Posted inଖେଳ

ଗୋଟିଏ ଝଟ୍‌କାରେ ଶେଷ ହୋଇଥାନ୍ତା ବିଶ୍ନୋଇଙ୍କ କ୍ୟାରିୟର ! ମୁହଁରେ ବାଜିଲା ବଲ୍‌, ଗୋଟିଏ ଇଞ୍ଚରୁ ବଞ୍ଚିଗଲା ଆଖି…

ପାଲେକେଲ୍‌,୨୮।୭: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ବିଜେତା ହୋଇଛି। ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆ ୨୧୩ ରନ୍‌ କରିଥିଲା। ଜବାବରେ ଶ୍ରୀଲଙ୍କା ଟିମ୍‌ ୧୭୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ତେବେ ଏହି ମ୍ୟାଚ୍‌ରେ ଏଭଳି କିଛି ଘଟିଥିଲା ଯାହାକୁ ଦେଖି ଭାରତୀୟ ପ୍ରଶଂସକଙ୍କ ସହ ଶ୍ରୀଲଙ୍କା ପ୍ରଶଂସକଙ୍କ ହୃଦ୍‌ସ୍ପନ୍ଦନ ବଢ଼ାଇ ଦେଇଥିଲା।

ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଲେଗ୍‌ ସ୍ପିନର ରବି ବିଶ୍ନୋଇଙ୍କ ମୁହଁରେ ବଲ୍‌ ବାଜିଥିଲା। ସେ ଯନ୍ତ୍ରଣାରେ ଛଟପଟ ହୋଇଯାଇଥିଲେ। ସୌଭାଗ୍ୟବଶତଃ ବଲ୍‌ ତାଙ୍କ ଆଖିରେ ବାଜି ନ ଥିଲା। ନଚେତ ତାଙ୍କ କ୍ୟାରିୟର ଉପରେ ବିପଦ ଦେଖାଯାଇଥାନ୍ତା।

୧୬ ଓଭରରେ ବିଶ୍ନୋଇଙ୍କ ସହ ଏହି ଦୁର୍ଘଟଣା ଘଟିଥିଲା। ସୂର୍ଯ୍ୟକୁମାର ଯାଦବ ତାଙ୍କୁ ବୋଲିଂ କରିବାକୁ କହିବା ପରେ ପ୍ରଥମ ବଲ୍‌ରେ କାମିଣ୍ଡୁ ମେଣ୍ଡିସଙ୍କ କ୍ୟାଚ୍‌ ନେବାର ସୁଯୋଗ ମିଳିଥିଲା। ବଲ୍‌ ଧରିବା ପାଇଁ ବିଶ୍ନୋଇ ଡାହାଣ ପଟକୁ ଡାଇଭ୍‌ କରିବା ସମୟରେ ବଲ୍‌ ତାଙ୍କ ମୁହଁରେ ବାଜିଥିଲା। ବିଷ୍ଣୁଙ୍କ ହାତରୁ କ୍ୟାଚ୍‌ ଖସିପଡ଼ିବା ସହ ତାଙ୍କୁ ଆଘାତ ଲାଗିଥିଲା। ତାଙ୍କୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ତୁରନ୍ତ ଫିଜିଓ ଚିକିତ୍ସା ଲାଗି ମଇଦାନକୁ ଆସିଥିଲେ। ତାଙ୍କ ମୁହଁରେ ବ୍ୟାଣ୍ଡେଜ୍‌ ଲଗାଯାଇଥିଲା। ଏସବୁ ମଧ୍ୟରେ ଯଦି ବଲ୍‌ ବିଶ୍ନୋଇଙ୍କ ମୁହଁରୁ ଗୋଟିଏ ଇଞ୍ଚ ଉପରକୁ ବାଜିଥାନ୍ତା ତେବେ ଆଖିର ବଡ଼ କ୍ଷତି ହୋଇଥାନ୍ତା ବୋଲି କୁହାଯାଉଛି।

ତେବେ ଆହାତ ହେବା ପରେ ବି ବିଶ୍ନୋଇ ବୋଲିଂ ଜାରି ରଖିଥିଲେ। ସେ ସମାନ ଓଭରରେ ଶ୍ରୀଲଙ୍କା ଅଧିନାୟକ ଚାରିଥ ଅସାଲଙ୍କାଙ୍କ ଉଇକେଟ ନେଇ ଟିମ୍‌ ଇଣ୍ଡିଆକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଦେଇଥିଲେ। ବିଶ୍ନୋଇଙ୍କ ଏହି ଉଇକେଟ ପରେ ଶ୍ରୀଲଙ୍କାର ମଧ୍ୟ ଏବଂ ନିମ୍ନ କ୍ରମର ଖେଳାଳିମାନଙ୍କ ଉଇକେଟ ଯିବାରେ ଲାଗିଥିଲା। ଫଳସ୍ବରୂପ ଟି୨୦ ସିରିଜରେ ୧-୦ରେ ଆଗୁଆ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?