ନିର୍ଦ୍ଦେଶନା ଭାର ସମ୍ଭାଳିବେ ରଣଦୀପ

ମୁମ୍ବାଇ: ସ୍ବାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସବରକରଙ୍କ ଉପରେ ନିର୍ମାଣ ହେବାକୁ ଥିବା ଫିଲ୍ମ ‘ ସ୍ବତନ୍ତ୍ର ବୀର ସବରକର’ର ନିର୍ଦ୍ଦେଶନା ଦେବେ ରଣଦୀପ ହୁଡ୍ଡା। ଏହାସହ ସେ ମଧ୍ୟ ଏହି ଫିଲ୍ମରେ ସବରକରଙ୍କ ଭୂମିକାରେ ନଜର ଆସିବେ। ଏହା ପୂର୍ବରୁ ଫିଲ୍ମର ଦାୟିତ୍ୱ ଜଣାଶୁଣା ଡାଇରେକ୍ଟର ମହେଶ ମଞ୍ଜରେକରଙ୍କୁ ମିଳିଥିଲା। ଆସନ୍ତା ସପ୍ତାହରେ ମହାରାଷ୍ଟ୍ରରେ ଏହାର ଶୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି। ପୂର୍ବରୁ ମହେଶ ମଞ୍ଜରେକର ଏହି ଫିଲ୍ମରେ ରଣଦୀପଙ୍କ ଫାଷ୍ଟ ଲୁକ୍‌ ଶେୟାର କରିଥିଲେ। ଏଥିରେ ରଣଦୀପ ଅବିକଳ ସବରକରଙ୍କ ଭଳି ଦେଖାଯାଉଛନ୍ତି। ଶେଷଥର ପାଇଁ ରଣଦୀପଙ୍କୁ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇ’ରେ ସଲମାନ୍‌ ଖାନ୍‌ଙ୍କ ସହ ଦେଖିବାକୁ ମିଳିଥିଲା।

Share