ଆଇଏଏସ୍‌ ଅଫିସର ହେବାକୁ ଚାହୁଁଥିଲେ ରାଶି

ମୁମ୍ବାଇ: ଅଭିନେତ୍ରୀ ରାଶି ଖାନ୍ନା ନିଜର ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ବେଶ୍‌ ପ୍ରଶଂସା ସାଉଣ୍ଟିଛନ୍ତି। କେବଳ ବଲିଉଡ୍‌ରେ ନୁହେଁ, ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ନିକଟରେ ଅଭିନେତା ବିକ୍ରାନ୍ତ ମେସିଙ୍କ ସହ ‘ଦି ସାବରମତି ରିପୋର୍ଟରେ’ ତାଙ୍କୁ ଦେଖିବାକୁ ମିଳିଥିଲା। ଅଭିନୟ ବ୍ୟତୀତ ବିଭିନ୍ନ ସାମାଜିକ କାର୍ଯ୍ୟରେ ମଧ୍ୟ ସେ ବହୁବାର ନଜରକୁ ଆସିଛନ୍ତି। ନିକଟରେ ସେ ଏକ ସାକ୍ଷାତ୍‌କାର ଦେଇ ନିଜ ଜୀବନର ଅନେକ କାହାଣୀକୁ ପ୍ରଘଟ କରିଛନ୍ତି।
ରାଶି ଅଭିନେତ୍ରୀ ହେବା ପାଇଁ ନୁହେଁ, ବରଂ ଜଣେ ଆଇଏଏସ୍‌ ଅଧିକାରୀ ହେବାକୁ ଚାହୁଁଥିଲେ ବୋଲି ଏହ ସାକ୍ଷାତ୍‌କାରରେ ପ୍ରକାଶ କରିଛନ୍ତି। ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ରାଶିଙ୍କର ସ୍କୁଲ୍‌ ପାଠପଢ଼ା ମଧ୍ୟ ରାଷ୍ଟ୍ରୀୟ ରାଜଧାନୀରେ ହୋଇଥିଲା। ସ୍କୁଲ ଏବଂ କଲେଜରେ ପଢିବା ବେଳେ ସେ ଅଧ୍ୟୟନରେ ସର୍ବୋତ୍ତମ ଥିଲେ। ଧୀରେ ଧୀରେ ଆଇଏଏସ୍‌ ଅଧିକାରୀ ହେବାକୁ ସେ ସ୍ବପ୍ନ ଦେଖିବା ଆରମ୍ଭ କରିଥିଲେ। ସେଥିପାଇଁ ସେ ନିଜର ପ୍ରସ୍ତୁତି ମଧ୍ୟ ଚଳାଇଥିଲେ ବୋଲି ରାଶି କହିଛନ୍ତି। ତେବେ କଲେଜରେ ପଢ଼ିବା ସମୟରେ ତାଙ୍କୁ ମଡେଲିଂ କରିବା ପାଇଁ ଅଫର ଆସିଥିଲା। ସେ ଉକ୍ତ ଅଫରକୁ ଗ୍ରହଣ କରିଥିଲେ। ରାଶି ଧୀରେ ଧୀରେ ନିଜ ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ସେଥିରେ ତାଙ୍କୁ ସଫଳତା ମିଳିଥିଲା। ଏହାପରେ ଅଭିନୟ କ୍ଷେତ୍ରରେ ପାଦ ଥାପିବାକୁ ମଧ୍ୟ ରାଶିଙ୍କୁ ଅଫର୍‌ ଆସିଥିଲା। ୨୦୧୩ରେ ରିଲିଜ୍‌ ହୋଇଥିବା ସୁଜିତ ସରକାରଙ୍କ ନିର୍ଦ୍ଦେଶିତ ‘ମାଡ୍ରାସ କାଫେ’ ହେଉଛି ରାଶିଙ୍କ ଅଭିନୀତ ପ୍ରଥମ ଫିଲ୍ମ। ଏହି ଚଳଚ୍ଚିତ୍ରରେ ସେ ଅଭିନେତା ଜନ୍‌ ଆବ୍ରହାମଙ୍କ ସ୍ତ୍ରୀ ଭୂମିକାରେ ନଜରକୁ ଆସିଥିଲେ। ଏହା ପରେ ସେ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାକୁ ସୁଯୋଗ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri