ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ଆରମ୍ଭ: ଆଜି ଅଭିମାନିନୀ ମା’ ଲକ୍ଷ୍ମୀଙ୍କ ସହ ଜଗାର ହେବ ଭେଟ

ପୁରୀ ଅଫିସ,୨୦।୭: ଜନ୍ମବେଦୀ ଛାଡ଼ି ବାହୁଡ଼ା ଯାତ୍ରାରେ ମହାପ୍ରଭୁ ବାହାରିଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ରଥଟଣା ଆରମ୍ଭ ହୋଇଛି। ବଡ଼ଦାଣ୍ଡରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଗଡ଼ିଛି। ତେବେ ଅନ୍ୟପଟେ ବାହଡ଼ା ଯାତ୍ରର ସବୁଠାରୁ ଅନନ୍ୟ ପରମ୍ପରା ହେଉଛି ଲକ୍ଷ୍ମୀ ନାରାୟଣଙ୍କ ଭେଟ। ଅଭିମାନିନୀ ମା’ ଲକ୍ଷ୍ମୀ ଆଜି ଶ୍ରୀନଅରରେ ପ୍ରଭୁ ଜଗନ୍ନାଥଙ୍କୁ ଭେଟିବେ। ମା’ ଲକ୍ଷ୍ମୀଙ୍କୁ ଛାଡ଼ି ଭାଇ ଭଉଣୀଙ୍କୁ ନେଇ ଯାଇଥିଲେ ମହାପ୍ରଭୁ। ଏ ନେଇ ମହାପ୍ରଭୁଙ୍କ ଉପରେ ଅଭିମାନ କରିଥିଲେ ମା’ ଲକ୍ଷ୍ମୀ। ପ୍ରଭୁଙ୍କ ସହ ମା’ଙ୍କ ମନୋମାଳିନ୍ୟକୁ ହଟେଇବା ପାଇଁ ଗଜପତି ମହାରାଜ ନିଜେ ଜଗନ୍ନାଥଙ୍କ ସହ ମା’ ଲକ୍ଷ୍ମୀଙ୍କର ଭେଟ କରାଇବେ।