Categories: ଖେଳ

କୁମ୍ବଲେଙ୍କୁ ଟପିଲେ ଅଶ୍ୱିନ

ଅହମଦାବାଦ,୧୧।୩: ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଭାରତର କିମ୍ବଦନ୍ତୀ ଅନିଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିରେ କୁମ୍ବଲେ ୧୧୧ ଉଇକେଟ ନେଇଥିବା ବେଳେ ୧୧୩ ଉଇକେଟ ସହିତ ଅଶ୍ୱିନ ତାଙ୍କୁ ଅତିକ୍ରମ କରିଛନ୍ତି।

ଟଡ୍‌ ମର୍ଫି ଓ ନାଥାନ ଲିୟନଙ୍କୁ ଅଶ୍ୱିନ ଆଉଟ କରି ନିଜର ୪୧୨ ଓ ୪୧୩ ତମ ସଫଳତା ହାସଲ କରିଥିଲେ। ୩୬ ବର୍ଷୀୟ ଅଶ୍ୱିନ ନିଜ ଟେଷ୍ଟ କ୍ୟାରିୟରରେ ୩୨ତମ ୫ ଉଇକେଟ ସଫଳତା ହାସଲ କରିଛନ୍ତି। ଭାରତ ମାଟିରେ ଏହା ତାଙ୍କର ୨୬ତମ ୫ ଉଇକେଟ ସଫଳତା। ଟେଷ୍ଟରେ ଭାରତୀୟଙ୍କ ମଧ୍ୟରେ ଦ୍ୱିତୀୟ ସର୍ବାଧିକ ଉଇକେଟ ହାସଲକାରୀ କରିଥିବା ଅଶ୍ୱିନ ଆଇସିସି ର଼୍ୟାଙ୍କିଙ୍ଗରେ ଯୁଗ୍ମ ପ୍ରଥମ ସ୍ଥାନରେ ରହିଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିରେ ନାଥାନ ଲିୟନ୍‌ ଓ ଆର. ଅଶ୍ୱିନ ୧୧୩ ଉଇକେଟ ସହିତ ଯୁଗ୍ମ ଭାବରେ ପ୍ରଥମ ସ୍ଥାନରେ ରହିଛନ୍ତି।

Share