୧୦୦୦ କାର୍ଡଧାରୀ ରାଶନ ସାମଗ୍ରୀରୁ ବଞ୍ଚିତ

ରସୁଲପୁର,୬ା୧୨(ଡି.ଏନ.ଏ.): ରସୁଲପୁର ବ୍ଲକରେ ୧୦୦୦ରୁ ଊର୍ଦ୍ଧ୍ୱ ରାଶନକାର୍ଡଧାରୀ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି। ହିତାଧିକାରୀଙ୍କ ନାମ ଏକାଧିକ କାର୍ଡରେ ରହିଥିବାରୁ ସେମାନଙ୍କ କାର୍ଡ ବାତିଲ କରି ଦିଆଯାଇଛି। ଏହି ବର୍ଗରେ ଆସୁଥିବା କାର୍ଡଧାରୀଙ୍କ ରାଶନ ସାମଗ୍ରୀ ରିଟେଲରଙ୍କ କୋଟାରୁ କାଟି ଦିଆଯାଇଛି। ଏହାକୁ ନେଇ କାର୍ଡଧାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି। ଏପଟେ ରାଶନକାର୍ଡରେ ଥିବା ତ୍ରୁଟିବିଚ୍ୟୁତିର ସଂଶୋଧନ ହୋଇପାରୁ ନାହିଁ। ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ପୋର୍ଟାଲ ବନ୍ଦ ଥିବାରୁ ହିତାଧିକାରୀଙ୍କ ସମସ୍ୟା ସମାଧାନରେ ଅସୁବିଧା ସୃଷ୍ଟି ହୋଇଛି। ଶତାଧିକ ହିତାଧିକାରୀ ବ୍ଲକ ଯୋଗାଣ ବିଭାଗ ଅଫିସକୁ ଯାଇ ନିରାଶ ହୋଇ ଫେରୁଛନ୍ତି। ଅପରପକ୍ଷରେ ରାଶନ କାର୍ଡ ଆଧାରରେ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟୁଛନ୍ତି। ଏହି ହିସାବରେ ଏବେ ରାଶନକାର୍ଡରୁ ବାଦ୍‌ ପଡ଼ିଥିବା ହିତାଧିକାରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣରୁ ବଞ୍ଚିତ ହେବା ସମ୍ଭାବନା ସୃଷ୍ଟି ହୋଇଛି। ତେଣୁ ଖାଦ୍ୟ ସୁରକ୍ଷା ପୋର୍ଟାଲ ତୁରନ୍ତ ଖୋଲି ସମସ୍ୟା ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।
୨୦୧୩ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କରାଯାଇ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ହିତାଧିକାରୀଙ୍କୁ ରାଶନ ସାମଗ୍ରୀ ଯୋଗାଇ ଦିଆଯାଉଛି। ସେହିପରି ରାଜ୍ୟ ସରକାର ୧ ଅକ୍ଟୋବର ୨୦୧୮ରୁ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଜରିଆରେ ହିତାଧିକାରୀଙ୍କୁ ରାଶନ କାର୍ଡ ପ୍ରଦାନ କରି ସାମଗ୍ରୀ ଯୋଗାଉଛନ୍ତି। ଏହି ଯୋଜନାରେ ସାମିଲ ହିତାଧିକାରୀଙ୍କୁ ପର୍ଯ୍ୟାୟ ଅନୁସାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପରିସରଭୁକ୍ତ କରାଯାଉଛି। ପୂର୍ବରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ପଞ୍ଜୀକୃତ ହିତାଧିକାରୀଙ୍କ ନାମ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା କାର୍ଡରେ ରହିଥିବାରୁ କାର୍ଡ ସ୍ବତଃ କଟି ଯାଉଛି। ଅଗଷ୍ଟରୁ ଖାଦ୍ୟ ସୁରକ୍ଷା ପୋର୍ଟାଲ ବନ୍ଦ ଥିବାରୁ ଯୋଜନା ଲକ୍ଷ୍ୟଚ୍ୟୁତ ହୋଇପଡ଼ିଛି।
ଏହି କ୍ରମରେ ଦେଖିବାକୁ ଗଲେ ରସୁଲପୁର ବ୍ଲକର ୨୮ ପଞ୍ଚାୟତରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩୬,୧୨୩ ପରିବାରର ୧ଲକ୍ଷ ୪୦ ହଜାର ୪୭୫ ଜଣଙ୍କୁ ସାମଗ୍ରୀ ଯୋଗାଇ ଦିଆଯାଉଛି। ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ବ୍ଲକର ୨,୨୭୧ ପରିବାରର ୮୦୪୩ଜଣଙ୍କୁ ସାମଗ୍ରୀ ମିଳୁଥିଲା। ସେଥିମଧ୍ୟରୁ ୧୦୦୦ରୁ ଊର୍ଦ୍ଧ୍ୱ କାର୍ଡ ଓ ୫୦୦୦ରୁ ଊର୍ଦ୍ଧ୍ୱ ଲୋକ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି। ପୂର୍ବରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପରିବାରର ମୁଖ୍ୟଙ୍କ ସମେତ ଅବିବାହିତ ପୁଅ ଓ ଝିଅଙ୍କ ନାମ ରହିଥିଲା। ସେମାନେ ବିବାହିତ ହୋଇଯିବା ପରେ ନିଜ ପରିବାରକୁ ନେଇ ରାଜ୍ୟ ସରକାରଙ୍କ ଯୋଜନା ଜରିଆରେ ନୂଆ କାର୍ଡ ହାତେଇଛନ୍ତି। ଏହି ମିଶ୍ରଣ ବେଳେ କାର୍ଡରେ ଜଣେ ବ୍ୟକ୍ତିଙ୍କ ନାମ ଏକାଧିକ ସ୍ଥାନରେ ରହୁଛି। ଫଳରେ ହିତାଧିକାରୀ ଯୋଜନାରୁ ବାଦ୍‌ ପଡୁଛନ୍ତି। ଏ ନେଇ ବ୍ଲକ ଯୋଗାଣ ଅଧିକାରୀ ଟୁନାରାଣୀ ସାହୁ କହିଛନ୍ତି, ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ନାମ ଥିବାରୁ ସେମାନଙ୍କ କାର୍ଡ ସ୍ବତଃ କଟିଯାଇଛି ଓ ରାଶନ ମଧ୍ୟ ବନ୍ଦ ହୋଇଯାଉଛି। ଏଥିରେ ସେମାନଙ୍କ କୌଣସି ଭୂମିକା ନାହିଁ। ପୋର୍ଟାଲ୍‌ ଖୋଲିଲେ କାର୍ଡରେ ଥିବା ତ୍ରୁଟି ସଂଶୋଧନ କରାଯିବା। ଏହାପରେ ସେମାନେ ପୂର୍ବପରି ରାଶନ ସାମଗ୍ରୀ ପାଇପାରିବେ ବୋଲି ସାହୁ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri