Posted inଖେଳ

ପାକିସ୍ତାନ ଆଗରେ ୪୦୨ ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଲା ନ୍ୟୁଜିଲାଣ୍ଡ

ବେଙ୍ଗାଲୁରୁ,୪।୧୧: ବେଙ୍ଗାଲୁରୁସ୍ଥିତ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ୨୦୨୩ କ୍ରିକେଟ୍‌ ବିଶ୍ୱକପ୍‌ର ଶନିବାର ଖେଳାଯାଇଥିବା ୩୫ତମ ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ଉଇକେଟ ହରାଇ ୪୦୧ ରନ୍‌ କରିଛି। ଫଳରେ ପାକିସ୍ତାନ ଆଗରେ ୪୦୨ ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଛି ନ୍ୟୁଜିଲାଣ୍ଡ।

ନ୍ୟୁଜିଲାଣ୍ଡ ଦୁଇ ଓପନର ଡିଭନ କନ୍‌ୱେ ଏବଂ ରଚିନ ରବୀନ୍ଦ୍ର ଦଳକୁ ଭଲ ଷ୍ଟାର୍ଟ ଦେଇଥିଲେ। ଡିଭନ କନୱେ ୩୫ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ହେଲେ ରଚିନ ରବୀନ୍ଦ୍ର ଏବଂ ଅଧିନାୟକ କେନ୍‌ ଓ୍ବିଲିୟମସନ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ରବୀନ୍ଦ୍ର ୯୪ ବଲ୍‌ରେ ୧୫ ଚଉକା ସହ ଗୋଟିଏ ଛକା ସହାୟତାରେ ୧୦୮ ରନ୍‌ ବିସ୍ଫୋରକ ଇନିଂସ୍‌ ଖେଳିଥିଲେ। ସେହିପରି ଅଧିନାୟକ ଓ୍ବିଲିୟମସନ ୭୯ ବଲ୍‌ରେ ୧୦ ଚଉକା ଏବଂ ୨ ଛକା ସହାୟତାରେ ୯୫ ରନ୍‌ର ଗୁରୁତ୍ୱପୂର୍ଣ୍ଣ ବ୍ୟାଟିଂ କରିଥିଲେ। ସେହିପରି ଡାରିଲ୍‌ ମିଚେଲ ୨୯ ରନ୍‌ କରିଥିବା ବେଳେ ମାର୍କ ଚାପମ୍ୟାନ୍‌ ୩୯ ରନ୍‌ କରିଥିଲେ।

ଶେଷ ବେଲକୁ ଗ୍ଲେନ୍‌ ଫିଲିପ୍ସ ଏବଂ ମିଚେଲ ସାଣ୍ଟନର ଧୂଆଁଧାର ବ୍ୟାଟିଂ କରିଥିଲେ। ଫିଲିପ୍ସ ୨୫ ବଲ୍‌ରେ ୪ ଚଉକା ଏବଂ ୨ ଛକା ସହାୟତାରେ ୪୧ ରନ୍‌ କରିଥିବା ବେଳେ ସାଣ୍ଟନର ୧୭ ବଳ୍‌ରେ ୨ ଛକା ସହାୟତାରେ ୨୬ ରନ୍‌ର ମହତ୍ତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଫଳରେ ନ୍ୟୁଜିଲାଣ୍ଡ ୫୦ ଓଭରରେ ୬ ଉଇକେଟ ହରାଇ ୪୦୧ ରନ୍‌ କରିବାରେ ସକ୍ଷମ ହୋଇଥିଲା।

ପାକିସ୍ତାନର ସହମ୍ମଦ ଓ୍ବାଶିମ୍‌ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ହାସନ୍‌ ଅଲି, ଇପ୍ଟକର ଅହମ୍ମଦ ଏବଂ ହରିସ ରାଉଫ୍‌ ଗୋଟିଏ ଲେଖାଁଏ ଉଇକେଟ୍‌ ନେବାରେ ସକ୍ଷମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି।…

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ…

ଖରାଦିନ ଆରମ୍ଭରୁ ସମସ୍ୟା: ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ୟୁବ୍‌ୱେଲରୁ ବାହାରୁଛି ଲୁଣାପାଣି

କେନ୍ଦ୍ରାପଡ଼ା,୩୦ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୯ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଅବଧି ବହୁ ପୂର୍ବରୁ ସରିଛି। ମାତ୍ର ଗୋଟିଏ ବି ପ୍ରକଳ୍ପ ଅଦ୍ୟାବଧି ସମ୍ପୂର୍ଣ୍ଣ…

ପୁରୀ ଜିଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ

ପୁରୀ,୩୦ା୧: ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ ଜାରି ହୋଇଛି। ଅଦାଲତ ଅବମାନନା ମାମଲାରେ କାହିଁକି ଦଣ୍ଡିତ କରାଯିବନି ଜବାବ ତଲବ କରିଛନ୍ତି…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ମଧ୍ୟାହ୍ନ ଭୋଜନ ରୋଷେଇବେଳେ ସ୍କୁଲରେ ଘଟିଲା ଅଘଟଣ: ପ୍ରେସର କୁକର ଫାଟି…

ଆଠଗଡ଼,୩୦।୧: ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇବେଳେ ଘଟିଲା ଅଘଟଣ। ଗୋବିନ୍ଦ ମାଧବପୁର ନୋଡାଲ ଉପ୍ରା ବିଦ୍ୟାଳୟରେ ରୋଷେଇ ସମୟରେ ପ୍ରେସର କୁକର ଫାଟି ୨ ପାଚିକା…

ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର: ଜାଣନ୍ତୁ କେତେ ବୟସ ହୋଇଥିବା ଆବଶ୍ୟକ

ଭୁବନେଶ୍ୱର,୩୦।୧: ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ରାଜ୍ୟ ସରକାର। ୬୦ରୁ ୭୫ ବର୍ଷ ବୟସ୍କ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ। ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri