ଯୋଗ୍ୟଙ୍କୁ ମିଳୁନି ରାସନ କାର୍ଡ

ପାରଳାଖେମୁଣ୍ଡି,୩ା୪(ଡି.ଏନ୍‌.ଏ): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକମାନଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଓ ଗହମ ଯୋଗାଇ ଦେଉଛନ୍ତି। ହେଲେ ଅନେକ ସ୍ଥାନରେ ଏହି ଯୋଜନାରେ ଅଯୋଗ୍ୟ ହିତାଧିକାରୀମାନେ ଫାଇଦା ପାଉଥିବା ବେଳେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁ ନଥିବା ଦେଖିବାକୁ ମିଳୁଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକରେ। କେତେକ ଗରିବ ପରିବାର ରାସନ କାର୍ଡ (ଖାଉଟି କାର୍ଡ)ଟିଏ ପାଇଁ ବାରମ୍ବାର ପ୍ରଶାସନ ଠାରେ ଗୁହାରି କରୁଥିଲେ ମଧ୍ୟ ତାଙ୍କୁ ଏହି କାର୍ଡ ମିଳିପାରୁନାହିଁ। ଫଳରେ ସେମାନେ ସରକାରଙ୍କ ଏହି ଯୋଜନାରେ ଚାଉଳ କି ଗହମ ପାଇପାରୁନାହାନ୍ତି।
ମୋହନା ବ୍ଲକ ଚନ୍ଦ୍ରଗିରି ପଞ୍ଚାୟତ ଯୁବଗାଁର ପୂର୍ଣ୍ଣିମା ନାୟକ, ମଞ୍ଜୁଳା ନାୟକ ଓ ଅନ୍ୟ ଜଣେ ମଞ୍ଜୁଳା ନାୟକ ଏପରି ଅଭିଯୋଗ କରିଛନ୍ତି। ଏମାନଙ୍କ ପାଖରେ ରହିବା ପାଇଁ ଭଲ ଘରଟିଏ ମଧ୍ୟ ନାହିଁ। ସମସ୍ତେ ଝୁମ୍ପୁଡି ଘରେ ବସବାସ କରନ୍ତି। ପୂର୍ଣ୍ଣିମା ନାୟକ ମୂଲ ଲାଗୁଥିବା ବେଳେ ତାଙ୍କର ଦୁଇଟି ଛୋଟ ପୁଅ ଅଛନ୍ତି। ସ୍ବାମୀ ନବିନା ଦାଦନ ଶ୍ରମିକ ଖଟିବା ପାଇଁ ମହାରାଷ୍ଟ୍ର ଯାଇଛନ୍ତି। ସେ ଯାହା ରୋଜଗାର କରି ଦେଉଛନ୍ତି ସେଥିରେ ପରିବାର ଚଳି ପାରୁନଥିବାରୁ ନିଜେ ମଧ୍ୟ ମୂଲ ଲାଗି ପରିବାର ପୋଷୁଥିବା କହିଛନ୍ତି। ସେହିଭଳି ମଞ୍ଜୁଳା ନାୟକଙ୍କ ଦୁଇଟି ଶିଶୁ ଥିବା ବେଳେ ଉଭୟ ସ୍ବାମୀ ସ୍ତ୍ରୀ ମୂଲ ଲାଗି ଚଳନ୍ତି। ଅନ୍ୟଜଣେ ମଞ୍ଜୁଳାଙ୍କ ୪ ଟି ସନ୍ତାନ ଥିବାବେଳେ ଉଭୟ ସ୍ବାମୀ ସ୍ତ୍ରୀ ମଧ୍ୟ ମୂଲ ଲାଗି ଚଳନ୍ତି। କିନ୍ତୁ ଏମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇନାହିଁ। ରାସନ କାର୍ଡ ପାଇବା ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ଆଜି ଯାଏଁ ରାସନ କାର୍ଡ ପାଇନଥିବା ଅଭିଯୋଗ କରିଛନ୍ତି। ଏହିପରି ଅନେକ ଅନେକ ଗରିବ ହିତାଧିକାରୀ ଅଛନ୍ତି, ଯେଉଁମାନେ ଏହି ଯୋଜନାର ସୁଫଳ ପାଇପାରୁନାହାନ୍ତି।
ଅପରପକ୍ଷରେ ଚନ୍ଦ୍ରଗିରି, ଲବାରସିଂ ଓ ଜିରାଙ୍ଗ ପଞ୍ଚାୟତରେ ବସବାସ କରୁଥିବା ତୀବତୀୟମାନଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ବିଡିଓ, ଯୋଗାଣ ଅଧିକାରୀ ଓ ସରପଞ୍ଚମାନଙ୍କ ଉପସ୍ଥିତିରେ ସେମାନଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ତିନୋଟି ପଞ୍ଚାୟତରେ ୨୩୭ ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇ ରାସନ କାର୍ଡ ବଣ୍ଟନ କରାଯାଇଛି। ସେମାନେ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ବେଳେ ସେମାନଙ୍କୁ ରାସନ କାର୍ଡ ବଣ୍ଟନ କରାଯାଉଥିବା ଅଭିଯୋଗ କରିଛନ୍ତି ଗରିବ ହିତାଧିକାରୀ। ତେବେ ଏ ନେଇ ଯୋଗାଣ ଅଧିକାରୀ ଶୁଭେନ୍ଦୁ ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ରାଜ୍ୟ ସରକାର ନୂତନ ହିତାଧିକାରୀଙ୍କୁ ସାମିଲ କରିବା ନେଇ କୌଣସି ଯୋଜନା ହୋଇନାହିଁ। ଯେତେବେଳେ ଏହି ପ୍ରକ୍ରିୟା ଆରମ୍ଭ ହେବ ସେମାନଙ୍କୁ ନିଶ୍ଚିତ ଏହି ଯୋଜନାରେ ସାମିଲ କରାଯାଇ ରାସନ କାର୍ଡ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri