ସୂର୍ଯ୍ୟଙ୍କ ଚାରିପଟେ ବିରଳ ବଳୟ

ମାଲକାନଗିରି,୮ା୭(ଡି.ଏନ୍‌.ଏ.): ବର୍ଷା ସମ୍ଭାବନାରେ ବିଭିନ୍ନ ସଙ୍କେତ ପୂର୍ବରୁ ଦେଖିବାକୁ ମିଳିଥାଏ। ଯଥା ବେଙ୍ଗ ବୋବାଇବା, ଝିଙ୍କାରି ବୋବାଇବା, ଆକାଶରେ ଖଣ୍ଡ ଖଣ୍ଡ ମେଘ ପ୍ରବାହିତ ହେବା ଏବଂ ବିଶେଷ କରି ସୂର୍ଯ୍ୟଙ୍କ ଚାରିପଟେ ବୃତାକାର ବଳୟ ସୃଷ୍ଟି ହେଲେ ଆଗାମୀ ଦିନରେ ବର୍ଷା ହେବାର ସଙ୍କେତ ମିଳିଥାଏା ବୁଧବାର ସେହିପରି ଏକ ଦୃଶ୍ୟ ମାଲକାନଗିରି ଜିଲାରେ ଦେଖିବାକୁ ମିଳିଛିା ମଧ୍ୟାହ୍ନ ୧୨.୫୦ ମିନିଟ୍‌ ସମୟରେ ସୂର୍ଯ୍ୟଙ୍କ ଚତୁଃପାର୍ଶ୍ୱରେ ଏକ ବୃତ୍ତାକାର ଘୂର୍ଣ୍ଣିବଳୟ ଆକାଶ ମାର୍ଗରୁ ଦୃଷ୍ଟିଗୋଚର ହୋଇଛିା ଏହା ଆଗାମୀ ବର୍ଷା ପାଇଁ ଶୁଭ ସୂଚକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।