ଆନ୍ଧ୍ରରୁ ଆସିବ ରଥଟଣା ଦଉଡ଼ି

ନବରଙ୍ଗପୁର,୧୦।୬ (ବି.ପ୍ର.): ନବରଙ୍ଗପୁର ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ୨୦୨୩ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ଜିଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ରଥ ଟଣା ପାଇଁ ଆନ୍ଧ୍ରପ୍ରଦେଶରୁ ଦଉଡି ଅଣାଯିବ। ରଥ ଟଣା ସମୟରେ ରଥ ଉପରେ ଅଧିକ ଲୋକଙ୍କ ବସାଯିବ ନାହିଁ। ରଥର ବ୍ରେକ ପାଇଁ ସମୁଦାୟ ୨୧ ଜଣ ରହିବେ। ସେମାନଙ୍କ ବ୍ୟତୀତ ଅନ୍ୟ କେହି ଯେମିତି ଭିତରକୁ ପ୍ରବେଶ ନ କରନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ରଥ ଉପରେ କେଉଁମାନେ ରହିବେ ରାଜପୁରୋହିତ ନରସିଂହ ତ୍ରିପାଠୀ ତାର ଏକ ତାଲିକା ପ୍ରଦାନ କରିବେ।
ରଥଯାତ୍ରା ଦିନ ମଙ୍ଗଲମ ଟିମ୍ବର ରାସ୍ତାକୁ ହିଁ ବ୍ୟବହାର କରାଯିବ। ସେହିଭଳି ନବରଙ୍ଗପୁର ଥାନାଧିକାରୀ ନରେଶ କୁମାର ପ୍ରଧାନଙ୍କୁ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱ ଦିଆଯାଇଛି। ସନ୍ଧ୍ୟା ସମୟରେ ଗୁଣ୍ଡିଚା ମନ୍ଦିରର ପରିସରରେ ଭକ୍ତଙ୍କ ଭିଡ଼ ରହିଥିବାରୁ ଏହିସମୟରେ ଯେମିତି ବିଦ୍ୟୁତ୍‌ କାଟ ନ କରାଯାଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ସାଉଥ୍‌କୋ କନିଷ୍ଠ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରଥଯାତ୍ରା ଦିନ ଯେଉଁ ଧାରା ବିବରଣୀ ପ୍ରଦାନ କରାଯିବ ସେଥିପାଇଁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିହାଲଙ୍କୁ ଏହି ଦାଇତ୍ୱ ଦିଆଯାଇଛି। ଏଥିସହିତ ପ୍ରତିବର୍ଷ ଭଳି ଚଳିତ ବର୍ଷ ନେତ୍ରୋତ୍ସବ, ରଥ ପ୍ରତିଷ୍ଠା , ହେରାପଞ୍ଚମୀ, ସୁନାବେଶ , ନିଳାଦ୍ରୀ ବିଜେ ଆଦି ନୀତି ସହ ଏହି ଦିନମାନଙ୍କର ପ୍ରସାଦ ସେବନ ବ୍ୟବସ୍ଥା ପାଇଁ ଭଣ୍ଡାର ଘରଣୀ କର୍ମକାଣ୍ଡ ପ୍ରଶିକ୍ଷଣ କେନ୍ଦ୍ର ଓ ନବରଙ୍ଗପୁର ଜଗନ୍ନାଥ ନୀତି ପରିଚାଳନା ନିଯୋଗ କମିଟିକୁ ଦାୟିତ୍ୱ ଦିଆଯାଇଛି। ପୌରସଂସ୍ଥା ପକ୍ଷରୁ ଯାତ୍ରା ସମୟରେ ପ୍ରତିଦିନ ଜଗନ୍ନାଥ ମନ୍ଦିର ଓ ଗୁଣ୍ଡିଚା ମନ୍ଦିର ପରିସର ସଫେଇ କରାଯିବ। ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ଜଗନ୍ନାଥ ମନ୍ଦିର ଓ ଗୁଣ୍ଡିଚା ମନ୍ଦିର ରଙ୍ଗ ଦେବା ଦାୟିତ୍ୱ ଦିଆଯାଇଛି। ଯାତ୍ରା ଦିନ ଦମକଳ ଗାଡି ସଜାଗ ରହିବ ଏବଂ ପାନୀୟ ଜଳ ସୁବିଧା ପାଇଁ ଜନସ୍ବାସ୍ଥ୍ୟ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ଜରୁରୀ କାଳୀନ ସ୍ବାସ୍ଥ୍ୟ ସେବା ପାଇଁ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ଗାଡି ଓ ଆମ୍ବୁଲାନ୍ସ ନିୟୋଜିତ କରିବା ଦାୟିତ୍ୱ ସିଡିଏମ୍‌ଓ କାଳୀ ପ୍ରସାଦ ବେହେରାଙ୍କୁ ଦିଆଯାଇଛି। ୭ଦିନ ପର୍ଯ୍ୟନ୍ତ ଯାତ୍ରା ସମୟରେ ପ୍ରତିଦିନ ଅନ୍ନଭୋଗ ଓ ଶୁଖିଲା ଭୋଗ ବିକ୍ରି କରାଯିବ। ବୈଠକରେ ନବରଙ୍ଗପୁର ଉପଜିଲାପାଳ ପ୍ରଶାନ୍ତ ରାଉତ, ନବରଙ୍ଗପୁର ଏସ୍‌ଡିପିଓ ନିହାର ରଞ୍ଜନ ପ୍ରଧାନ , ନବରଙ୍ଗପୁର ତହସିଲଦାର ତଥା ଦେବୋତ୍ତର ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦ ରଥ ଆଚାର୍ଯ୍ୟ, ରାଜପୁରୋହିତ ନରସିଂହ ତ୍ରିପାଠୀ, ଆଇନଜୀବୀ ଉମାଶଙ୍କର ତ୍ରିପାଠୀ, ସମାଜିକ କର୍ମୀ ଜଗନ୍ନାଥ ମହାପାତ୍ର, ଆର୍‌ଆଇ ସାଗର ଖୁଣ୍ଟିଆ, ଦେବୋତ୍ତର ମୁଖ୍ୟ କିରାଣୀ ଗଗନ ସୌରା, ସୁବାସ ଚନ୍ଦ୍ର ସୁର, ନରସିଂହ ତ୍ରିପାଠୀ, ଶ୍ରୀଜଗନ୍ନାଥ ନୀତି ପରିଚାଳନା ନିଯୋଗ ସଭାପତି ନରେଶ ତ୍ରିପାଠୀ, ଉପ ସଭାପତି ଭବାନୀ ଶଙ୍କର ଶତପଥୀ, ନିଯୋଗ ସମ୍ପାଦକ କୁନା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri