ହୋମ କ୍ୱାରାଣ୍ଟାଇନରେ ରଣବୀର

ମୁମ୍ବାଇ,୯ ।୩: ବଲିଉଡ୍ ନାୟକ ରଣବୀର କପୁର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ରଣବୀରଙ୍କ ମା’ ତଥା ବଲିଉଡ୍ ଅଭିନେତ୍ରୀ ନିତୁ କପୁର ସୋସିଆଲ ମିଡିଆ ଜରିଆରେ ଏହି ଖବର ଦେଇଛନ୍ତି । ନିତୁ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ରଣବୀର ଏବେ କରୋନାରେ ସଂକ୍ରମିତ ହୋଇ ହୋମ୍ କ୍ୱାରାଣ୍ଟାଇନରେ ରହିବା ସହ ମେଡିସିନ୍ ନେଉଛନ୍ତି । ଆପଣମାନଙ୍କ ଶୁଭକାମନା ତାଙ୍କୁ ଶୀଘ୍ର ସୁସ୍ଥ କରିଦେବ । ବିଏମ୍‌ସିର ନିୟମ ଅନୁଯାୟୀ ସେ ଘରେ ସେଲ୍ଫ୍ କ୍ୱାରାଣ୍ଟାଇନରେ ରହିଛନ୍ତି । ସୂଚନାଯୋଗ୍ୟ, ଗତ ଡିସେମ୍ବରରେ ଯେତେବେଳେ ଫିଲ୍ମ ‘ଯୁଗ ଯୁଗ ଜିୟୋ’ ଚଣ୍ଡିଗଡ଼ରେ ଶୁଟିଂ ଚାଲିଥିଲା ସେତେବେଳେ ନିତୁ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ ।

Share