ଭୁବନେଶ୍ୱର,୧୩।୧: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଲାଲଚାନ୍ଦ୍ ଗ୍ରୁପ୍ର ପ୍ରତିଷ୍ଠାତା ସଞ୍ଜୟ ହଂସଙ୍କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ‘ରତ୍ନଶ୍ରୀ ପୁରସ୍କାର’ରେ ସମ୍ମାନିତ କରାଯାଇଛି। ଏପରିକି ମାନବ ସମ୍ବଳର ବିକାଶ ତଥା ଦେଶ ନିର୍ମାଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ପ୍ରବାସୀ ଓଡ଼ିଆ ଦିବସ ଅବସରରେ ଲାଲଚାନ୍ଦ୍ ଗ୍ରୁପ୍ର ପ୍ରତିଷ୍ଠାତା ସଞ୍ଜୟ ହଂସଙ୍କୁ ‘ରତ୍ନଶ୍ରୀ ପୁରସ୍କାର’ରେ ପୁରସ୍କୃତ କରାଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୨୫ ଜାନୁଆରୀ ୧୧ରେ ଭୁବନେଶ୍ୱରର ହୋଟେଲ ମେ’ଫେୟାର କନ୍ଭେନ୍ସନ ସେଣ୍ଟ୍ରାଲ ହଲ୍ଠାରେ ବିଶ୍ୱ ଓଡ଼ିଆ ସମାଜ ଦ୍ୱାରା ଆୟୋଜିତ ‘ଉତ୍କଳ ଉତ୍ସବ’ କାର୍ଯ୍ୟକ୍ରମରେ ସଞ୍ଜୟ ହଂସଙ୍କୁ ଏହି ପୁରସ୍କାର ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସଞ୍ଜୟ ହଂସଙ୍କୁ ପକ୍ଷରୁ ଲାଲଚାନ୍ଦ୍ ଜୁଏଲର୍ସ୍ର ପରିଚାଳନା ନିର୍ଦ୍ଦେଶକ ଅଜିତ ହଂସ ଓ ନିର୍ଦ୍ଦେଶକ ଅଂଶୁମାନ ହଂସ ଯୋଗଦେଇ ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଥିଲେ। ହାଇବ୍ରିଡ୍ ମୋଡ୍ରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରବାସୀ ଓଡ଼ିଆମାନେ ଉଭୟ ଅନ୍ସାଇଟ୍ ଓ ଅନ୍ଲାଇନ ମାଧ୍ୟମରେ ଯୋଗଦେଇଥିଲେ।


