ଆଦାନୀ-ଅମ୍ବାନୀଙ୍କ ଠାରୁ ରତନ ଟାଟାଙ୍କର ଥିଲା କମ୍‌ ସମ୍ପତ୍ତି, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୦।୧୦: ଟାଟା ଗ୍ରୁପର ପୂର୍ବ ଚେୟାରମ୍ୟାନ ରତନ ଟାଟାଙ୍କର ମୃତ୍ୟୁ ହୋଇଛି। ୮୬ବର୍ଷରେ ତାଙ୍କ ପରଲୋକ ସାରା ଦେଶକୁ ସ୍ତବ୍ଧ କରି ଦେଇଛି। ସବୁଠାରୁ ପୁରୁଣା ଉଦ୍ୟୋଗପତି ରତନ ପ୍ରତି ଘରେ ଘରେ ପରଚିତ ଥିଲେ। ତାଙ୍କର କମ୍ପାନୀର ଲୁଣ ପ୍ୟାକେଟ ଠାରୁ ଆରମ୍ଭ କରି ସବୁ ଜିନିଷ ପ୍ରତି ଘରେ ବ୍ୟବହାର ହେଉଥିଲା। କିନ୍ତୁ ତାଙ୍କର ସମ୍ପତ୍ତି ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଛନ୍ତି।

ଯେତେବେଳ ଆପଣ ଦେଶର ଧନୀ ତାଲିକାଙ୍କ ସୂଚୀ ଦେଖିବେ, ସେଠାରେ ଆପଣ ମୁକେଶ ଅମ୍ବାନୀ ଆଦାନୀଙ୍କ ନାମ ତ ପାଇବେ। ହେଲେ ସବୁଠାରୁ ପ୍ରଭାବଶାଳୀ ଉଦ୍ୟୋଗପତି ଟାଟାଙ୍କ ନାମ କେଉଁଠି ପାଇବେ ନାହିଁ। କାରଣ ସେ କେବେ ଧନୀ ତାଲିକାରେ ରହିବାକୁ ପସନ୍ଦ ହିଁ କରି ନାହାନ୍ତି। ରତନ ସବୁଠାରୁ ପଡ଼ ପରୋପକାରୀ ଓ ଦାନବୀର ଭାବେ ପ୍ରତିଷ୍ଠିତ ଥିଲେ। କିନ୍ତୁ ଧନୀ ତାଲିକାରୁ ଦୂରେଇ ରହିଥିଲେ।

୨୦୨୪ ଅଗଷ୍ଟ ୨୦ ଭିତରେ ଟାଟା ସମୂହା ମାର୍କେଟ କ୍ୟାପ୍‌ ମୋଟ ୨୯ଟି କମ୍ପାନୀ ମଧ୍ୟରେ ରହିଥିଲା। ଟାଟାର ମୋଟ ବଜାର ପଞ୍ଜିକରଣ ଆନୁମାନିକ ୩୩.୭ ଲକ୍ଷ କୋଟି ଟଙ୍କା ଅଟେ। ଟାଟାର ବୈଶିକ ସଫଳତା ପରେ ବି ରତନ ଟାଟାଙ୍କ ବ୍ୟକ୍ତିଗତ ସମ୍ପତ୍ତି ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀଙ୍କ ତୁଳନାରେ କମ୍‌ ଅଟେ। ରତନଙ୍କ ମୋଟ ସମ୍ପତ୍ତି ୩୮୦୦କୋଟି ଟଙ୍କା ଅଟେ। ଏହାର ଅର୍ଥ ତାଙ୍କର ମୋଟ ସମ୍ପତ୍ତି ଟାଟା ସମୂହର କମ୍ପାନିର ମୋଟ ସମ୍ପତ୍ତି ଠାରୁ ୦.୫୦ ଶତକଡା ବି ନୁହେଁ।

ଜାମସେଦ ଟାଟାଙ୍କ ପରେ ରତନ ଟାଟା ସବୁଠାରୁ ବଡ ଦାନବୀରଙ୍କ ମଧ୍ୟରୁ ଜଣେ । ଟାଟା ଗ୍ରୁପ୍ର ନେତୃତ୍ୱରେ ଭାରତରେ ସ୍ବାସ୍ଥ୍ୟସେବା ଏବଂ ଶିକ୍ଷାର ଉନ୍ନତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରାଯାଇଛି । ଜାମସେଦଜୀଙ୍କ ପରେ ରତନ ଟାଟା ମଧ୍ୟ ଦାନ କରିବାରେ ପଛରେ ନ ଥିଲେ । କରୋନାରେ ସାରା ଦେଶ ଜୁଝୁ ଥିବାବେଳେ ୨୦୨୦ ମାର୍ଚ୍ଚରେ ଟାଟା ଗ୍ରୁପ ଦେଶକୁ ୫୦୦ କୋଟି ଟଙ୍କା ଦାନ କରିଥିଲା । ଯାହା ଭାରତୀୟ ବ୍ୟବସାୟିକ ପରିବାର ଦ୍ବାରା କରାଯାଇଥିବା ସବୁଠାରୁ ବଡ ଦାନ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ରୋଜଗାରର ୬୬ ପ୍ରତିଶତ ଦାନ କରିଥିଲେ।

ରତନ ଟାଟା ତାଙ୍କ ରୋଜଗାରର ୬୦-୭୦% ଦାନ କରୁଥିଲେ। ରତନ ଟାଟା ଅନେକ ସମୟରେ ଅସହାୟ ଲୋକଙ୍କୁ ଦାନ କରି ମାନବିକତା ଦେଖାଇଥିଲେ। ୨୦୧୪ରେ ଆଇଆଇଟି ବମ୍ବେରେ ଗବେଷଣାକୁ ପ୍ରୋତ୍ସାହନ ଦେବା ପାଇଁ ୯୫ କୋଟି ଟଙ୍କା ଦାନ କରିଥିଲେ । ସେ କୋରେଲ ବିଶ୍ୱବିଦ୍ୟାଳୟକୁ ମଧ୍ୟ ୨୮ ମିଲିୟନ ଡଲାର ଦାନ କରିଥିଲେ। ସେ ରୋଜଗାର କରୁଥିବା ମୋଟ ଟଙ୍କାରୁ ସେ କେବଳ ଦାନ କରିବାରେ ଖର୍ଚ୍ଚ କରୁଥିଲେ। ତେଣୁ ସେ କେବେ ଧନୀ ତାଲିକାରେ ଯୋଡି ହୋଇପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri