ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ୩ ମନ୍ଦିରର ରତ୍ନମୁଦ ଉତ୍ସବ, ସାମିଲ ହେଲେ ଏମ୍‌ପି-ବିଧାୟକ

ଥୁଆମୂଳ ରାମପୁର,୧ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାସ୍ଥିତ ମା’ ମାଣିକେଶ୍ବରୀ, ଶ୍ରୀ ଜଗନ୍ନାଥ ଏବଂ ରାମେଶ୍ୱର ମହାଦେବଙ୍କ ନୂତନ ନିର୍ମାଣାଧୀନ ଭବ୍ୟ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ ତାରିଖ ସୋମବାର ଶୁଭାରମ୍ଭ ହୋଇଥିବା ଏହି ନବ ନିର୍ମିତ ତିନୋଟି ମନ୍ଦିର ସହ ଅଷ୍ଟପ୍ରହର ନାମଯଜ୍ଞ ପାଇଁ ସ୍ବତନ୍ତ୍ର ଭାବେ ଅଙ୍କୁର ରୋପଣ ଏବଂ ପରେ ଯଜ୍ଞ ମଣ୍ଡପରେ ସ୍ଥାପନ ପାଇଁ ନଦୀରୁ ଜଳଧାରଣ କରି ଗ୍ରାମର କୁନି କୁନି ଝିଅ ଏବଂ ମହିଳାଙ୍କ ଦ୍ବାରା କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯାହା ଯଜ୍ଞ ଅନୁଷ୍ଠାନରେ ସ୍ଥାପନା କରାଯାଇଥିଲା l ଏହାପରେ ପଞ୍ଚକର୍ମ, ସୂର୍ଯ୍ୟ ପୂଜା, ବନଯୋଗ ଏବଂ ଯଜ୍ଞାରମ୍ଭ ପାଇଁ ଅଗ୍ନି ପୂଜା କରି ଅଗ୍ନି ସ୍ଥାପନ କରାଯାଇଥିଲା।ମଙ୍ଗଳବାର ବିଧି ଅନୁସାରେ ବନଯାଗ ନୀତି ଅନୁଷ୍ଠିତ ହୋଇଥିଲା। ପରେ ସମସ୍ତ ଦେବାଦେବୀଙ୍କ ଆବାହନ କରି ସୁନା କୁରାଢ଼ି ଦ୍ବାରା ଶିଳ୍ପୀ ଇନ୍ଦ୍ର ଇନ୍ଦ୍ରାଣୀଙ୍କ ସୁନ୍ଦର ମୂର୍ତ୍ତି ତିଆରି ହେଲା ପରେ ଆବାହନ କରି ଜୀବନ୍ୟାସ ଦେଇ ମନ୍ଦିର ଚୂଡ଼ାରେ ଥିବା ରତ୍ନମୁଦ ସ୍ଥାନରେ ସ୍ଥାପନ କରାଯାଇଥିଲା। ମାଣିକେଶ୍ବରୀ ମନ୍ଦିର ଯଜ୍ଞ ଅନୁଷ୍ଠାନ ପାଇଁ ପୁରୀର ପ୍ରସିଦ୍ଧ ଦେବଶର୍ମା ସତ୍ୟ ନାରାୟଣ ତ୍ରିପାଠୀ ମୁଖ୍ୟ ପୁରୋହିତ ଏବଂ ଦେବଶର୍ମା ଚକ୍ରଧର ପଣ୍ଡା ପ୍ରମୁଖ ଯୋଗଦେଇ ପୂଜାର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବେ ତାପସ କୁମାର ରାୟଗୁରୁ ଏବଂ ଧର୍ମପତ୍ନୀ ସତ୍ୟ ନାରାୟଣ ମୁଣ୍ଡଛିନା ଏବଂ ତାଙ୍କ ଧର୍ମପତ୍ନୀ ଯୁଗଳ ଦ୍ବୟ ରହିଥିଲେ। ଜଗନ୍ନାଥ ମନ୍ଦିର ପାଇଁ ମୁଖ୍ୟ ପୁରୋହିତ ଭାବେ ରାୟଗଡ଼ାର ଜଗନ୍ନାଥ ମହାପାତ୍ର ଏବଂ ତାଙ୍କ ସହଯୋଗୀ ଏବଂ ଏଥିରେ କର୍ତ୍ତା ଭାବେ ଶିବଶଙ୍କର ଦଳପତି ଧର୍ମପତ୍ନୀ ଏବଂ ରାମେଶ୍ୱର ମହାଦେବ ମନ୍ଦିର ଯଜ୍ଞରେ ପୂଜାର୍ଚ୍ଚନା ପାଇଁ ଜୟପାଟଣା ଅଞ୍ଚଳର ମୁଖ୍ୟ ପୁରୋହିତ ଶ୍ରୀପତୀ ଠାକୁର, ଜାମିନୀ କାନ୍ତ ମୁଣ୍ଡ, ଦିଲ୍ଲୀପ କୁମାର ପଣ୍ଡା, ଟିକୁ ମୁଣ୍ଡ, ଦିବାକର ମୁଣ୍ଡ, ବଦ୍ରୀପ୍ରସାଦ ପଣ୍ଡା ଥିବାବେଳେ ଆଲୋକ ରଞ୍ଜନ ମୁଣ୍ଡ ଏବଂ ତାଙ୍କ ଧର୍ମପତ୍ନୀ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠାନରେ ଗୌତମ ଖମାରୀ, ସ୍ମିତ ରଞ୍ଜନ ପଣ୍ଡା, ମାଣିକଲାଲ ପାଣିଗ୍ରାହୀ ଏବଂ କର୍ତ୍ତା ଭାବେ ପ୍ରସାନ୍ତ କୁମାର ମୁଣ୍ଡଛିନା ଏବଂ ଧର୍ମ ପତ୍ନୀ କାର୍ଯ୍ୟ କରିଥିଲେ। ରତ୍ନମୁଦ ଉତ୍ସବ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଏବଂ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ସହଯୋଗ ରହିଥିବା ବେଳେ କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ ଏବଂ ତାଙ୍କ ସ୍ବାମୀ ପୂର୍ବତନ ଏମ୍‌ପି ଅର୍କ କେଶରୀ ଦେଓ, ଭବାନୀପାଟଣା ସଦର ଯୁବ ବିଧାୟକ ସାଗର ଚରଣ ଦାସ, ନର୍ଲା ବିଧାୟିକା ମନୋରମା ମହାନ୍ତି, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପୋଡ଼ଯୋଶୀ, ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ବଳଭଦ୍ର ମାଝୀ, ସମାଜସେବୀ ତଥା ଯୁବନେତା ଚଞ୍ଚେର ମାଝୀ, ଯୁବ ନେତା ରମେଶ ମାଝୀ, ଟିକିରି ଉତ୍କଳ କମ୍ପାନୀ ଏଜିଏମ୍‌ ମନୋଜ ଦାସ, ଭାଜପା ଜିଲା ସଭାପତି ଯୁଗଳ କିଶୋର ପୋଡ, ପୂର୍ବତନ ଲୋକ ସଭା ଏମ୍‌ପି ପ୍ରାର୍ଥିନୀ ଦ୍ରୌପଦୀ ମାଝୀ, ମହାରାଜ ପରିବାରରୁ ଭାରତ ଦେଓ , ଆଦିତ୍ୟ ଦେଓ, ସମାଜସେବୀ ଭବାନୀ ଶଙ୍କର ନିଆଲ, ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ଧର୍ମଗଡ଼ ଏନ୍‌ଏସି ଉପାଧ୍ୟକ୍ଷା ମନୀଷା ମୁଣ୍ଡ ମିଶ୍ର, ରବିନ ସିଂହ ଦେଓ, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, ଜୋନ ୧ ଜିଲାପରିଷଦ ଟୁନି ଖୋସ୍‌ଲା ଜୋନ ୨ ଜିଲା ପରିଷଦ ଜୟନ୍ତୀ ମାଝୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ରତ୍ନମୁଦ ଉତ୍ସବର ମୁଖ୍ୟ କମିଟି ସହିତ ବିଭିନ୍ନ ମନ୍ଦିର କମିଟିର ସଦସ୍ୟଙ୍କ ସମେତ ଗ୍ରାମର ବିଭିନ୍ନ ଯୁବ ଅନୁଷ୍ଠାନର ସଦସ୍ୟ ଏବଂ ବୁଦ୍ଧିଜୀବୀ ପରିଚାଳନାରେ ସହଯୋଗ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଥାନା ଅଧିକାରୀ କୈବଲ୍ୟ ସେଠଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri