ଯୋଗ୍ୟଙ୍କୁ ମିଳୁନି ରାସନ କାର୍ଡ

ପାରଳାଖେମୁଣ୍ଡି,୩ା୪(ଡି.ଏନ୍‌.ଏ): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକମାନଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଓ ଗହମ ଯୋଗାଇ ଦେଉଛନ୍ତି। ହେଲେ ଅନେକ ସ୍ଥାନରେ ଏହି ଯୋଜନାରେ ଅଯୋଗ୍ୟ ହିତାଧିକାରୀମାନେ ଫାଇଦା ପାଉଥିବା ବେଳେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁ ନଥିବା ଦେଖିବାକୁ ମିଳୁଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକରେ। କେତେକ ଗରିବ ପରିବାର ରାସନ କାର୍ଡ (ଖାଉଟି କାର୍ଡ)ଟିଏ ପାଇଁ ବାରମ୍ବାର ପ୍ରଶାସନ ଠାରେ ଗୁହାରି କରୁଥିଲେ ମଧ୍ୟ ତାଙ୍କୁ ଏହି କାର୍ଡ ମିଳିପାରୁନାହିଁ। ଫଳରେ ସେମାନେ ସରକାରଙ୍କ ଏହି ଯୋଜନାରେ ଚାଉଳ କି ଗହମ ପାଇପାରୁନାହାନ୍ତି।
ମୋହନା ବ୍ଲକ ଚନ୍ଦ୍ରଗିରି ପଞ୍ଚାୟତ ଯୁବଗାଁର ପୂର୍ଣ୍ଣିମା ନାୟକ, ମଞ୍ଜୁଳା ନାୟକ ଓ ଅନ୍ୟ ଜଣେ ମଞ୍ଜୁଳା ନାୟକ ଏପରି ଅଭିଯୋଗ କରିଛନ୍ତି। ଏମାନଙ୍କ ପାଖରେ ରହିବା ପାଇଁ ଭଲ ଘରଟିଏ ମଧ୍ୟ ନାହିଁ। ସମସ୍ତେ ଝୁମ୍ପୁଡି ଘରେ ବସବାସ କରନ୍ତି। ପୂର୍ଣ୍ଣିମା ନାୟକ ମୂଲ ଲାଗୁଥିବା ବେଳେ ତାଙ୍କର ଦୁଇଟି ଛୋଟ ପୁଅ ଅଛନ୍ତି। ସ୍ବାମୀ ନବିନା ଦାଦନ ଶ୍ରମିକ ଖଟିବା ପାଇଁ ମହାରାଷ୍ଟ୍ର ଯାଇଛନ୍ତି। ସେ ଯାହା ରୋଜଗାର କରି ଦେଉଛନ୍ତି ସେଥିରେ ପରିବାର ଚଳି ପାରୁନଥିବାରୁ ନିଜେ ମଧ୍ୟ ମୂଲ ଲାଗି ପରିବାର ପୋଷୁଥିବା କହିଛନ୍ତି। ସେହିଭଳି ମଞ୍ଜୁଳା ନାୟକଙ୍କ ଦୁଇଟି ଶିଶୁ ଥିବା ବେଳେ ଉଭୟ ସ୍ବାମୀ ସ୍ତ୍ରୀ ମୂଲ ଲାଗି ଚଳନ୍ତି। ଅନ୍ୟଜଣେ ମଞ୍ଜୁଳାଙ୍କ ୪ ଟି ସନ୍ତାନ ଥିବାବେଳେ ଉଭୟ ସ୍ବାମୀ ସ୍ତ୍ରୀ ମଧ୍ୟ ମୂଲ ଲାଗି ଚଳନ୍ତି। କିନ୍ତୁ ଏମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇନାହିଁ। ରାସନ କାର୍ଡ ପାଇବା ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ଆଜି ଯାଏଁ ରାସନ କାର୍ଡ ପାଇନଥିବା ଅଭିଯୋଗ କରିଛନ୍ତି। ଏହିପରି ଅନେକ ଅନେକ ଗରିବ ହିତାଧିକାରୀ ଅଛନ୍ତି, ଯେଉଁମାନେ ଏହି ଯୋଜନାର ସୁଫଳ ପାଇପାରୁନାହାନ୍ତି।
ଅପରପକ୍ଷରେ ଚନ୍ଦ୍ରଗିରି, ଲବାରସିଂ ଓ ଜିରାଙ୍ଗ ପଞ୍ଚାୟତରେ ବସବାସ କରୁଥିବା ତୀବତୀୟମାନଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ବିଡିଓ, ଯୋଗାଣ ଅଧିକାରୀ ଓ ସରପଞ୍ଚମାନଙ୍କ ଉପସ୍ଥିତିରେ ସେମାନଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ତିନୋଟି ପଞ୍ଚାୟତରେ ୨୩୭ ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇ ରାସନ କାର୍ଡ ବଣ୍ଟନ କରାଯାଇଛି। ସେମାନେ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ବେଳେ ସେମାନଙ୍କୁ ରାସନ କାର୍ଡ ବଣ୍ଟନ କରାଯାଉଥିବା ଅଭିଯୋଗ କରିଛନ୍ତି ଗରିବ ହିତାଧିକାରୀ। ତେବେ ଏ ନେଇ ଯୋଗାଣ ଅଧିକାରୀ ଶୁଭେନ୍ଦୁ ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ରାଜ୍ୟ ସରକାର ନୂତନ ହିତାଧିକାରୀଙ୍କୁ ସାମିଲ କରିବା ନେଇ କୌଣସି ଯୋଜନା ହୋଇନାହିଁ। ଯେତେବେଳେ ଏହି ପ୍ରକ୍ରିୟା ଆରମ୍ଭ ହେବ ସେମାନଙ୍କୁ ନିଶ୍ଚିତ ଏହି ଯୋଜନାରେ ସାମିଲ କରାଯାଇ ରାସନ କାର୍ଡ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri