Posted inଖେଳ

ଶାସ୍ତ୍ରୀ କହିଲେ ‘ସାରା ଜୀବନ ପାଇଁ ବ୍ୟାନ୍‌ ଲଗାଇଦେବା ଉଚିତ’

ମୁମ୍ବାଇ,୯।୪: ନିକଟରେ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଜୀବନରେ ଅଙ୍ଗେ ନିଭାଇଥିବା ଏକ ଛାତି ଥରା ଘଟଣା ଉପରୁ ପରଦା ଉଠାଇଥିଲେ। ଜଣେ ଖେଳାଳି ତାଙ୍କୁ ନିଶାରେ ୧୫ ମହଲା ବାଲକୋନୀର ତଳକୁ ଝୁଲାଇ ରଖିଥିଲେ। ଏପରିକି ତାଙ୍କର ଟିକିଏ ଅସାବଧାନତାରେ ଜୀବନ ଚାଲିଯାଇଥାନ୍ତା ବୋଲି ସେ କହିଥିଲେ। ଏହି ବୟାନକୁ ନେଇ ପ୍ରଥମେ ବିରେନ୍ଦ୍ର ସେହ୍ବାଗଙ୍କ ପରେ ପୂର୍ବତନ ଭାରତୀୟ କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ ତାଙ୍କ ସମର୍ଥନରେ ବାହାରିଛନ୍ତି।

ଶାସ୍ତ୍ରୀ କହିଛନ୍ତି, ଏହା ମଜା ତ ବିଲ୍‌କୁଲ ନୁହେଁ। ଜାଣେନା ଚହଲଙ୍କ ସହ ଏପରି କିଏ କରିଛନ୍ତି। ହେଲେ ତାଙ୍କର ମାନସିକ ସ୍ଥିତି ଠିକ୍‌ ନାହିଁ। ଯଦି ଏପରି ହୋଇଥାଏ ତେବେ ଏହା ଚିନ୍ତାର ବିଷୟ। କାହାର ନା କାହାର ଜୀବନ ବିପଦରେ, କିଛି ଲୋକ ଭାବୁଛନ୍ତି ଏହା ମଜାଦାର କଥା, ହେଲେ ମୋ’ ପାଇଁ ଏହା ହସିବାର କଥା ନୁହେଁ। ଯେଉଁ ବ୍ୟକ୍ତି ଏପରି କରିଛନ୍ତି ତାଙ୍କର ମାନସିକ ସ୍ଥିତି ଠିକ୍‌ ନାହିଁ। ଏଭଳି କଥା ଜୀବନରେ ପ୍ରଥମ ଥର ପାଇଁ ଶୁଣୁଛି। ସେହି ବ୍ୟକ୍ତିଙ୍କ ଉପରେ ସାରା ଜୀବନ ପାଇଁ ପ୍ରତିବନ୍ଧକ ଲଗାଇଦେବା ଉଚିତ। ଏଥିସହ ତାଙ୍କୁ ଚିକିତ୍ସା ଲାଗି ରିହାବ ସେଣ୍ଟରକୁ ପଠାଇବା ଉଚିତ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ୩୧ ବର୍ଷୀୟ ଚହଲ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ସହ କଥାବାର୍ତ୍ତା ବେଳର ଏକ ଭିଡିଓ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଶେୟାର କରାଯାଇଥିଲା। ଏଥିରେ ଚହଲ କହିଥିଲେ ମୋର ଯେଉଁ କାହାଣୀ, ସେ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଛନ୍ତି। ମୁଁ ଆଜିଯାଏ କାହାକୁ କହିନାହିଁ। ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବା ସମୟରେ ନିଶାରେ ଥାଇ ଜଣେ ଖେଳାଳି ମୋତେ ଡାକିନେଇ ୧୫ ମହଲା ବାଲକୋନୀରୁ ଝୁଲାଇ ରଖିଥିଲେ। ମୁଁ ନିଜ ହାତରେ ତାଙ୍କ ମୁଣ୍ଡ ଧରିନେଇଥିଲି। ଯଦି ମୁଁ ହାତ ଛାଡ଼ି ଦେଇଥାନ୍ତି ତେବେ ୧୫ ମହଲାରୁ ତଳକୁ ପଡ଼ିଯାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri