୩ଟି ମନ୍ଦିରର ରତ୍ନମୁଦ ଉତ୍ସବ: ଶ୍ରଦ୍ଧାଳୁଙ୍କ ମଧ୍ୟ ଉତ୍ସାହ

ଥୁଆମୂଳ ରାମପୁର,୧୮।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଆଦି ପୀଠ ଶକ୍ତି ପୀଠ ମହାମାଇ ମାଁ ମାଣିକେଶ୍ବରୀ ବିଜେ ଥୁଆମୂଳ ରାମପୁର, ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଦେବ ଦେବ ମହାଦେବ ଶ୍ରୀ ରାମେଶ୍ବରଙ୍କ ନିର୍ମାଣଧୀନ ଭବ୍ୟ ମନ୍ଦିରର ରତ୍ନା ଭରଣ (ରତ୍ନ ମୁଦ) ଉତ୍ସବ ଆଗାମୀ ୨୮ ଏପ୍ରିଲ ୨୦୨୫ ଠାରୁ ୩୦ ଏପ୍ରିଲ ୨୦୨୫ ପବିତ୍ର ଅକ୍ଷୟ ତୃତୀୟା ପର୍ଯ୍ୟନ୍ତ ଆୟୋଜନ ହେବ। ଏହି ଉତ୍ସବରେ ଅଷ୍ଟପ୍ରହରୀ ନାମଯଜ୍ଞ, ହୋମ ଯଜ୍ଞ, ଚଣ୍ଡୀ ପାଠ ତଥା ବିଭିନ୍ନ କାର୍ଯ୍ୟକ୍ରମରେ ୪ ଗୋଟି ମନ୍ଦିରର ପୂଜା କମିଟି ଯଥା ମାଁ ମାଣିଶ୍ବରୀ ମନ୍ଦିର ନିର୍ମାଣ କମିଟି, ବାବା ମହାଦେବ ମନ୍ଦିର ପୂଜା କମିଟି, ପ୍ରଭୁ ଜଗନ୍ନାଥ ମନ୍ଦିର ପୂଜା କମିଟି ଓ ରତ୍ନମୁଦ ଉତ୍ସବ କମିଟିର ସଦସ୍ୟଙ୍କ ସମେତ ସମଗ୍ର ଅଞ୍ଚଳର ମାଁ ମାଣିକେଶ୍ବରୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଏକପ୍ରକାର ଚଳଚଞ୍ଚଳ ପ୍ରକାଶ ପାଇଥିବା ଦେଖାଦେଇଛି।

ଏହି ରତ୍ନମୁଦ ଉତ୍ସବ ପାଇଁ ଯାହାକୁ ଯେଉଁ ଦାୟିତ୍ୱ ଦିଆଯାଇଛି ସେ ଅନୁସାରେ ସେମାନେ ନିଜ ନିଜ ଦାୟିତ୍ୱରେ ଲାଗି ଗଲେଣି। ମାତ୍ର ଅଳ୍ପ କିଛି ଦିନ ଅପେକ୍ଷାର ଅନ୍ତ ହେବା ପରେ ଏପ୍ରିଲ ୩୦ ତାରିଖ ବୁଧବାର ଦିନ ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ୪ ଗୋଟି ମନ୍ଦିରର ରତ୍ନମୁଦ ଉତ୍ସବ କମିଟିର କର୍ମକର୍ତ୍ତା ମାତୃ କୃପା ଓ ପ୍ରଭୁ କୃପା ଲାଭ କରିବା ନିମନ୍ତେ ସମସ୍ତ ମାଣିକେଶ୍ବରୀ ପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ୩ ଗୋଟି ମନ୍ଦିରର ରତ୍ନମୁଦ ଉତ୍ସବ ପାଇଁ ନିମନ୍ତ୍ରଣ କରିବା ସହ ବିଭିନ୍ନ ଦେବା ଦେବୀ ପୀଠ ଯଥା ଥୁଆମୂଳ ମାଁ ମାଣିକେଶ୍ବରୀଙ୍କ ମୂଳ ପୀଠ, ଭବାନୀପାଟଣା ମାଁ ମାଣିକେଶ୍ବରୀ ମନ୍ଦିର, ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର, ଜୁନାଗଡ଼ ମାଁ ଲଙ୍କେଶରୀ ମନ୍ଦିର, ଧର୍ମଗଡ଼ ମାଁ ଭଣ୍ଡାର ଘରଣୀ ମନ୍ଦିର, ଆମପାଣି ବାବା ବୁଢ଼ାରଜା ମନ୍ଦିର, ତାଳଗୁଡ଼ ମାଁ ଡୁକୁରୀ ମନ୍ଦିର, ବର୍ଛି ମାଁ ଇର୍ଲିପଟେନ ମନ୍ଦିର ସମେତ ମୁଖ୍ୟ ପୂଜକ, ଯଜମାନ, ବିଭିନ୍ନ ଦଳର ବିଧାୟକ, ସାଂସଦ, ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏଡିଏମ, ଜିଲ୍ଲା ସ୍ତରୀୟ ବରିଷ୍ଟ ଅଧିକାରୀ ଏବଂ ପୁରପଲ୍ଲୀ ଠାରୁ ଆରମ୍ଭ କରି ଜିଲ୍ଲାପାଳ,ସହରର ଭଦ୍ର ୍ଯଯକ୍ତି ମାନଙ୍କୁ ସାଦର ନିମନ୍ତ୍ରଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ସମଗ୍ର ଗଡ଼ଜାତ ଅଞ୍ଚଳର ଜନସାଧାରଣଙ୍କୁ ବିନମ୍ର ନିବେଦନ ସହ ଉତ୍ସବରେ ଯୋଗଦାନ କରି ଥୁଆମୁଳ ରାମପୁର ବ୍ଳକର ସମସ୍ତ ଜନସାଧାରଣଙ୍କୁ ଉତ୍ସାହିତ କରିବା ପାଇଁ କମିଟି ପକ୍ଷରୁ ଅନୁରୋଧ କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

କଲ୍ୟାଣ ମଣ୍ଡପ ନିର୍ମାଣରେ ଖର୍ଚ୍ଚ ହେବ ୬୦ ଲକ୍ଷ ଟଙ୍କା, ଆଜି ସରପଞ୍ଚଙ୍କ ସମେତ…

ଗଞ୍ଜାମ,୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟସ୍ଥିତ ମା’ ଶୀତଳl ଠାକୁରାଣୀ ମନ୍ଦିର ନିକଟରେ ନିର୍ମାଣ ହେବ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ। ଏଥିପାଇଁ ସରପଞ୍ଚ ମମତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri