ସ୍ପର୍ଶ ହସ୍ପିଟାଲରେ ବିରଳ ୩୬୦ଂ ଫ୍ୟୁଜନ ସର୍ଜରି

ଭୁବନେଶ୍ୱର,୨୫।୧(ଅନୁରାଧା ମହାରଣା): ଭୁବନେଶ୍ୱର ଶହୀଦନଗରସ୍ଥିତ ସ୍ପର୍ଶ ହସ୍ପିଟାଲରେ ବିରଳ ୩୬୦ଂ ଫ୍ୟୁଜନ୍‌ ସର୍ଜରି ସଫଳ ହୋଇଛି। ଏହା ସଫଳ ହେବାରୁ ଢେଙ୍କାନାଳ ଅଞ୍ଚଳର ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କ ଜୀବନରକ୍ଷା ହୋଇପାରିଛି। ବ୍ୟକ୍ତି ଜଣକ ଓଜନିଆ ଜିନିଷ ଉଠାଉଥିବାବେଳେ ଟ୍ରାକ୍ଟର ଉପରୁ ତଳକୁ ପଡ଼ିଯାଇ ଆହତ ହୋଇଥିଲେ। ମେରୁଦଣ୍ଡର ସି-୬ ଓ ସି-୭ ହାଡ ଭାଙ୍ଗି ବିସ୍ଥାପିତ ହୋଇଯାଇଥିବାବେଳେ ୧୦ ଜାନୁଆରୀରେ ଏହି ସର୍ଜରି କରାଯାଇଥିଲା। ବରିଷ୍ଠ ନ୍ୟୁରୋ ଓ ସ୍ପାଇନ୍‌ ସର୍ଜନ ଡା. ସନାତନ ଶତପଥୀଙ୍କ ତତ୍ତ୍ୱାବଧାନରେ ୧୨ଜଣିଆ ଟିମ୍‌ ଏହି ସର୍ଜରିରେ ସାମିଲ ଥିଲେ। ବୁଧବାର ହସ୍ପିଟାଲ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏହି ବିରଳ ସରକମ୍‌ଫେରେନସିଆଲ୍‌ ଫ୍ୟୁଜନ ସର୍ଜରି ସମ୍ପର୍କରେ ଡା. ଶତପଥୀ ସୂଚନା ଦେଇଛନ୍ତି। ୨୦୦୦ରୁ ଅଧିକ ସର୍ଜରି କରିସାରିଥିବା ଡା. ଶତପଥୀ କହିଛନ୍ତି, ଏହି ସର୍ଜରି ତାଙ୍କ ପାଇଁ ସହଜ ନ ଥିଲା। ରୋଗୀ ପ୍ରତି ହୃଦ୍‌ଘାତ, ୪ ଅଙ୍ଗ ପକ୍ଷଘାତ, ରେସ୍ପିିରେଟୋରି ଫେଲୁଅର୍‌ ଭଳି ଭୟ ରହିଥିବାବେଳେ ୨ଟି ପର୍ଯ୍ୟାୟରେ ଏହି ସର୍ଜରି କରାଯାଇଥିବା ସେ କହିଛନ୍ତି। ୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମରେ ଟିମ୍‌ ଏହି ସଫଳତା ପାଇଥିଲା। ହସ୍ପିଟାଲର ଜେନେରାଲ ମ୍ୟାନେଜର (ଆଡମିନିଷ୍ଟ୍ରେଶନ ଆଣ୍ଡ ବିଜ୍‌ନେସ୍‌ ଡେଭେଲପ୍‌ମେଣ୍ଟ) ସୌମେନ୍ଦ୍ର ନାରାୟଣ ମିଶ୍ର ଏବଂ ସ୍ପର୍ଶ ହେଲ୍‌ଥ କେୟାର ଗ୍ରୁପ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ଅନୁଜ ତିଓ୍ବାରୀ ସର୍ଜରି କରିଥିବା ଟିମ୍‌ର ଉଦ୍ୟମକୁ ପ୍ରଶଂସା କରିଛନ୍ତି। ସର୍ଜରି କରାଯାଇଥିବା ବ୍ୟକ୍ତି ଜଣଙ୍କ ଖବରଦାତା ସମ୍ମିଳନୀରେ ଉପସ୍ଥିତ ରହିଥିଲେ। ଚିକିତ୍ସା ବାବଦକୁ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଇଏସ୍‌ଆଇ ବୀମା ସହାୟକ ହୋଇଥିବା ସେ ସୂଚନା ଦେବା ସହ ଡାକ୍ତରୀ ଟିମ୍‌କୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri