ଝିଅ ରାହାଙ୍କ ସହ ସମୟ ବିତାଇବା ପାଇଁ ୬ ମାସ ଛୁଟିରେ ଯିବେ ରଣବୀର

ମୁମ୍ବାଇ: ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ନିକଟରେ ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ସମୟରେ ରଣବୀର ଝିଅ ରାହାଙ୍କ ସହ ସମୟ ବିତାଇବାକୁ ଚାହୁଁଛନ୍ତି। ଏଥିପାଇଁ ରଣବୀର ରାହାଙ୍କ ସହ ସମୟ ବିତାଇବାକୁ ୬ ମାସ ଛୁଟିରେ ଯାଉଛନ୍ତି।

ପିଙ୍କ୍‌ବିଲାଙ୍କ ସହିତ ବାର୍ତ୍ତାଳାପରେ ରଣବୀର ଫିଲ୍ମ ‘ଆନିମଲ’ପରେ ବ୍ରେକ୍‌ ନେବାର କାରଣ ଖୁଲାସା କରିଛନ୍ତି। ସେ କହିଛନ୍ତି, ମୁଁ ଏହି ବ୍ରେକ୍‌ ନେଇ ଖୁସି ଅଛି। କାହିଁକି ନା ମୁଁ ଏବେ ଏବେ ବାପା ହୋଇଛି। ଯାହା ଫଳରେ ମୋର ଝିଅ ସହିତ ସମୟ ବିତାଇପାରିବି। ସେ ଆହୁରି କହିଛନ୍ତି, ମୁଁ ସେହି ଅଭିନେତାଙ୍କ ଭଳି ହେବାକୁ ଚାହୁଁନି, ଯିଏ କେବଳ ପଇସା ପାଇଁ ଫିଲ୍ମରେ ସାଇନ୍‌ କରୁଛନ୍ତି। ମୁଁ ପ୍ରେରଣା ଏବଂ ପ୍ରେମ ସହିତ କାମ କରିବାକୁ ଚାହୁଁଛି।

Share