ଜେଲ ଗଲେ ଦୁର୍ଦ୍ଦାନ୍ତ ଅପରାଧୀ ରାନୀ ପଣ୍ଡା

ବ୍ରହ୍ମପୁର ଅଫିସ,୭।୧: ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ କୁଖ୍ୟାତ ଗଞ୍ଜେଇ ଚାଲାଣକାରୀ ରାନୀ ପଣ୍ଡାଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

କିଛି ମାସ ତଳେ ଜଣେ ବ୍ୟବସାୟୀଙ୍କୁ ବଟି ମାଗିବା ସହ ତାଙ୍କ ଘର ଉପରକୁ ବୋମାମାଡ ଘଟଣାରେ ରାନୀ ଗିରଫ ହୋଇ ଜେଲ ଯାଇଥିଲେ। କିଛିଦିନ ହେଲା ସେ ଜାମିନରେ ଆସିଥିଲେ। ରାନୀଙ୍କ ନା’ରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ କହିଛି।

ସୂଚନା ଯୋଗ୍ୟ, ବଡବଜାର ପୋଲିସ ଗୁରୁବାର ସକାଳେ ଉତ୍ତରାମୁଖୀ ସାହି ଛକରେ ଯାନବାହନ ଚେକିଂ କରୁଥିଲା। ସେତିକିବେଳେ ସେହି ରାସ୍ତା ଦେଇ ଗାଡ଼ିରେ ଯାଉଥିବା ରାନୀଙ୍କୁ ପୋଲିସ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ପୋଲିସ ତାଙ୍କଠାରୁ ଗଞ୍ଜେଇ ଭର୍ତ୍ତି ଏକ ବ୍ୟାଗ ପାଇଥିଲା। ଉକ୍ତ ବ୍ୟାଗରେ ୨୬ କେଜି ଗଞ୍ଜେଇ ଥିବା ଜଣାଡିଥିଲା। ପୋଲିସ ଗଞ୍ଜେଇ ଜବତ କରିବା ସହ ଏକ ମାମଲା ରୁଜୁ କରି ରାନୀଙ୍କୁ ଗିରଫ କରିଥିଲା