ହାତ, ଗୋଡ଼ ପାପୁଲି ନ ଥିବା ବିରଳ ଶିଶୁ ଜନ୍ମ

ବ୍ରହ୍ମପୁର ଅଫିସ,୨୨।୪: ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ କଲେଜ ଓ ହସ୍ପିଟାଲରେ ଜନ୍ମ ହୋଇଛି ଏକ ବିରଳ ଶିଶୁ । ଶିଶୁଟି ବୁଧବାର ଅପରାହ୍ନରେ ଜନ୍ମ ହୋଇଥିଲା । ପରେ ତାକୁ ଆଇସିୟୁ ଭିତରେ ରଖି ଡାକ୍ତରମାନେ ଚିକିତ୍ସା କରୁଛନ୍ତି । ପ୍ରଥମ ଥର ପାଇଁ ଏମ୍‌କେସିଜିରେ ଏମିତି ବିରଳ ଶିଶୁ ଜନ୍ମ ନେଇଛି। ଜେନେଟିକ ସମସ୍ୟା ଯୋଗୁ ବେଳେ ବେଳେ ଏଭଳି ଶିଶୁ ଜନ୍ମ ନିଅନ୍ତି ବୋଲି ଏମ୍‌କେସିକିର ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଇନ୍ଦିରା ପାଳ କହିଛନ୍ତି । ସାଧାରଣ ଶିଶୁ ଠାରୁ ଏହି ବିରଳ ଶିଶୁର ମୁହଁ ବଡ଼ ହୋଇଥିବା ବେଳେ ହାତ ଓ ଗୋଡ଼ ପାପୁଲି ନାହିଁ । ସେହିପରି ଶରୀରର ଚର୍ମ ମୋଟା ଏବଂ ଫଟା ରହିଛି। ତେବେ ଏହିଭଳି ଶିଶୁ ବେଶି ଦିନ ବଞ୍ଚିପାରନ୍ତି ନାହିଁ ବୋଲି ଡାକ୍ତର ସୂଚନା ଦେଇଛନ୍ତି।