ବ୍ରହ୍ମାସ୍ତ୍ର ପାଇଁ ଫିଜ ନେଇ ନାହାନ୍ତି ରଣବୀର-ଆଲିଆ!

ମୁମ୍ବାଇ: ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ସବୁଆଡେ ଚର୍ଚ୍ଚା । ଏହା ବକ୍ସ ଅଫିସରେ ଭଲ ବିଜନେସ କରିଛି । ହେଲେ ଏହି ଫିଲ୍ମ ତା’ର ବଜେଟ ଅନୁଯାୟୀ ବିଜନେସ କରିପାରି ନାହିଁ । କେହି କେହି ଏହାର ବିଜନେସକୁ ଦେଖି ଫିଲ୍ମ ହିଟ ବୋଲି କହୁଥିବା ବେଳେ ଏହାର ବଜେଟକୁ ଦେଖିଲେ କିନ୍ତୁ ଏହା ହିଟ ନୁହେଁ ବୋଲି ବି କୁହାଯାଉଛି । ପ୍ରଥମେ କୁହାଯାଉଥିଲା ବ୍ରହ୍ମାସ୍ତ୍ରର ବଜେଟ ୪୧୦ କୋଟି । ଏବେ କିନ୍ତୁ ସୋସିଆଲ ମିଡିଆରେ ସୂଚନା ଆସିଛି କି ଏହି ଫିଲ୍ମ ନିର୍ମାଣରେ ୬୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ବ୍ୟତୀତ ଚର୍ଚ୍ଚା ହେଉଛି କି ବିଏଫଏକ୍ସର ମୋଟା ବିଲ ଯୋଗୁ ଆଲିଆ ଭଟ୍ଟ ଓ ରଣବୀର କପୁର ତାଙ୍କ ପାରିଶ୍ରମିକ ନେଇ ନାହାନ୍ତି ।
ବ୍ରହ୍ମାସ୍ତ୍ରକୁ ଦର୍ଶକଙ୍କର ଯେତିକି ଭଲପାଇବା ମିଳିଛି ସେଥିରେ ଆୟନ ମୁକାର୍ଜୀ ଖୁସି ଥିବା କହିଛନ୍ତି । ଟ୍ରେଡ ଆନାଲିଷ୍ଟ କୋମଲ ନାହଟାଙ୍କ ସହ କଥା ହୋଇ ଆୟନ କିଛି କଥା ସାମ୍ନାକୁ ଆଣିଛନ୍ତି । ସେ କହିଛନ୍ତି କିଛି ବ୍ୟକ୍ତିଗତ ବଳିଦାନ ଯୋଗୁ ଫିଲ୍ମଟି ନିର୍ମାଣ ହୋଇ ପାରିଛି । ନଚେତ୍ ଫିଲ୍ମ ନିର୍ମାଣ କରିବା କଷ୍ଟକର ହୋଇଥାଆନ୍ତା । ତେବେ ରଣବୀର ଏହି ଫିଲ୍ମ ପାଇଁ ଫିଜ ନ ନେବା କଥା ଯାହା ଶୁଣାଯାଇଛି ତାକୁ ନେଇ ଆୟନ କହିଛନ୍ତି । ବର୍ତ୍ତମାନ ରଣବୀର ଯେତିକି ନେବା କଥା ସେତିକି ଫିଜ ନେଇ ନାହାନ୍ତି । ଆଉ ଯାହା ବି ନେଇଛନ୍ତି ତାକୁ ଫିଲ୍ମ ମେକିଂରେ ଖର୍ଚ୍ଚ କରି ଦେଇଛନ୍ତି । ଏହାକୁ ନେଇ ରଣବୀର କହିଛନ୍ତି ମୁଁ ଯେହେତୁ ଫିଲ୍ମର ଗୋଟିଏପାର୍ଟ ସେଥିପାଇଁ ମୋର ଫିଜକୁ ନେଇ ସେମିତି କିଛି ଡିିମାଣ୍ଡ ନ ଥିଲା । ଅନ୍ୟପଟେ ଏହି ଫିଲ୍ମ ପାଇଁ ୨୦୧୪ରେ ଆଲିଆଙ୍କୁ ସାଇନ୍ କରାଯାଇଥିଲା । ସେତେବେଳେ ସେ ଜଣେ ସାଧାରଣ ନାୟିକା ଥିଲେ । ହେଲେ ଏବେ ସେ ଯେଉଁଠି ଅଛନ୍ତି ବା ଯେଉଁଠି ପହଞ୍ଚିଛନ୍ତି ସେହି ତୁଳନାରେ ତାଙ୍କୁ କିଛି ଫିଜ ଦିଆଯାଇ ନାହିଁ ବୋଲି ଆୟନ କହିଛନ୍ତି।

Share