ଘଟିବାକୁ ଯାଉଛି ବିରଳ ମହାଜାଗତିକ ଘଟଣା: ପୃଥିବୀ ଆଡ଼କୁ ବଢ଼ୁଛି…

ଓ୍ବାଶିଂଟନ୍‌, ୧୬ା୯: ଆସନ୍ତା ୧୮ରେ ଏକ ବିରଳ ମହାଜାଗତିକ ଘଟଣା ଘଟିବାକୁ ଯାଉଛି। ୨୦୨୫ ଏଫ୍‌ଏ ୨୨ ନାମକ ଏକ କ୍ଷୁଦ୍ରଗ୍ରହ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ ବୋଲି ସୋମବାର ଆମେରିକୀୟ ମହାକାଶ ସଂସ୍ଥା ‘ନାସା’ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ପ୍ରତି ନାସାର ସେଣ୍ଟର ଫର୍‌ ନିୟର୍‌ ଆର୍ଥ ଅବଜେକ୍ଟ ଷ୍ଟଡିଜ୍‌ (ସିଏନ୍‌ଇଓଏସ୍‌) ଏବଂ ଜେଟ୍‌ ପ୍ରପଲସନ୍‌ ଲାବୋରେଟୋରି (ଜେପିଏଲ୍‌) ଦ୍ୱାରା ଏହି କ୍ଷୁଦ୍ରଗ୍ରହର ଗତିପଥକୁ ଟ୍ରାକ୍‌ କରାଯାଉଛି। ଚଳିତ ବର୍ଷ ପ୍ରାରମ୍ଭରେ ଆମେରିକାର ହାଓ୍ବାଇସ୍ଥିତ ‘ପ୍ୟାନ୍‌-ଷ୍ଟାର୍ସ ୨ ସର୍ଭେ’ ଦ୍ୱାରା ଏହି କ୍ଷୁଦ୍ରଗ୍ରହକୁ ଆବିଷ୍କାର କରାଯାଇଥିଲା। ଏହାର ବ୍ୟାସାର୍ଦ୍ଧ ୧୨୦ରୁ ୨୮୦ ମିଟର ମଧ୍ୟରେ ହୋଇପାରେ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି। ଏହି ଦୃଷ୍ଟିକୋଣରୁ ଏଫ୍‌ଏ ୨୨ ଦିଲ୍ଲୀରେ ଥିବା ପ୍ରସିଦ୍ଧ ଦର୍ଶନୀୟ ସ୍ଥଳୀ କୁତବମିନାରଠାରୁ ସର୍ବନିମ୍ନ ୨ ଗୁଣା ଏବଂ ସର୍ବାଧିକ ୪ ଗୁଣା ଉଚ୍ଚ ହେବ। ଏହି ଆଷ୍ଟରଏଡ୍‌ ସୂର୍ଯ୍ୟଙ୍କ ଚାରିପାଖରେ ଏକ ସାମାନ୍ୟ ଢଳିଥିବା କକ୍ଷପଥରେ ଘୂରିଥାଏ। ଏହାର କକ୍ଷପଥର ଅବଧି ପ୍ରାୟ ୧.୮୫ ବର୍ଷ ରହିଛି। ଆସନ୍ତା ୧୮ରେ ଏହି କ୍ଷୁଦ୍ରଗ୍ରହ ପୃଥିବୀଠାରୁ ପ୍ରାୟ ୮ ଲକ୍ଷ ୪୨ ହଜାର କି.ମି. ଦୂର ଦେଇ ଅତିକ୍ରମ କରିବ। ଉକ୍ତ ଦୂରତା ଚନ୍ଦ୍ରଠାରୁ ପୃଥିବୀର ଦୂରତା ତୁଳନାରେ ୨ ଗୁଣ ଅଧିକ। ଇଣ୍ଟରନ୍ୟାଶ୍‌ନାଲ ଆଷ୍ଟରଏଡ୍‌ ଓ୍ବାର୍ନିଂ ନେଟ୍‌ଓ୍ବର୍କ (ଆଇଏଡବ୍ଲ୍ୟୁଏନ୍‌) ସମ୍ପ୍ରତି ଉଭୟ ରାଡାର ଏବଂ ଶକ୍ତିଶାଳୀ ଅପ୍ଟିକାଲ ଟେଲିସ୍କୋପର ବ୍ୟବହାର କରି ଏଫ୍‌ଏ୨୨ କ୍ଷୁଦ୍ରଗ୍ରହର କକ୍ଷପଥ ଏବଂ ଗଠନକୁ ନେଇ ଅଧ୍ୟୟନ ଜାରି ରଖିଥିବା ନାସା ସୂଚନା ଦେଇଛି। ତେବେ ଏଫ୍‌ଏ୨୨ ପୃଥିବୀ ନିକଟ ଦେଇ ଅତିକ୍ରମ କରିବା ପ୍ରଭାବରେ କୌଣସି ବିପଦ ଆଶଙ୍କା ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଆଣ୍ଠୁଏ ପାଣି: ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ, ତଦନ୍ତ କଲେ…

କେସିଙ୍ଗା,୧।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତ ୱାର୍ଡ ନଂ ୩ରେ ପାଇପ ଫାଟି ମୁଖ୍ୟ ଗଳି ରାସ୍ତାରେ ପାଣି ଜମିରହୁଛି। ଏ…

ଭଞ୍ଜନଗର ବିଧାୟକଙ୍କ ପିତୃ ବିୟୋଗ, ଅଞ୍ଚଳରେ ଖବର ପ୍ରଚାରିତ ପରେ…

ଭଞ୍ଜନଗର,୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମସୁନ୍ଦର ନାୟକ ( ୯୬) ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ…

ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ସହପାଠୀଙ୍କ ଆକ୍ରମଣ, ମୁହଁକୁ ମାଡ଼ ମାରି ଆଖି ଫୁଟାଇଦେଲେ

ଲକ୍ଷ୍ନୌ,୧।୨: ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରକୁ ତାଙ୍କ ଶ୍ରେଣୀର ଅନ୍ୟ ଏକ ଛାତ୍ର ଏବଂ…

Budget 2026: ଓଡ଼ିଶାରେ ଜାତୀୟ ଜଳମାର୍ଗ-୫ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।…

ଶସ୍ତା ହୋଇଗଲା ସୁନା-ରୂପା, ବଜେଟ ପରେ ଏତେ ଖସିଗଲା ଦର ଖୁସିରେ ନାଚି ଉଠିବେ ଆପଣ!

ନୂଆଦିଲ୍ଲୀ,୧।୨: ବଜେଟ ଦିନ ଦେଶର ଧ୍ୟାନ ସଂସଦ ଉପରେ କେନ୍ଦ୍ରିତ ଥିବା ବେଳେ, ସାମଗ୍ରୀ ବଜାର ଅସ୍ଥିରତା ମଧ୍ୟରେ ଥିଲା। ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା…

Budget 2026: ବିଦେଶରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଉପହାର, ଟ୍ୟାକ୍ସ ହ୍ରାସ…

ନୂଆଦିଲ୍ଲୀ,୧।୨: ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବଡ଼ ଘୋଷଣା କରିଛନ୍ତି । ସେ ବିଦେଶୀ ଶିକ୍ଷା ଉପରେ ଟିକସରେ ଗୁରୁତ୍ୱପୂର୍ଣ୍ଣ ରିହାତି…

ଦୁର୍ଘଟଣା ହୋଇଛି ପାଣି ଦିଅ କହି ଘରେ ପଶିଲେ, ବନ୍ଧୁକ ଭୁଜାଲି ବେକରେ ଲଗାଇ ଲୁଟିନେଲେ ସର୍ବସ୍ବ

ପାଟଣା,୧ା୨(ବୀର କିଶୋର ଦାଶ): ଦୁର୍ଘଟଣା ହୋଇଛି ପାଣି ଦିଅ କହି ପ୍ରଥମେ ଘରର ରୋଷେୟାକୁ ମାଡ଼ ମାରିବା ସହ ବାନ୍ଧି ପକାଇବା ପରେ ଉପର ମହଲାକୁ ଯାଇ…

Budget 2026: ଲଗାତାର ୯ମ ଥର ବଜେଟ୍ ଆଗତ କରି ରେକର୍ଡ କଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି ଏକ ନୂତନ ଇତିହାସ ରଚିଛନ୍ତି। ସେ ଭାରତର ପ୍ରଥମ ଅର୍ଥମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri