‘ରଣବୀର କପୁର ନୁହନ୍ତି ରଣବୀର ସିଂ ଥିଲେ ପ୍ରଥମ ପସନ୍ଦ’

ବମ୍ବେ: ବଲିଉଡ ଅଭିନେତା ରଣବୀର କପୁର ୨୦୧୮ରେ ଆସିଥିବା ବ୍ଲକବଷ୍ଟର ସିନେମା ‘ସଞ୍ଜୁ’ରେ ଚମତ୍କାର ଅଭିନୟ କରିଥିଲେ। ଫିଲ୍ମ ସମୀକ୍ଷକଙ୍କଠାରୁ ଆରମ୍ଭ କରି ଦର୍ଶକେ ଏହାକୁ ବେଶ ପସନ୍ଦ କରିଥିଲେ। ଫିଲ୍ମଟି ସୁପରଷ୍ଟାର ସଞ୍ଜୟ ଦତ୍ତଙ୍କ ଜୀବନ ଉପରେ ପର୍ଯ୍ୟବଶିତ ଥିଲା। ପରଦାରେ ରଣବୀର ଅନସ୍କ୍ରିନ ସଞ୍ଜୟଙ୍କ ଭୂମିକା ତୁଲାଇଥିଲେ। ହେଲେ ନିକଟରେ ଏହାର ପ୍ରଯୋଜକ ଫିଲ୍ମକୁ ନେଇ ବଡ଼ ଖୁଲାସା କରିଛନ୍ତି। ‘ସଞ୍ଜୁ’ ଲାଗି ରଣବୀର କପୁର ନୁହନ୍ତି ବରଂ ରଣବୀର ସିଂ ତାଙ୍କର ପ୍ରଥମ ପସନ୍ଦ ଥିଲେ ବୋଲି ସେ କହିଛନ୍ତି।

ପ୍ରଯୋଜକ ବିଧୁ ବିନୋଦ ଚୋପ୍ରା କହିଛନ୍ତି, ରାଜକୁମାର ହିରାନୀ ମୋତେ ରଣବୀର କପୁରଙ୍କ ବିଷୟରେ କହିଥିଲେ। ହେଲେ ମୁଁ ଖୁସି ନ ଥିଲି। ମୋତେ ଲାଗୁଥିଲା ଯେ ରଣବୀର ସିଂଙ୍କ ଭଳି ଏହି ଚରିତ୍ରକୁ ସେତେଟା ଭଲ ଭାବେ ଅଭିନୟ କରିପାରିବେ ନାହିଁ। ହେଲେ ରାଜୁଙ୍କୁ ରଣବୀର କପୁରଙ୍କ ଉପରେ ଭରସା ଥିଲା। ଯେତେବେଳେ ଆମେ ଶୁଟିଂ ଆରମ୍ଭ କରିଥିଲୁ ସେତେବେଳେ ମୁଁ ତାଙ୍କୁ ଚରିତ୍ରରେ ଦେଖି ନିଜ କଥାକୁ ଫେରାଇଥିଲି ବୋଲି ସେ କହିଛନ୍ତି।

କହିରଖୁଛୁ, ରାଜକୁମାର ହିରାନୀ ‘ସଞ୍ଜୁ’ର ନିର୍ଦ୍ଦେଶନା ଦେଇଥିଲେ। ରଣବୀରଙ୍କ ବ୍ୟତିତ ଫିଲ୍ମରେ ବିକ୍କି କୌଶଲ ଏବଂ ଦୀୟା ମିର୍ଜା ପ୍ରମୁଖ କଳାକାର ନଜର ଆସିଥିଲେ। ଫିଲ୍ମରେ ପରେଶ ରାଓ୍ବଲ ସୁନୀଲ ଦତ୍ତଙ୍କ ଭୂମିକା ତୁଲାଇଥିଲେ। ଏହା ବକ୍ସ ଅଫିସରେ ଧମାଲ କରିଥିଲା।