Posted inଜାତୀୟ

ବଳାତ୍କାର ମାମଲା ମହିଳାଙ୍କ ବିରୋଧରେ ହୋଇପାରିବ ନାହିଁ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨।୧୨ : ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି ଜଣେ ମହିଳାଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୫ ଅନୁଯାୟୀ ବଳାତ୍କାର ମାମଲାରେ ଅଭିଯୁକ୍ତ କରାଯାଇପାରିବ କି? \ବଳାତ୍କାର ମାମଲାରେ ଅଭିଯୁକ୍ତ ୬୨ବର୍ଷ ବୟସ୍କା ମହିଳାଙ୍କ ଜାମିନ ଆବେଦନ ଉପରେ ଶୀର୍ଷ କୋର୍ଟ ଏହି ପ୍ରଶ୍ନ ଉଠାଇଛନ୍ତି। ଜାମିନ ଆବେଦନ କରି ମହିଳା ଜଣକ କହିଛନ୍ତି ତାଙ୍କ ପୁଅଙ୍କ ବିରୋଧରେ ବଳାତ୍କାରର ଏକ ମିଥ୍ୟା ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ମଧ୍ୟ ଏହି ମାମଲାରେ ସମ୍ପୃକ୍ତ କରାଯାଇଛି।

ଜଷ୍ଟିସ ହୃଷିକେଶ ରାୟ ଏବଂ ସଞ୍ଜୟ କରୋଲଙ୍କ ବେଞ୍ଚର ଶୁଣାଣି ବେଳେ କହିଛନ୍ତି ଆମ ଅନୁଯାୟୀ, କେବଳ ଜଣେ ପୁରୁଷଙ୍କୁ ଆଇପିସିର ଧାରା ୩୭୫ ଅନୁଯାୟୀ ବଳାତ୍କାରର ଅଭିଯୋଗରେ ଅଭିଯୁକ୍ତ କରାଯାଇପାରିବ।’ ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ମହିଳାଙ୍କ ଜାମିନ ଆବେଦନ ଉପରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଅଭିଯୁକ୍ତଙ୍କଠାରୁ ଉତ୍ତର ନିଆଯାଇଛି। ଏହି ପ୍ରଶ୍ନ ଉପରେ ବିଚାର କରାଯିବ ବୋଲି ବେଞ୍ଚ କହିଛନ୍ତି।

ଆଇପିସିର ଧାରା ୩୭୫ ଅନୁଯାୟୀ ବଳାତ୍କାର ଅପରାଧକୁ ବ୍ୟାଖ୍ୟା କରାଯାଇଛି। ଏହାପୂର୍ବରୁ ମହିଳାଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ କହିଥିଲେ ଜଣେ ମହିଳାଙ୍କୁ ବଳାତ୍କାର ପାଇଁ ବୁକ କରାଯାଇପାରିବ ନାହିଁ।
ଓକିଲ ବେଞ୍ଚଙ୍କୁ କହିଛନ୍ତି ଏହା ସ୍ଥିର ହୋଇଛି ଜଣେ ମହିଳାଙ୍କୁ ଗଣ ବଳାତ୍କାର ମାମଲାରେ ସାଧାରଣ ସାକ୍ଷ୍ୟ ଦେବାକୁ କୁହାଯାଇପାରିବ ନାହିଁ। କାରଣ ମହିଳାମାନଙ୍କୁ ବଳାତ୍କାର ପରିଭାଷା ପରିସରରୁ ଦୂରେଇ ରଖାଯାଇଛି। ଏହି ମାମଲାରେ ପଞ୍ଜାବର ନିମ୍ନ ଅଦାଲତ ଏବଂ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଦ୍ୱାରା ଅଗ୍ରୀମ ଜାମିନ ଆବେଦନକୁ ଖାରଜ କରାଯିବା ପରେ ମହିଳା ସର୍ବୋଚ୍ଚ ଅଦାଲତଙ୍କର ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri