Posted inଖେଳ

ଧୋନୀଙ୍କ ପରେ ଚେନ୍ନାଇ ମଙ୍ଗ ଧରିବେ ଏହି କ୍ରିକେଟର! କିଛି ଏଭଳି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୫।୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୫ତମ ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)ର ନୂଆ ଟିମ୍‌ର ମଙ୍ଗ ଧରିବ କିଏ। ସେନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି। ଏମ୍‌ଏସ୍‌ ଧୋନୀଙ୍କ ପରେ ରବିନ୍ଦ୍ର ଜାଡେଜାଙ୍କୁ ଦଳର ଅଧିନାୟକ କରାଯାଇପାରେ ବୋଲି କୁହାଯାଉଛି। ରମେଶ ବାଲା ଟୁଇଟରରେ ଶୁକ୍ରବାର ଏକ ପୋଷ୍ଟ କରିବା ପରେ ଏଭଳି କିଛି କଳ୍ପନାଜଳ୍ପନା ଚାଲିଛି।

 

କିଛି ଦିନ ପୂର୍ବେ ଏକ କାର୍ଯ୍ୟକ୍ରମରେ ଧୋନୀ କହିଥିଲେ ଯେ ଯେତେବେଳେ ସେ ଆଇପିଏଲ୍‌ରେ ଶେଷ ମ୍ୟାଚ୍‌ ଖେଳିବେ, ତାହା ଚେନ୍ନାଇର ଚେପାକ ମଇଦାନରେ ହିଁ ହେବ। ଏଣୁ ୨୦୨୨ରେ ସେ କେତୋଟି ମ୍ୟାଚ୍‌ ଖେଳିବେ ଅଥବା ପୂରା ସିଜନ୍‌ ସେ ରହିବେ ତାହା ସ୍ପଷ୍ଟ ହୋଇନାହିଁ। ଅପରପକ୍ଷେ ଫ୍ରାଞ୍ଚାଇଜ୍‌ ତାଙ୍କୁ ଆଗାମୀ ଆଇପିଏଲ୍‌ ପାଇଁ ମଧ୍ୟ ରିଟେନ୍‌ କରଛି। ଏବେ ତାଙ୍କ ସହ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ଓପନର୍‌ ଋତୁରାଜ ଗାୟକଓ୍ବାଡ ଏବଂ ଇଂଲଣ୍ଡ ଅଲରାଉଣ୍ଡର ମୋଇନ୍‌ ଅଲିଙ୍କୁ ମଧ୍ୟ ରଖାଯାଇଛି। ଏସବୁ ଦେଖିଲେଧୋନୀଙ୍କ ପରେ ଜାଡେଜାଙ୍କୁ ନୂତନ ଅଧିନାୟକ କରାଯାଇପାରେ। ହେଲେ ଏଯାଏ ସରକାରୀ ଭାବେ କୌଣସି ଘୋଷଣା କରାଯାଇନାହିଁ।

ଜାଡେଜାଙ୍କ ଆଇପିଏଲ୍‌ ଯାତ୍ରା ଦେଖିଲେ ସେ ୨୦୦୮ରେ ଡେବ୍ୟୁ କରିଥିଲେ। ପ୍ରଥମେ ସେ ରାଜସ୍ଥାନ ରୟାଲ୍ସର ଅଂଶ ଥିଲେ। ଏହି ସିଜନ୍‌ରେ ରାଜସ୍ଥାନ ଥରଟିଏ ପାଇଁ ଆଇପିଏଲ୍‌ ଚାମ୍ପିୟନ ହୋଇଥିଲା। ଏହାପରେ ଜାଡେଜା ଚେନ୍ନାଇକୁ ଆସିଥିଲେ। ୨୦୧୮ରେ ଚେନ୍ନାଇ ପୁଣି ଫେରିବା ପରେ ଜାଡେଜା ଏହି ଟିମ୍‌ର ଅଂଶ ହୋଇଥିଲେ। ସିଜନ୍‌ରେ ଚେନ୍ନାଇ ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଥିଲା। ସେବେଠାରୁ ୨୦୨୧ରେ ଚେନ୍ନାଇ ଚତୁର୍ଥ ଥର ପାଇଁ ଚାମ୍ପିୟନ ହେବା ପର୍ଯ୍ୟନ୍ତ ଜାଡେଜା ଦଳ ଛାଡ଼ି ନ ଥିଲେ। ଏଯାବତ ସେ ୨୦୦ ମ୍ୟାଚ୍‌ ଖେଳିସାରିଛନ୍ତି। ଏଥିରେ ସେ ୨୩୮୬ ରନ୍‌ କରିଥିବା ବେଳେ ୧୨୭ ଉଇକେଟ ନେଇଛନ୍ତି। ମଇଦାନରେ ମଧ୍ୟ ସେ ଜଣେ ମହାନ ଫିଲ୍ଡର।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri