୱିତୀୟ ଇନିଂସରେ ୨୦୦ ରନ ଯୋଡ଼ି ଇନିଂସ ଘୋଷଣା କରିଥିଲା। ଏହା ଫଳରେ ଜାଡେଜାଙ୍କୁ ବ୍ୟାଟିଂ ସୁଯୋଗ ମିଳି ନ ଥିଲା। ଫଳରେ ପୂର୍ବ ମ୍ୟାଚରେ ଶତକ ହାସଲ କରିଥିବା ଜାଡେଜାଙ୍କ ପାଇଁ ଆଉ ଏକ ବଡ଼ ଇନିଂସ ଖେଳିବାର ସୁଯୋଗ ହାତଛଡ଼ା ହୋଇଯାଇଥିଲା। କିନ୍ତୁ ଜାଡେଜା ନିଜର ବୋଲିଂ ଓ ଫିଲ୍ଡିଂ ଜରିଆରେ ୱେଷ୍ଟଇଣ୍ଡିଜକୁ କଡ଼ା ଜବାବ ଦେଇଛନ୍ତି।

ୱେଷ୍ଟଇଣ୍ଡିଜର ୨-୩ ଜଣ ବ୍ୟାଟ୍ସମ୍ୟାନ ଦମଦାର ଆରମ୍ଭ କରି ଭାରତୀୟ ବୋଲରମାନଙ୍କୁ ବେଶ କିଛି ସମୟ ପାଇଁ ଅସୁବିଧାରେ ପକାଇଥିଲେ। କିନ୍ତୁ ଜାଡେଜା ବ୍ୟାଟିଂ ସୁଯୋଗ ନ ମିଳିବାର ରାଗ ନିଜ ବୋଲିଂରେ ଦେଖାଇଥିଲେ। ସେ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନମାନଙ୍କୁ ଜଣଙ୍କ ପରେ ଜଣଙ୍କୁ ନିଜ ସ୍ପିନ ଜାଲରେ ଫସାଇଥିଲେ। ଏହାର ଆରମ୍ଭ ହୋଇଥିଲା ଓପନର ଜନ କ୍ୟାମ୍ପବେଲଙ୍କ ଉଇକେଟ ସହ, ଯାହାଙ୍କୁ ସାଇ ସୁଦର୍ଶନ ଏକ ଅଦ୍ଭୁତ କ୍ୟାଚ ନେଇ ପାଭିଲିୟନ ଫେରାଇଥିଲେ। ଜାଡେଜାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉଇକେଟ ଥିଲା ଏଲିକ ଆଥେନାଜେ ଓ ତେଜନାରାୟଣ ଚନ୍ଦ୍ରପାଲଙ୍କ ମଧ୍ୟରେ ହେଉଥିବା ବଡ଼ ଭାଗିଦାରୀ ଭାଙ୍ଗିବା। ଏହି ଦୁଇ ବ୍ୟାଟ୍ସମ୍ୟାନ ଦଳକୁ ୧୦୦ ରନ ପାଖାପାଖି ପହଞ୍ଚାଇଥିଲେ। ଏହି ସମୟରେ ତେଜନାରାୟଣ ଜାଡେଜାଙ୍କ ନୂଆ ଓଭରର ପ୍ରଥମ ବଲରେ ଛକା ମାରିଥିଲେ। ଏହା ଜାଡେଜାଙ୍କୁ ପସନ୍ଦ ନଥିଲା ଏବଂ ପରବର୍ତୀ ୨ଟି ବଲ ମଧ୍ୟରେ ସେ ୱିଣ୍ଡିଜ ଓପନରଙ୍କୁ ପାଭିଲିୟନ ଫେରାଇଥିଲେ।

ଜାଡେଜା ଏଠାରେ ନ ରହି ଶୀଘ୍ର ହିଁ ୱେଷ୍ଟଇଣ୍ଡିଜ ଅଧିନାୟକ ରଷ୍ଟନ ଚେଜଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରିଥିଲେ। ଫିଲ୍ଡିଂରେ ମଧ୍ୟ ଜାଡେଜାଙ୍କ ଯୋଗଦାନଯଦି ଏହା ଯଥେଷ୍ଟ ନଥିଲା, ତେବେ ଜାଡେଜା ନିଜର ଫିଲ୍ଡିଂରେ ମଧ୍ୟ ଅବଦାନ ରଖିଥିଲେ। କୁଲଦୀପ ଯାଦବଙ୍କ ବଲରେ ଜାଡେଜା ଏଲିକ ଆଥେନାଜେଙ୍କ କ୍ୟାଚ ଧରିଥିଲେ, ଯିଏ ପ୍ରଥମ ଦିନରେ ୱେଷ୍ଟଇଣ୍ଡିଜ ପାଇଁ ସର୍ବାଧିକ ୪୧ ରନ ସଂଗ୍ରହ କରିଥିଲେ। ଏହିପରି ଭାବେ ବ୍ୟାଟିଂରେ ସୁଯୋଗ ନ ମିଳିବା ପରେ ଜାଡେଜା ବୋଲିଂ ଓ ଫିଲ୍ଡିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ। ନିଜର ୧୪ ଓଭରରେ ସେ ୩୭ ରନ ଦେଇ ୩ଟି ଉଇକେଟ ହାସଲ କରିଥିଲେ। ଏହା ଫଳରେ ମଜଭୁତ ଅବସ୍ଥାନରେ ଥିବା ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ୪ ଉଇକେଟ ହରାଇ ୧୪୦ ରନ ସଂଗ୍ରହ କରିଛିଏବଂ ଭାରତଠାରୁ ୩୭୮ ରନରେ ପଛରେ ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?