Categories: ବାଣିଜ୍ୟ

ରଞ୍ଜୀବ ଜୀ ସାର୍ଥକର ଲକ୍ଷପତି ବିଜେତା

ଭୁବନେଶ୍ୱର,୧୭।୯: ରାଜ୍ୟର ପ୍ରମୁଖ ଓଡ଼ିଆ ମନୋରଞ୍ଜନ ଭିତ୍ତିକ ଘରୋଇ ଚ୍ୟାନେଲ ଜୀ ସାର୍ଥକ ପକ୍ଷରୁ ଶୁକ୍ରବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜୀ ସାର୍ଥକର ଶ୍ରେଷ୍ଠ ଦର୍ଶକ ଭଦ୍ରକ ଜିଲାର ରଞୀବ ବିଶ୍ୱାଳଙ୍କୁ ଚ୍ୟାନେଲ ପକ୍ଷରୁ ଲକ୍ଷପତି ବିଜେତା ଘୋଷଣା ସହ ପୁରସ୍କାର ବାବଦକୁ ୧ଲକ୍ଷ ଟଙ୍କାର ଅର୍ଥରାଶି ମଧ୍ୟ ପ୍ରଦାନ କରାଯାଇଛି। ଏହି ଅବସରରେ ଜୀ ସାର୍ଥକର ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ସମେତ ବହୁ ଦର୍ଶକ ମଧ୍ୟ ଉପସ୍ଥିତ ଥିଲେ। ବିଶେଷକରି ଜୀ ସାର୍ଥକ ପକ୍ଷରୁ ଚଳିତ ବର୍ଷ ଏପ୍ରିଲ ୯ରୁ ମେ ୨୮ତାରିଖ ପର୍ଯ୍ୟନ୍ତ ‘ହାତରେ ରିମୋଟ୍‌ ଧରିଲେ ଗୃହଲକ୍ଷ୍ମୀ, ଦେଖିଲେ ଜୀ ସାର୍ଥକ ଆସିବେ ଲକ୍ଷ୍ମୀ’ ନାମକ ଏକ ଅଭିନବ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏପରିକି ଜୀ ସାର୍ଥକରେ ପ୍ରତିଦିନ ସା ୭.୩୦ ରୁ ରାତି ୧୦ଟା ମଧ୍ୟରେ ପ୍ରସାରିତ ହେଉଥିବା ବିଭିନ୍ନ ଧାରାବାହିକ ମଧ୍ୟରୁ କିଛି ସରଳ ପ୍ରଶ୍ନ ପ୍ରତିଯୋଗୀମାନଙ୍କ ପାଇଁ କରାଯାଉଥିଲା। ଯେଉଁମାନେ ପ୍ରତିଦିନ ଜୀ ସାର୍ଥକକୁ ଭଲ ପାଉଛନ୍ତି ଏବଂ ବିଭିନ୍ନ ଧାରାବାହିକ ଦେଖୁଛନ୍ତି ସେମାନଙ୍କୁ ଏହିସବୁ ପ୍ରଶ୍ନର ଉତ୍ତର ଦେବାକୁ କୁହାଯାଉଥିଲା। ସେହିଭଳି ପ୍ରତିଦିନ ଠିକ୍‌ ଉତ୍ତର ଦେଉଥିବା ୧୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମଧ୍ୟ ୧୦୦୦ ଟଙ୍କାର ଗିଫ୍ଟ ଭାଉଚର ମିଳୁଥିଲା। ତେବେ ଏପ୍ରିଲ ୯ରୁ ମେ ୨୮ ତାରିଖ ପର୍ଯ୍ୟନ୍ତ ପୂରା ପ୍ରତିଯୋଗିତାରେ ଜଣେ ମେଗା ବିଜେତାଙ୍କୁ ୧ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ଦିଆଯିବ ବୋଲି ଚ୍ୟାନେଲ ପକ୍ଷରୁ ଘୋଷଣା କରାଯାଇଥିଲା। ଏ ସମ୍ପର୍କରେ ଜୀ ସାର୍ଥକର ବରିଷ୍ଠ ଅଧିକାରୀ ପ୍ରତୀକ ସିଲ୍‌ କହିଛନ୍ତି, ଜୀ ସାର୍ଥକରେ ପ୍ରତିଦିନ ପ୍ରସାରିତ ହେଉଥିବା ଧାରାବାହିକଗୁଡ଼ିକୁ ରଞ୍ଜୀବ ଦେଖୁଥିଲେ ଏବଂ ସବୁ ପ୍ରଶ୍ନର ଉତ୍ତର ମଧ୍ୟ ଠିକ୍‌ ଭାବେ ଦେଇଥିଲେ। ଜୀ ସାର୍ଥକର ସେ ଜଣେ ଶ୍ରେଷ୍ଠ ଦର୍ଶକ ଭାବେ ଏହି ମେଗା ୱିନରର ବିଜେତା ହୋଇପାରିଛନ୍ତି। ଏପରିକି ରଞ୍ଜୀବଙ୍କୁ ଜୀ ସାର୍ଥକ ଅଫିସରେ ପୁରସ୍କାର ବାବଦରେ ୧ଲକ୍ଷ ଟଙ୍କା ନଗଦ ଦିଆଯିବ ବୋଲି ଚ୍ୟାନେଲ ପକ୍ଷରୁ କୁହାଯାଇଛି।

Share