ପାକ ଫିଲ୍ମରେ ଅଭିନୟକୁ ନେଇ କ’ଣ କହିଲେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବେ ତାଙ୍କ ଅପକମିଂ ମୁଭି ‘ତୁ ଝୁଠି ମେ ମକ୍କାର’କୁ ନେଇ ଲଗାତାର ଚର୍ଚ୍ଚାରେ ରହୁଛନ୍ତି । ଏଥିରେ ରଣବୀର କପୁରଙ୍କ ସହ ଶ୍ରଦ୍ଧା କପୁର ପ୍ରଥମ ଥର ଲାଗି ସ୍କ୍ରିନ୍ ଶେୟାର କରିବାକୁ ଯାଉଛନ୍ତି । ଏବେ ଏହି ଯୋଡି ନିଜ ମୁଭିର ଜୋରଦାର ପ୍ରମୋଶନ କରୁଛନ୍ତି ।
ନିକଟରେ ଏହି ମୁଭିର ପ୍ରମୋଶନ କରିବାକୁ ରଣବୀର ଚଣ୍ଡିଗଡ଼ ପହଞ୍ଚିଥିଲେ । ଆଉ ଏହି ସମୟରେ ସେ ମିଡିଆ ପ୍ରଶ୍ନର ଶିକାର ହୋଇଯାଇଥିଲେ । ଏହି ପ୍ରେସ କନଫରେନ୍ସରେ ରଣବୀର ତାଙ୍କ କଥାର ସଫେଇ ଦେଇଥିବା ଦେଖାଯାଇଛି । ନିକଟରେ ରଣବୀର ପାକିସ୍ତାନ ମୁଭିରେ କାମ କରିବାକୁ ନେଇ ନିଜର ବୟାନ ରଖିଥିଲେ । ଏବେ କିନ୍ତୁ ସେ ନିଜ କଥାରେ ୟୁଟର୍ନ ନେଇଛନ୍ତି ।
ନିକଟରେ ମୁଭିର ପ୍ରମୋଶନ ପାଇଁ ରଣବୀର ଚଣ୍ଡିଗଡ଼ ପହଞ୍ଚିଥିବା ବେଳେ ତାଙ୍କୁ ପାକିସ୍ତାନ ମୁଭିରେ ଅଭିନୟ କରିବା କଥାକୁ ନେଇ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ଅଭିନେତା କହିଥିଲେ ମୋତେ ଲାଗଛି ମୋ କଥାକୁ କେହି ଭୁଲ ବୁଝିଛନ୍ତି । ସେ ଏକ ଫିଲ୍ମ ଫେଷ୍ଟିଭାଲକୁ ଯାଇଥିଲେ । ସେଠାରେ ବହୁତ ପାକିସ୍ତାନି ମୁଭି ମେକର୍ସ ତାଙ୍କୁ ପ୍ରଶ୍ନ କରିଥିଲେ କି ତାଙ୍କୁ ଯଦି ଭଲ ସବଜେକ୍ଟ ଦିଆଯାଏ ତେବେ କ’ଣ ସେ ତା’ ଉପରେ କାମ କରିବେ ।
ରଣବୀର ଏହାକୁ ନେଇ କହିଛନ୍ତି, ମୁଁ ଜାଣି ନ ଥିଲି ଏହା ଉପରେ କୌଣସି ବିବାଦ ଉଠିବ ସେଥିପାଇଁ ମୁଁ ହଁ କରି ଦେଇଥିଲି । ହେଲେ ମୋ ପାଇଁ ଫିଲ୍ମ ହେଉଛି କଳା । ମୁଁ ଏ ଦିଲ ହୈ ମୁସକିଲରେ ଫୱାଦ ଖାଁଙ୍କ ସହ କାମ କରିଛି । ଅଭିନେତା ତାଙ୍କ ବୟାନରେ କେତେଜଣ ପାକିସ୍ତାନୀ କଳାକାରଙ୍କ କଥା ମଧ୍ୟ ଉଠାଇଛନ୍ତି ଓ ତାଙ୍କ କାମର ପ୍ରଶଂସା କରିଛନ୍ତି । ହେଲେ ଶେଷରେ ରଣବୀର କହିଛନ୍ତି, ମୋତେ ଲାଗୁନାହିଁ ଯେ ସିନେମା ସୀମା ଦେଖିଥାଏ । ଆପଣଙ୍କୁ କଳାର ସମ୍ମାନ କରିବାକୁ ପଡିବ । ହେଲେ କଳା ଆପଣଙ୍କ ଦେଶଠାରୁ ବଡ ନୁହେଁ ତେଣୁ ଯିଏ ବି ଆପଣଙ୍କ ଦେଶ ବିରୋଧରେ ଠିଆ ହେଉଛି ତାକୁ ଆପଣ ଭୂଲିବା ଦରକାର । କାରଣ ଆପଣଙ୍କ ପ୍ରଥମ ପସନ୍ଦ ଓ ପ୍ରଥମ ପ୍ରାଥମିକତା ଆପଣଙ୍କ ଦେଶ ହେବା ଉଚିତ ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri