Posted inଜାତୀୟ

ଜାମିନ ପରେ ବିଜୟ ଶୋଭାଯାତ୍ରାରେ ବାହାରିଲେ ବଳାତ୍କାର ଅଭିଯୁକ୍ତ: ତା’ପରେ ଘଟିଗଲା ଏମିତି…

ବେଙ୍ଗାଲୁରୁ, ୨୪।୫:କର୍ନାଟକର ହାବେରୀ ଜିଲାର ବହୁ ଚର୍ଚ୍ଚିତ ହନାଗଲ ଗଣବଳାତ୍କାର ମାମଲାରେ ୭ ମୁଖ୍ୟ ଅଭିଯୁକ୍ତଙ୍କୁ ଗତ ୨୦ ତାରିଖରେ ଜାମିନ ମିଳିଥିଲା। ୧୬ ମାସ ପରେ ଜେଲରୁ ମୁକୁଳିବା ପରେ ଏହି ଅଭିଯୁକ୍ତମାନଙ୍କ ପାଇଁ ଏକ ରୋଡ୍‌ଶୋ’ର ଆୟୋଜନ ହୋଇଥିଲା। ହାଭେରୀ ଉପ କାରାଗାରୁ ଅଭିଯୁକ୍ତମାନେ ୩୦ କିଲୋମିଟର ଦୂର ଜିଲାର ଅକ୍କି-ଅଲୁର ସହରକୁ ଏକ ବିଜୟ ଶୋଭାଯାତ୍ରା କରି ଯାଇଥିଲେ। ଏହି ଶୋଭାଯାତ୍ରାରେ ୭ ଅଭିଯୁକ୍ତଙ୍କ ସହ ସେମାନଙ୍କର ୨୦ରୁ ଅଧିକ ସମର୍ଥକ ଅନେକ କାର୍‌ ଏବଂ ବାଇକ୍‌ ଯୋଗେ ସାମିଲ ହୋଇଥିଲେ। ସେମାନେ ଉଚ୍ଚ ଧ୍ୱନିରେ ଗୀତ ବଜାଇବା ସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଅଭିଯୁକ୍ତମାନେ ଖୁସି ଏବଂ ଉଲ୍ଲାସର ସହ ବିଜୟ ସଙ୍କେତ ଦେଖାଉଥିବାର ନଜରକୁ ଆସିଥିଲେ। ଅନେକ ସୋସିଆଲ ମିଡିଆ ୟୁଜର୍ସ ଏହି ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଥିଲେ। ଶୁକ୍ରବାର ଘଟଣାକୁ ନେଇ ବିବାଦ ବଢ଼ିବା ପରେ ବେଆଇନ୍‌ ଶୋଭାଯାତ୍ରା ଏବଂ ବେପରୁଆ ଗାଡ଼ି ଚାଳନା ପାଇଁ ପୋଲିସ ନିଜ ଆଡ଼ୁ ଏଫ୍‌ଆଇଆର୍‌ ରୁଜୁ କରିବା ସହ ହନାଗଲ ଗଣବଳାତ୍କାର ମାମଲାର ୭ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଣିଥରେ ଗିରଫ କରିଛି। କୋର୍ଟଙ୍କ ଜାମିନ ସର୍ତ୍ତାବଳୀକୁ ଉଲ୍ଲଂଘନ କରିଥିବାରୁ ଏହି ୭ ଅଭିଯୁକ୍ତଙ୍କୁ ପୁଣିଥରେ ଗିରଫ କରାଯାଇଥିବା ନେଇ ହାଭେରୀ ଏସ୍‌ପି ଅନ୍‌ଶୁ କୁମାର ଶ୍ରୀବାସ୍ତବ କହିଛନ୍ତି।
ଗଣବଳାତ୍କାର ମାମଲାର ୭ ମୁଖ୍ୟ ଅଭିଯୁକ୍ତ ଆଫ୍‌ତାବ ଚନ୍ଦନ କଟ୍ଟି, ମଦାର ସାବ୍‌ ମଣ୍ଡକୀ, ସମୀଉଲ୍ଲା ଲାଲନଓ୍ବର, ମହମ୍ମଦ ସାଦିକ ଅଗାସୀମାନି, ସୋଏବ ମୁଲ୍ଲା, ତୌସିପ୍‌ ଛୋଟି ଏବଂ ରିଆଜ୍‌ ସାବିକେରୀଙ୍କୁ ହାଭେରୀ ସେସନ୍‌ କୋର୍ଟ ଗତ ୨୦ ତାରିଖରେ ଜାମିନ ପ୍ରଦାନ କରିଥିଲେ। କୋର୍ଟରେ ପୀଡ଼ିତା ଏହି ଅଭିଯୁକ୍ତମାନଙ୍କୁ ଚିହ୍ନି ପାରି ନ ଥିବାରୁ ସେମାନଙ୍କୁ ଜାମିନ ମିଳିଥିଲା। ପ୍ରକାଶ ଯେ, ଗତବର୍ଷ ଜାନୁଆରୀ ୮ରେ ହାଭେରୀସ୍ଥିତ ଏକ ହୋଟେଲରେ ରହୁଥିବା ଆନ୍ତଃଧର୍ମୀୟ ଦମ୍ପତିଙ୍କ ରୁମ୍‌ରେ କେତେଜଣ ଦୁର୍ବୃତ୍ତ ହଠାତ ପ୍ରବେଶ କରି ଜଣେ ୨୬ ବର୍ଷୀୟା ମହିଳାଙ୍କୁ ଘୋଷାଡ଼ି ନିକଟସ୍ଥ ଜଙ୍ଗଲକୁ ନେଇ ସେଠାରେ ତାଙ୍କୁ ଗଣ ବଳାତ୍କାର କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ୭ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ସମୁଦାୟ ୧୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମାମଲାର ଅନ୍ୟ ୧୨ ଅଭିଯୁକ୍ତ ୧୦ ମାସ ତଳେ ଜାମିନରେ ମୁକୁଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri