ରଥଭଙ୍ଗା ଆରମ୍ଭ: ଜାଣନ୍ତୁ କେତେ ଟଙ୍କାରେ ବିକ୍ରି ହେବ ୩ ଠାକୁରଙ୍କ ରଥଚକ

ପୁରୀ,୧୨ା୮(ଅଜିତ୍‌ କୁମାର ମହାନ୍ତି):ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ସରିବା ପରେ ନୀଳାଦ୍ରିବିଜେରେ ୩ ରଥରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ଶ୍ରୀମନ୍ଦିର ରତ୍ନସିଂହାସନରେ ବିଜେ କରିଥିଲେ। ସେବେଠୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ତିନିଟି ରଥ ଦଣ୍ଡାୟମାନ ରହିଥିଲା। ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ପରେ ରବିବାରଠାରୁ ଏହି ତିନି ରଥର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ଭୋଇ ସେବାୟତମାନେ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ କରିଛନ୍ତି। ପରମ୍ପରା ଅନୁଯାୟୀ, ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା କାଯର୍ର୍‌ୟ ଆରମ୍ଭ କରାଯାଇଛି। ପର୍ଯ୍ୟାୟ କ୍ରମେ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାଯିବ। ପ୍ରଥମ ଦିନରେ ଦେବଦଳନ ରଥର ଉପରଅଂଶ କଳସ, ଭୂଇଁର ପାଖୁଡ଼ା, ଦୁଆରବେଢ଼ା, ଓରା, ପ୍ରଭା, ପୋଟଳ ଆଦି ଭଙ୍ଗାଯାଇଛି। ଭୋଇ ସେବାୟତମାନେ ସାବଧାନତା ସହ ରଥର ବିିଭିନ୍ନ ଅଂଶ ଭାଙ୍ଗୁଥିବା ଦେଖିବାକୁ ମିଳିଛି।
ଏ ନେଇ ନନ୍ଦିଘୋଷ ରଥର ମୁଖ୍ୟ ଭୋଇ ସେବକ କାର୍ତ୍ତିକ ଭୋଇ କହିଛନ୍ତି, ପ୍ରଶାସନର ନିର୍ଦ୍ଦେଶ ପରେ ରଥଭଙ୍ଗା ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ, ପୂଜାର୍ଚ୍ଚନା କରାଯାଇ ପ୍ରଥମେ ଦେବଦଳନ ରଥ ଭଙ୍ଗା ଆରମ୍ଭ ହୋଇଛି। ଏହି କାର୍ଯ୍ୟରେ ୮ଜଣ ଭୋଇ ସେବକ ନିୟୋଜିତ ହୋଇଛନ୍ତି। ଗୋଟିଏ ରଥକୁ ସମ୍ପୂର୍ଣ୍ଣ ଭାଙ୍ଗିବା ନିମନ୍ତେ ୩ରୁ ୪ ଦିନ ସମୟ ଲାଗିଥାଏ। ଦେବଦଳନ ରଥ ପରେ ତାଳଧ୍ୱଜ ରଥ ଓ ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବାର ପରମ୍ପରା ରହିଛି। ୧୫ ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ କରାଯିବ। ଚଳିତବର୍ଷ ପ୍ରଶାସନ ପକ୍ଷରୁ ବିକ୍ରି ପାଇଁ ନନ୍ଦିଘୋଷ ରଥ ଚକ ମୂଲ୍ୟ ୧ ଲକ୍ଷ, ତାଳଧ୍ୱଜ ରଥ ଚକ ମୂଲ୍ୟ ୭୦ ହଜାର ଏବଂ ଦେବଦଳନ ରଥ ଚକ ମୂଲ୍ୟ ୫୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଯେ କେହି ବ୍ୟକ୍ତି କିମ୍ବା ସଙ୍ଗଠନ ଚାହିଁଲେ ଧାର୍ଯ୍ୟ ମୂଲ୍ୟ ଦେଇ ରଥ ଚକ କିଣିପାରିବେ ବୋଲି ମୁଖ୍ୟ ଭୋଇ ସେବକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଲୋକକଥା ଅନୁଯାୟୀ, ନୀଳାଦ୍ରିବିଜେ ନୀତି ପରେ ତିନିରଥକୁ ମୃତ ଭାବେ ବିବେଚନା କରାଯାଏ। ତେଣୁ ଘୋଷଯାତ୍ରା ପରେ ତିନିରଥକୁ ଭାଙ୍ଗି ଦିଆଯାଇଥାଏ। ତେବେ ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିରେ ରଥକାଠଗୁଡ଼ିକୁ ବ୍ୟବହାର କରାଯାଏ। ସେହିଭଳି ରଥର ଚକ ସହ କିଛି ଅଂଶକୁ ସୁରକ୍ଷିତ ଭାବେ ରଖାଯାଇଥାଏ। ଶ୍ରୀମନ୍ଦିର ପ୍ରଶାସନଠାରୁ ଭକ୍ତମାନେ ଉକ୍ତ ଚକ ଓ ରଥ ଅଂଶଗୁଡ଼ିକୁ ନେଇ ପୂଜାର୍ଚ୍ଚନା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri