ଆସନ୍ତାକାଲି ଖୋଲିବ ଭିତର ରତ୍ନଭଣ୍ଡାର, ତା’ ପୂର୍ବରୁ ବଡ଼ ବୟାନ ଦେଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ, କହିଲେ ପୂର୍ବରୁ କେହି…

ପୁରୀ,୧୭।୭: ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ଖୋଲିବ ଭିତର ରତ୍ନଭଣ୍ଡାର। ଆଉ ରତ୍ନଭଣ୍ଡାର ଭିତରେ କ’ଣ ରହିଛି, ତାହାକୁ ଜାଣିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ମଧ୍ୟରେ ଉତ୍ସାହ ରହିଛି। ହେଲେ ଏହା ପୂର୍ବରୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ରଙ୍କ ବଡ଼ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ରାଜା ଯାହା ଜୟ କରନ୍ତି ମହାପ୍ରଭୁଙ୍କୁ ଭେଟି ଦିଅନ୍ତି। ଆଉ ଯାହା ଭେଟି ଦିଅନ୍ତି, ରତ୍ନଭଣ୍ଡାରରେ ରହିଥାଏ। ରତ୍ନଭଣ୍ଡାର ଖୋଲିବା ଛୋଟ କଥା ନୁହେଁ। ଏହା ଦିନିକିଆ କାମ ନୁହେଁ, ମାସ ମାସ ଚାଲିବ। ଏହି ସମୟରେ ସରକାର ରଘୁନାଥ ବେଶ କରନ୍ତୁ। ରଘୁନାଥ ବେଶ ମହାପ୍ରଭୁଙ୍କ ଦୁର୍ଲଭ ବେଶ। ୧୯୦୫ରେ ହୋଇଥିଲା ଦୁର୍ଲଭ ରଘୁନାଥ ବେଶ। ରଘୁନାଥ ବେଶ କଲେ ମୋହନ ସରକାରଙ୍କ ନାଁ ଲିପିବଦ୍ଧ ହେବ।

ରତ୍ନଭଣ୍ଡାର ଗଣତି ପାଇଁ ଲମ୍ବା ସମୟ ଲାଗିବ। ରତ୍ନଭଣ୍ଡାରକୁ ନେଇ ଯେତିକି ଉତ୍କଣ୍ଠା ରହିଛି ସେତିକି ମନରେ ଭୟ ବି ରହୁଛି। ତା’ ଭିତରେ ପାଣି ପଡି ଭିତର କାଳେ କ୍ଷତି ହୋଇଥିବ। ପୂର୍ବରୁ କେହି ରିସ୍କ ନେଉନଥିଲେ କି ଖୋଲୁନଥିଲେ। ଏହି ସରକାର ରିସ୍କ ନେଇଛନ୍ତି ଆଉ ଖୋଲୁଛନ୍ତି। ଏହି ସରକାର ସବୁ ଦେଖିବେ ବୋଲି ମୋର ଆଶା ଅଛି।
ଅଳଙ୍କାର ଗଣତି ଓ ମଣତି ହୋଇ ସୁରକ୍ଷିତ ରଖାଯାଉ। ରତ୍ନଭଣ୍ଡାର ପୂରା ମରାମତି ହେବା ଦରକାର। ଆଗାମୀ ୨୦୦ ବର୍ଷ ଯାଏ ଯେପରି କିଛି କ୍ଷତି ନ ହେବ ସେମିତି ଢଙ୍ଗରେ ମରାମତି କରାଯାଉ ବୋଲି ମୁଖ୍ୟ ବାଡ଼ଗ୍ରାହୀ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri