ଜଲ୍‌ଓ୍ବା ଦେଖାଇବେ ରଣବୀର

ମୁମ୍ବାଇ: ଆସନ୍ତା ୨ ବର୍ଷ ମଧ୍ୟରେ ବଲିଉଡ୍‌ ଆକ୍ସନ ହିରୋ ରଣବୀର ସିଂଙ୍କୁ ଅନେକ ବଡ ଫିଲ୍ମରେ ଦେଖିବାକୁ ମିଳିବ। ଆଗାମୀ ଦିନରେ ‘ଶକ୍ତିମାନ’ ଓ ‘ସିଘଂମ୍‌ ଏଗେନ’ ଚଳଚ୍ଚିତ୍ରରେ ରଣବୀର ନିଜ ଜଲୱା ଦେଖାଇବେ ବୋଲି ପୂର୍ବରୁ ସୂଚନା ଦେଇସାରିଛନ୍ତି। ତେବେ ଏଥି ମଧ୍ୟରେ ସେ ଆଦିତ୍ୟ ଧରଙ୍କ ସହ ହାତ ମିଳାଇ ଆଉଏକ ଆକ୍ସନ୍‌ ଫିଲ୍ମ ସାଇନ୍‌ କରିଛନ୍ତି। ‘ଉରି: ଦି ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଆଦିତ୍ୟ ଧର ଆଗାମୀ ଦିନରେ ଗୋଟିଏ ବଡ଼ ବଜେଟର ଆକ୍ସନ୍‌ ଫିଲ୍ମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ଆକ୍ସନ୍‌ ଫିଲ୍ମରେ ମୁଖ୍ୟ ଭୂମିକା ପାଇଁ ସେ ରଣବୀର ସିଂଙ୍କୁ ପସନ୍ଦ କରିଛନ୍ତି। ଏନେଇ ଗତ ୩ ସପ୍ତାହ ମଧ୍ୟରେ ଉଭୟ ରଣବୀର ଓ ଆଦିତ୍ୟଙ୍କ ଅନେକ ଥର ସାକ୍ଷାତ ହୋଇଥିବା ସୂଚନା ମିଳିଛି। ଆଦିତ୍ୟଙ୍କଠାରୁ ଫିଲ୍ମର ସ୍କ୍ରିପ୍ଟ ଶୁଣି ଅଭିନୟ କରିବାକୁ ରଣବୀର ତୁରନ୍ତ ରାଜି ହୋଇଯାଇଥିବା ବିଭିନ୍ନ ସୂତ୍ରରୁ ଜଣା ପଡ଼ିଛି। ତେବେ ଚଳିତ ବର୍ଷ ‘ଶକ୍ତିମାନ’ ଓ ‘ଡନ୍‌ ୩’ର ସୁଟିଂରେ ରଣବୀର ସାମିଲ ହେବା ନେଇ ତାଙ୍କ ଟିମ୍‌ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। କିନ୍ତୁ ଏବେ ରଣବୀର ଆଦିତ୍ୟଙ୍କ ବିଗ୍‌ ବଜେଟ ଆକ୍ସନ ମୁଭିକୁ ଅଧିକ ପ୍ରାଧାନ୍ୟ ଦେବାକୁ ସ୍ଥିର କରିଛନ୍ତି, ଯାହାର ଶୁଟିଂ ଚଳିତ ବର୍ଷ ଏପ୍ରିଲ-ମେ ମାସରୁ ଆରମ୍ଭ ହେବା ନେଇ ଅନୁମାନ କରାଯାଉଛି। ତେବେ ଏନେଇ ରଣବୀରଙ୍କ ଟିମ୍‌ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଚଳିତ ବର୍ଷ ଏପ୍ରିଲ-ମେ ମାସରେ ରଣବୀର ଆଦିତ୍ୟ ଧରଙ୍କ ନିର୍ମିତ ଆକ୍ସନ୍‌ ଫିଲ୍ମର ଶୁଟିଂ କରିବା ନେଇ ସୂଚନା ମିଳିଛି। ପରେ ସେ ଅଗଷ୍ଟ-ସେପ୍ଟେମ୍ବର ମାସରେ ‘ଡନ୍‌ ୩’ ଫିଲ୍ମର ସୁଟିଂ ଆରମ୍ଭ କରିବେ। ସେହିପରି ଆସନ୍ତାବର୍ଷ ମେ-ଜୁନରେ ରଣବୀର ‘ଶକ୍ତିମାନ’ର ଶୁଟିଂ କରିବେ। ଏସବୁ ମଧ୍ୟରେ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ସିଘଂମ୍‌ ଏଗେନ’ର ଅବଶିଷ୍ଟ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବେ ବୋଲି ତାଙ୍କ ଟିମ୍‌ ପକ୍ଷରୁ ସୂଚନା ମିଳିଛି। ଆଦିତ୍ୟଙ୍କ ଏହି ବିଗ୍‌ ବଜେଟ ଆକ୍ସନ୍‌ ଫିଲ୍ମର ପେପର ୱାର୍କ ଶେଷ ହେବା ପରେ ଖୁବ୍‌ଶୀଘ୍ର ଏହାର ନାମକାରଣ ରଖାଯାଇ ଫିଲ୍ମକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। ସୂଚନାଯୋଗ୍ୟ ଗତବର୍ଷ ରଣବୀରଙ୍କ ପାଇଁ ବେଶ୍‌ ଭଲ ରହିଥିଲା। ରଣବୀରଙ୍କ ଅଭିନୀତ ‘ରକି ଔର ରାନୀ କି ପ୍ରେମ କାହାନି’ ହିଟ୍‌ ସାବ୍ୟସ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri