Categories: ଜାତୀୟ

ସ୍ତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ୨,୭୪୦ କିମି ନନ୍‌ଷ୍ଟପ୍‌ ଗାଡି ଚଳାଇଲେ ସ୍ବାମୀ

ଅହମଦାବାଦ,୨୨।୭: ଅହମଦାବାଦରେ ଏକ ଅନନ୍ୟ ଘଟଣା ଦେଖିବାକୁ ମିଳିଛି। ନିଆଁରେ ପୋଡି ହୋଇଯାଇଥିବା ସ୍ତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ବାମୀ ୨,୭୪୦ କିଲୋମିଟର ନନ୍‌ଷ୍ଟପ୍‌ ଗାଡି ଚଳାଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସ୍ବାମୀଙ୍କ ପ୍ରେମ ଦେଖି ପତ୍ନୀ ମଧ୍ୟ ହାର ମାନି ନ ଥିଲେ ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।
୨୩ ବର୍ଷିୟ ମିସବା ଖାରୱାଲା ରମଜାନ ସମୟରେ ରୋଷେଇ କରୁଥିବା ସମୟରେ ଜଳି ଯାଇଥିଲେ। ମିସବା ଗୁରୁତର ଭାବେ ଜଳି ଯାଇଥିଲେ। ତାଙ୍କୁ ଏଲଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ପରେ, ମିସବାଙ୍କ ରିପୋର୍ଟ କରୋନା ପଜିଟିଭ ଆସିଲା। ପରେ ତାଙ୍କୁ ଏସଭିପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କରୋନା ପଜିଟିଭ୍‌ ଏବଂ ୭୧% ଜଳିଯିବା କାରଣରୁ ମିସବା ବଞ୍ଚିବାର ସମ୍ଭାବନା କମ ଥିବାରୁ ଡାକ୍ତରମାନେ ମଧ୍ୟ ଚିନ୍ତାରେ ଥିଲେ। ତେଣୁ ତାଙ୍କ ସ୍ବାମୀ ଫୈଜଲ କୌଣସି ଣସି ଚାପ ନେବାକୁ ଚାହୁଁ ନ ଥିଲେ। ଗୁଜୁରାଟରେ କୌଣସି ସ୍କିନ ବ୍ୟାଙ୍କ ନ ଥିବାରୁ ୧,୩୭୦ କିମି ଦୂର କର୍ନାଟକରେ ଥିବା ଏକ ସ୍କିନ୍‌ ବ୍ୟାଙ୍କ୍‌ ଯିବାର ଥିଲା। ସେ ହାର୍‌ ମାନି ନ ଥିଲେ। ଗାଡିରେ ନନ୍‌ଷ୍ଟପ୍‌ ଯାତ୍ରା କରି କର୍ନାଟକ ଆସିଥିଲେ। ମିସବା ଖାରୱାଲାଙ୍କ ଶରୀରର ୭୧ ପ୍ରତିଶତ ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଛି। ତାଙ୍କୁ ଦୁଇମାସ ସଂଘର୍ଷ କରିବାକୁ ପଡିଥିଲା। ଏହି ସମୟରେ ଡାକ୍ତର କିଛି ଅସ୍ତ୍ରୋପଚାର ମଧ୍ୟ କରିଥିଲେ।

Share