Posted inଖେଳ

ରାଗରେ ଜୋତା ଧରି ଏହି କ୍ରିକେଟର୍‌ଙ୍କୁ ମାରିବାକୁ ଗୋଡାଇ ଥିଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧୫।୯: ଟିମ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ନିକଟରେ ଏକ ପୁସ୍ତକ ‘ଷ୍ଟାରଗେଜିଂ-ଦ ପ୍ଲେୟାର୍ସ ଇନ୍‌ ମାଇ ଲାଇଫ୍‌’ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକରେ ସେ ତାଙ୍କ କ୍ୟାରିୟର ସମୟରେ କ୍ରିକେଟ ପଡ଼ିଆ ଭିତରେ ତଥା ବାହାରେ ଘଟିଥିବା ଘଟଣାଗୁଡ଼ିକ ଉପରେ ବଡ଼ ଖୁଲାସା କରିଛନ୍ତି। ରବି ଶାସ୍ତ୍ରୀ ତାଙ୍କ ପୁସ୍ତକରେ ପାକିସ୍ତାନର ପୂର୍ବତନ ବ୍ୟାଟ୍ସମ୍ୟାନ ଜାଭେଦ ମିଆଣ୍ଡାଦଙ୍କ ସହ ଜଡିତ ଏକ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି, ଯାହା ଖୁବ କମ ଲୋକ ଜାଣନ୍ତି।
ରବି ଶାସ୍ତ୍ରୀ ପ୍ରକାଶ କରିଛନ୍ତି ଯେ, ଥରେ ସେ ପାକିସ୍ତାନର ପୂର୍ବତନ ବ୍ୟାଟ୍ସମ୍ୟାନ ଜାଭେଦ ମିଆନ୍ଦାଦଙ୍କୁ ଜୋତା ଦେଇ ଦୌଡ଼ିଥିଲେ। ୧୯୮୭ ମସିହାରେ ପାକିସ୍ତାନ ଦଳ ଭାରତ ଗସ୍ତରେ ଥିଲା ସମୟରେ ଏହି ଘଟଣା ଘଟିଥିଲା। ମାର୍ଚ୍ଚ ୨୦ରେ ହାଇଦ୍ରାବାଦ ପଡିଆରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଖେଳାଯାଉଥିଲା। ପ୍ରଥମେ ବ୍ୟାଟିଂ କରି ରବି ଶାସ୍ତ୍ରୀଙ୍କ ୬୯ ଓ କପିଲ ଦେବଙ୍କ ୫୯ ରନ ଯୋଗୁ ଟିମ ଇଣ୍ଡିଆ ୪୪ ଓଭରରେ ୨୧୨ ରନ ସଂଗ୍ରହ କରିଥିଲା। ଏହି ମ୍ୟାଚ ଉତ୍ସାହରେ ପରିପୂର୍ଣ୍ଣ ଥିଲା ଏବଂ ଶେଷ ବଲରୁ ଜିତିବା ପାଇଁ ପାକିସ୍ତାନ ଦଳକୁ ଦୁଇଟି ରନ ଆବଶ୍ୟକ ଥିଲା। ତେବେ ପାକିସ୍ତାନର ଦଳ ଏହା କରିବାରେ ସଫଳ ହୋଇପାରି ନ ଥିଲା ଏବଂ ଦ୍ୱିତୀୟ ରନ ନେବା ଚକ୍କରରେ ଅବଦୁଲ କାଦିର ଆଉଟ ହୋଇଥିଲେ।
ଭାରତ ଏବଂ ପାକିସ୍ତାନ ସମାନ ସ୍କୋର କରିଥିଲେ ମଧ୍ୟ ଭାରତ ୬ଟି ଏବଂ ପାକିସ୍ତାନ ସାତ ଉଇକେଟ ହରାଇଥିଲା। ଗୋଟିଏ ଉଇକେଟ କମ୍‌ ଯାଇଯିବା କାରଣରୁ ଟିମ ଇଣ୍ଡିଆକୁ ବିଜେତା ଘୋଷିତ କରାଯାଇଥିଲା। ପରାଜୟରେ ହତାଶ ହୋଇ ଜାଭେଦ ମିଆନ୍ଦାଦ ଚିତ୍କାର କରି ଭାରତୀୟ ଡ୍ରେସିଂ ରୁମକୁ ଆସି କହିଥିଲେ ଯେ ତୁମେ ପ୍ରତାରଣା କରି ଜିତିଛି। ଏହା ଶୁଣି ରବି ଶାସ୍ତ୍ରୀଙ୍କ ରକ୍ତ ଗରମ ହୋଇଯାଇଥିଲା ଏବଂ ସେ ଜୋତା ଉଠାଇ ମିଆନ୍ଦାଦ ମାରିବାକୁ ପାକିସ୍ତାନୀ ଡ୍ରେସିଂ ରୁମକୁ ଯାଇଥିଲେ। ପାକିସ୍ତାନୀ ଅଧିନାୟକ ଇମ୍ରାନ ଖାନ ଏଥିରେ ହସ୍ତକ୍ଷେପ କରି ମାମଲାକୁ ଶାନ୍ତ କରିଥିଲେ। ତେବେ ଉଭୟ ଖେଳାଳି ଏହି ମାମଲାକୁ ଅଧିକ ବଢାଇ ନ ଥିଲେ ଏବଂ ଏହାକୁ ଭୁଲିଯିବା ଭଲ ବୋଲି ଭାବିଥିଲେ। ପରବର୍ତ୍ତୀ ମ୍ୟାଚ ପାଇଁ ଯେତେବେଳେ ଉଭୟ ଦଳ ପୁଣେ ଯାଉଥିଲେ, ଉଭୟ ଖେଳାଳି ବିମାନରେ ଏକାଠି ସମୟ ଅତିବାହିତ କରି ସମସ୍ତ ଅଭିଯୋଗ ଦୂର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri