Categories: ଫୁରସତ

ଅଷ୍ଟ୍ରେଲିଆରେ ନଜର ଆସିଲା ବିରଳ ଧଳା କଙ୍ଗାରୁ

ଆଜିକାଲି ସମୟରେ ସୋସିଆଲ ମିଡିଆର କ୍ରେଜ୍‌ କାହିଁରେ କେତେ। ଅନେକ ସମୟରେ କିଛି ଘଟଣା, ଫଟୋ ନଚେତ ଭିଡିଓ କେଇ ମୂହୁର୍ତ୍ତରେ ଭାଇରାଲ ହୋଇଯାଏ। ଏହି କ୍ରମରେ ଏବେ ଏକ ଧଳା କଙ୍ଗାରୁର ଫଟୋ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏଭଳି କଙ୍ଗାରୁ କ୍ୱଚିତ ଦେଖିବାକୁ ମିଳୁଥିବାରୁ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସୂଚନାନୁସାରେ, ଏହି ଆଲବିନୋ କଙ୍ଗାରୁ ୬ ମାସ ପୂର୍ବରୁ ଗାଏବ ହୋଇଯାଇଥିଲା। ହେଲେ ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ନୋଗୋ ଷ୍ଟେସନର ବାସିନ୍ଦା ସାରା କିନ୍ନନ ହଠାତ୍‌ ଏହାକୁ ଦେଖିଥିଲେ। ସେ କିଛି କାମ ପାଇଁ ତାଙ୍କ ସ୍ବାମୀଙ୍କ ସହ ଥିବାବେଳେ ଧଳା କଙ୍ଗାରୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

କଙ୍ଗାରୁ ପଳାଇଯିବା ସମୟରେ ସେ ତାର କିଛି ଫଟୋ ଉଠାଇଥିଲେ। ସେ ଉକ୍ତ ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଥିଲେ। ପରେ ଏହି ବିରଳ କଙ୍ଗାରୁକୁ ଦେଖି ଲୋକେ ଚକିତ ହେବା ସହ ପୂର୍ବରୁ କେବେ ଧଳା କଙ୍ଗାରୁ ଦେଖି ନ ଥିବା ପ୍ରତିକ୍ରିୟା ରଖୁଛନ୍ତି।

Share