Posted inଫୁରସତ

ରାସବିହାରୀ-ତୋଶିକୋଙ୍କର ଶହେବର୍ଷ ତଳର ପ୍ରେମ କାହାଣୀ

ଆଜିଠାରୁ ପ୍ରାୟ ଶହେ ବର୍ଷ ପୂର୍ବେ ଅର୍ଥାତ୍‌ ୧୯୧୮ମସିହା ଜୁଲାଇ ୯ ତାରିଖରେ ତୋଶିକୋ ଓ ରାସବିହାରୀଙ୍କର ଗୋପନ ବିବାହର ସାକ୍ଷୀ ଥିଲେ ମାତ୍ର ହାତଗଣତି କେଇଜଣ । ଯେଉଁ ବିବାହ ଜାକଜମକରେ ଉଛୁଳି ପଡ଼ିବା କଥା, ସେଠାରେ ବର କିମ୍ବା କନ୍ୟା ପକ୍ଷରୁ କୌଣସି ବନ୍ଧୁବାନ୍ଧବ କିମ୍ବା ସମ୍ପର୍କୀୟ ଉପସ୍ଥିତ ନ ଥିଲେ । ତୋଶିକୋଙ୍କ ମା’ ସେତେବେଳେ ଶଯ୍ୟାଶାୟୀ । ଉପର ମହଲାର ଝର୍କାରୁ ଦେଖିଲେ, ଅତି ସାଧାରଣ ପୋଷାକରେ ତାଙ୍କର ଝିଅ ବାପାଙ୍କ ହାତ ଧରି ବାହାରିଯାଉଛି । ଟ୍ରେନ୍‌ରେ ଚଢ଼ି ତୋୟାମାଙ୍କ ଘରେ ପହଞ୍ଚିଲେ ।

ସେଠାରେ ତୋଶିକୋଙ୍କ ପାଇଁ ବିବାହ ପୋଷାକ କିଣି ରଖିଥିଲେ ତୋୟାମାଙ୍କ ସ୍ତ୍ରୀ । ତୋଶିକୋଙ୍କୁ ବଧୂ ବେଶରେ ସେ ହିଁ ସଜାଇଦେଲେ । ବିବାହରେ ପିତାଙ୍କ ଭୂମିକା ନିର୍ବାହ କଲେ ତୋୟାମା । ତୋଶିକୋ ସୋମା ହେଲେ ତୋଶିକୋ ବସୁ । ପରବର୍ତ୍ତୀ କାଳରେ ସେ ଜାପାନରେ ପରିଚିତ ହୋଇଥିଲେ – ‘ ଦ ଲିଭିଂ ଫ୍ଲେସ୍‌ ଶିଲ୍ଡ ଟୁ ଦ ଇଣ୍ଡିଆନ ଇନ୍‌ ଏକ୍ଜାଇଲ’ ।

ପଶ୍ଚିମବଙ୍ଗରେ ୧୮୮୬ ମସିହା ମେ ୨୫ ତାରିଖରେ ଜନ୍ମିତ ରାସବିହାରୀ ବସୁ ଥିଲେ ବ୍ରିଟିଶ ବିରୋଧୀ ସ୍ବାଧୀନତା ଆନ୍ଦୋଳନର ଜଣେ ଅଗ୍ରଗଣ୍ୟ ନେତା ଏବଂ ଇଣ୍ଡିଆନ ନ୍ୟାଶନାଲ ଆର୍ମି (ଆଇଏନ୍‌ଏ)ର ଅନ୍ୟତମ ସଙ୍ଗଠକ । ଦିଲ୍ଲୀର ଗଭର୍ନର ଜେନେରାଲ ଏବଂ ଭାଇସ୍‌ ରାୟ ଲର୍ଡ ହାଉସିଂଙ୍କ ଉପରକୁ ବୋମା ଫିଙ୍ଗିବା ଘଟଣାର ନେତୃତ୍ୱ ନେଇଥିବା କାରଣରୁ ବ୍ରିଟିଶ ପୋଲିସ ବାହିନୀ ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ରାସବିହାରୀ ବ୍ରିଟିଶ ଗୋଇନ୍ଦା ସଂସ୍ଥା ଆଖିରେ ଧୂଳିଦେଇ ୧୯୧୫ ମସିହାରେ ଜାପାନ ପଳାଇ ଆସିଥିଲେ । ଭାରତ ବାହାରେ ସିଙ୍ଗାପୁରଠାରେ ଆଜାଦ ହିନ୍ଦ୍‌ ଫୌଜ ଗଠନ କରନ୍ତି ଏବଂ ପରବର୍ତ୍ତୀ କାଳରେ ଆଜାଦ ହିନ୍ଦ୍‌ ଫୌଜର ପରିଚାଳନା ଭାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହାତକୁ ସମର୍ପି ଦିଅନ୍ତି ।

ରହଣି କାଳରେ ତୋଶିକୋ ଏବଂ ରାସବିହାରୀଙ୍କ ପ୍ରେମ ପରବର୍ତ୍ତୀ କାଳରେ ବିବାହରେ ପରିଣତ ହୁଏ ।
ତାଙ୍କୁ ବିବାହକରି ଏଭଳି ଏକ ଜୀବନ ସହ ତୋଶିକୋ ଜଡ଼ିତହେବାକୁ ବାଧ୍ୟ ହୋଇଛନ୍ତି ଭାବି ଭିତରେ ଭିତରେ ଅନୁତାପରେ ଦଗ୍ଧ ହେଉଥିଲେ ରାସବିହାରୀ । ବୋଧହୁଏ ବାଧ୍ୟ ହୋଇ ତାଙ୍କ ପାଦ ସହ ପାଦ ମିଳାଇ ଚାଲିବାର ସଂକଳ୍ପ ନେଇଥିବା ହେତୁ ତୋଶିକୋ ଏଭଳି ଯାଯାବର ଏବଂ ଆତଙ୍କିତ ଜୀବନ ଜିଇଁବାକୁ ବାଧ୍ୟ ହୋଇଛନ୍ତି ।

ରାସବିହାରୀ ତୋଶିକୋଙ୍କୁ ଭଲ ପାଇଛନ୍ତି , କିନ୍ତୁ ଏଯାବତ୍‌ ତାଙ୍କ ମନର ଅତଳ ଗହୀରକୁ ପରଖି ଦେଖିପାରିନାହାନ୍ତି । ନୀରବରେ ସବୁ ଦାୟିତ୍ୱ ନିର୍ବାହ କରୁଛନ୍ତି ତୋଶିକୋ । ଆବେଗର ବହିଃ ପ୍ରକାଶରେ ମଧ୍ୟ ଅତି ସଂଯମୀ ନବବଧୂ ତୋଶିକୋ ।

@ଯତେବେଳେ ସେମାନେ ଚିରାୟ ସମୁଦ୍ର କୂଳର ଗୋଟିଏ ଘରେ ବସବାସ କରୁଥିଲେ ସେତେବେଳେ ହଠାତ୍‌ ଦିନେ ରାସବିହାରୀ ତୋଶିକୋଙ୍କୁ ପ୍ରଶ୍ନଟି ପଚାରି ଦେଇଥିଲେ –”ତୁମେ ମୋତେ ବିବାହ କରିଛ, କିନ୍ତୁ ମୋତେ କ’ଣ ସତରେ ପ୍ରାଣଦେଇ ଭଲପାଇଛ? “ ପ୍ରଶ୍ନର ଆକସ୍ମିକତାରେ ନିଷ୍ପଳକ ସ୍ବାମୀଙ୍କୁ ଚାହିଁ ରହିଲେ ତୋଶିକୋ । ଦୁଇ ଆଖିରୁ ବୋହୁଥାଏ ଧାର ଧାର ଲୁହ ।
ଅସ୍ଥିର ରାସବିହାରୀ ତଥାପି ବେପରୁଆ, ଉତ୍ତେଜିତ । କହି ଚାଲିଥାନ୍ତି – ”କୁହ , ତୁମେ କ’ଣ ମୋ ପାଇଁ ଜୀବନ ଦେଇପାରିବ ?“

ରାସବିହାରୀଙ୍କ କଥା ଶେଷ ନ ହେଉଣୁ ତୀର ବେଗରେ ଖୋଲା ଝର୍କା ଆଡ଼କୁ ଧାଇଁଲେ ତୋଶିକୋ । ଝର୍କାରୁ ଡେଇଁ ଜୀବନ ହାରିବେ । ଧାଇଁଯାଇ ପଛରୁ ତାଙ୍କୁ ଜାବୁଡ଼ି ଧରିଲେ ରାସବିହାରୀ ।
ଏକ ଆଶ୍ଚର୍ଯ୍ୟ ପ୍ରେମକାହାଣୀ । ସରଳ ଗାଣିତିକ ହିସାବରେ ଯାହାର ମିଆଦ ମାତ୍ର ଆଠବର୍ଷ । ତୋଶିକୋଙ୍କ ଅକାଳ ମୃତ୍ୟୁ ପରେ ଅବଶିଷ୍ଟ ଜୀବନ ସେହି ଭଲପାଇବାକୁ ଛାତି ତଳେ ଜାବୁଡ଼ିଧରି ଜୀବନ ଜିଇଁଥିଲେ ରାସବିହାରୀ । ତୋଶିକୋଙ୍କ ମା’ କୋକୋ ତାଙ୍କୁ ପୁଣିଥରେ ବିବାହ କରିବାର ପ୍ରସ୍ତାବ ଦେଇଥିଲେ । ରାସବିହାରୀ ହସି ଉତ୍ତର ଦେଇଥିଲେ -” ତୋଶିକୋ ବ୍ୟତୀତ ଅନ୍ୟ କାହାକୁ ଭଲପାଇବା ମୋ ପକ୍ଷରେ ଏ ଜୀବନରେ ଆଦୌ ସମ୍ଭବ ନୁହେଁ । ସେହି ୮ ବର୍ଷର ନିର୍ଜନ ଜୀବନ ପରି ତୋଶିକୋ ଚିରକାଳ ମୋ ଭିତରେ ହିଁ ରହିଥିବେ । ମୋର ଆଉ କିଛି ଲୋଡ଼ା ନାହିଁ ଏହି ଜୀବନରେ ।“

ଖୁବ୍‌ ଯତ୍ନକରି ତୋଶିକୋଙ୍କୁ ବଙ୍ଗଳା ଶିଖାଇଥିଲେ । ଶିଖାଇଥିଲେ ବଙ୍ଗାଳୀ ନବବଧୂ ପରି ଶାଢ଼ି ପିନ୍ଧିବା । ଆଉ ବଙ୍ଗାଳୀ ରାନ୍ଧଣା ମଧ୍ୟ । ଧରା ପଡ଼ିଯିବା ଭୟରେ ୮ବର୍ଷର ବୈବାହିକ ଜୀବନରେ ରାସବିହାରୀ ଓ ତୋଶିକୋଙ୍କୁ ସତରଥର ଘର ବଦଳାଇବାକୁ ପଡ଼ିଥିଲା । ତା’ ସହ ତୀବ୍ର ଅର୍ଥ ସଙ୍କଟ। କିନ୍ତୁ ଏସବୁ କିଛି ହେଲେ ସେମାନଙ୍କ ଦାମ୍ପତ୍ୟ ଜୀବନକୁ ସୁଖମୟ ତଥା ମଧୁମୟ କରିବାରୁ ବଞ୍ଚିତ କରିପାରି ନ ଥିଲା । ରାସବିହାରୀଙ୍କ ଜୀବନର ଯାବତୀୟ ଝଡ଼ଝଞ୍ଜାରେ ତୋଶିକୋ ହିଁ ଥିଲେ ରକ୍ଷାକବଚ । ସେ ସଂସାରକୁ ଧରି ରଖିଥିଲେ ବୋଲି ତ ଭାରତର ସ୍ବାଧୀନତା ଆନ୍ଦୋଳନରେ ନିଜକୁ ସମର୍ପିଦେଇ ପାରିଥିଲେ ରାସବିହାରୀ । ରାସବିହାରୀ ଲେଖିଛନ୍ତି –” Our married life was very short but it was bliss . I had a feeling that I enjoyed total happiness during those few years .”
ଜୁଲାଇ ୨ ତାରିଖରେ ଜାପାନର ନାଗରିତ୍ୱ ହାସଲ କରନ୍ତି ରାସବିହାରୀ । ସୁନ୍ଦର ଗୋଟିଏ ଘରେ ସ୍ବାଧୀନ ଜୀବନ ଆରମ୍ଭ ହୁଏ । ତୋଶିକୋ ସଂସାର ସଜାଡ଼ିବାରେ ଲାଗି ପଡ଼ନ୍ତି । କିନ୍ତୁ ସେହି ସୁଖ ସ୍ଥାୟୀ ହୋଇପାରେ ନାହିଁ ।

ସେପ୍ଟେମ୍ବର ମାସ ଭୂମିକମ୍ପରେ ଘର ଭାଙ୍ଗି ଧ୍ବସ୍ତବିଧ୍ବସ୍ତ ହୋଇଯାଏ। ତୀବ୍ର ଅର୍ଥାଭାବ ରାସବିହାରୀଙ୍କୁ ଗ୍ରାସକରେ । ବିଶ୍ବକବି ରବୀନ୍ଦ୍ରନାଥ ଟାଗୋର ସେତେବେଳେ କିଛି ଟଙ୍କା ପଠାନ୍ତି । ୧୯୨୪ ମସିହାରେ ଜାପାନ ଭ୍ରମଣ କାଳରେ ଟୋକିଓରେ ଥିବା ରାସବିହାରୀ -ତୋଶିକୋଙ୍କ ଘରକୁ ମଧ୍ୟ ଯାଇଥିଲେ ରବୀନ୍ଦ୍ରନାଥ । ସେତେବେଳକୁ ତୋଶିକୋ ମୁମୂର୍ଷୁ ପ୍ରାୟ । ଆଠବର୍ଷର ମାନସିକ ଚାପ, ରାସବିହାରୀଙ୍କୁ ନେଇ ଅହରହ ଭୟ ଓ ଆଶଙ୍କା , ଶାରୀରିକ ପରିଶ୍ରମ ତାଙ୍କର ସ୍ବାସ୍ଥ୍ୟଭଙ୍ଗର କାରଣ ହୋଇ ପଡ଼ିଥିଲା । ଯକ୍ଷ୍ମା ଓ ନିମୋନିଆରେ ଆକ୍ରାନ୍ତହୋଇ ପଡ଼ନ୍ତି ତୋଶିକୋ ।

କିଛିଦିନ ତୋଶିକୋଙ୍କ ବିଛଣା ପାଖରୁ ଆଦୌ ଉଠିନାହାନ୍ତି ରାସବିହାରୀ । ତାଙ୍କ ହାତ ଭିତରେ ଧରି ରଖୁଥିଲେ ତୋଶିକୋଙ୍କ ହାତ । ଧୀର ସ୍ବରରେ ସଂସ୍କୃତ ମନ୍ତ୍ର ଉଚ୍ଚାରଣ କରୁଥିଲେ ରାସବିହାରୀ ଏବଂ କ୍ଷୀଣ କଣ୍ଠରେ ରାସବିହାରୀଙ୍କ ସ୍ବର ସହ ସ୍ବର ମିଳାଇବାକୁ ଚେଷ୍ଟା କରୁଥିଲେ ତୋଶିକୋ । ଶେଷ କେଇଦିନ ସେହି ଘରକୁ ତୋଶିକୋଙ୍କ ପିତାମାତା ମଧ୍ୟ ପ୍ରବେଶ କରୁ ନ ଥିଲେ, ଝିଅ ଓ ଜ୍ବାଇଁଙ୍କର ଅନାବିଳ ପ୍ରେମର ପ୍ରତିଟି ମୁହୂର୍ତ୍ତ ସେମାନଙ୍କୁ ଏକସଙ୍ଗେ ରହିବାର ସୁଯୋଗ ଦେବାପାଇଁ । ମାତ୍ର ୨୮ ବର୍ଷ ବୟସରେ ଚିରନିଦ୍ରାରେ ଶୋଇପଡ଼ିଥିଲେ ତୋଶିକୋ ବସୁ । ପ୍ରିୟତମା ସ୍ତ୍ରୀଙ୍କ ମୃତ୍ୟୁର ବହୁ ବର୍ଷ ପରେ ରାସବିହାରୀଙ୍କ ମୃତ୍ୟୁ ହୋଇଥିଲା। ଟୋକିଓର ତାମା ଶ୍ମଶାନରେ ତୋଶିକୋଙ୍କ ସମାଧି ପାଖରେ ତିଆରି ହୋଇଥିଲା ରାସବିହାରୀଙ୍କ ସମାଧି ।

ସ୍ବାଧୀନତା ସଂଗ୍ରାମୀ ରାସବିହାରୀ ଏବଂ ତାଙ୍କର ପ୍ରେରଣାଦାୟିନୀ ତୋଶିକୋଙ୍କର ଅନାବିଳ ପ୍ରେମକୁ ସଲାମ । -ପ୍ରଦୀପ କୁମାର ରାୟ
ମୋ:୯୪୩୭୫୩୪୭୭୩


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri