ମିଥୁନଙ୍କ ପତ୍ନୀ-ପୁଅଙ୍କ ବିରୋଧରେ ଆସିଲା ବଳାତ୍କାର-ଗର୍ଭପାତ ଅଭିଯୋଗ!

ମୁମ୍ବାଇ: ବଲିଉଡ୍ ନାୟକ ମିଥୁନ ଚକ୍ରବର୍ତ୍ତିଙ୍କ ପୁଅ ମହାଅକ୍ଷୟ ଚକ୍ରବର୍ତ୍ତି ଏବେ ଅଡୁଆରେ ପଡିଯାଇଛନ୍ତି । ତାଙ୍କ ବିରୋଧରେ ମୁମ୍ବାଇର ଓସିୱାରା ପୋଲିସ ଷ୍ଟେଶନରେ ବଳାତ୍କାର କରିବା ଓ ଗର୍ଭପାତ କରାଇବା ଅଭିଯୋଗ ଆସିଛି । ଏହି ମାମଲାରେ ମିଥୁନଙ୍କ ପତ୍ନୀ ଯୋଗିତା ବାଲିଙ୍କ ନାଁ ମଧ୍ୟ ରହିଛି । ଏହି ଅଭିଯୋଗ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଜଣେ ମଡେଲ ତଥା ଅଭିନେତ୍ରୀ ଆଣିଥିବା ଜଣାପଡିଛି । ଗଣମାଧ୍ୟମ ସୂଚନାରୁ ଜଣାପଡିଛି କି ପୀଡ଼ିତା ଏକ ଏଫ୍‌ଆଇଆର୍ ଜରିଆରେ କହିଛନ୍ତି ଯେ ସେ ମିଥୁନଙ୍କ ପୁଅ ସହ ୨୦୧୫ରେ ସେ ରିଲେସନଶିପରେ ଥିଲେ । ଏହି ସମୟରେ ସେ ତଙ୍କୁ ଘରକୁ ଡାକି ସପ୍ଟ ଡ୍ରିଙ୍କରେ ନିଶା ମିଶାଇ ପୀଡ଼ିତାଙ୍କ ବିନା ଅନୁମତିରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏହାପରେ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଅନେକ ଥର ଶାରୀରିକ ସମ୍ପର୍କ ରଖିଥିବା ମଡେଲ ଜଣକ କହିଛନ୍ତି । ଦୀର୍ଘ ୪ ବର୍ଷ ସେମାନେ ରିଲେସନଶିପରେ ରହିବା ପରେ ମଡେଲ ଜଣକ ଗର୍ଭବତୀ ହୋଇଥିବା ଜଣାପଡିବା ପରେ ମହାଅକ୍ଷୟ ତାଙ୍କୁ ଜବରଦସ୍ତି ଗର୍ଭପାତ କରାଇଥିଲେ ବୋଲି ସେ କହିଛନ୍ତି । ଏହାକୁ ନେଇ ସେ ମିଥୁନଙ୍କ ପତ୍ନୀ ଯୋଗିତାଙ୍କୁ ସବୁକଥା ଜଣାଇଥିଲେ ମଧ୍ୟ ସେ ତାଙ୍କୁ ମାମଲା ସମାଧାନ କରିଦେବାକୁ ଧମକାଇଥିବା ସେ କହିଛନ୍ତି ।

Share