ରୋମାଣ୍ଟିକ୍‌ ହେଲେ ରଣବୀର !

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର କପୁର ଓ ନାୟିକା ଆଲିଆ ଭଟ୍ଟଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଏମାନଙ୍କ ଆଫେୟାର୍ସକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଏମାନେ କରୋନା ଲକ୍‌ଡାଉନ ପାଇଁ ଆଇସୋଲେଶନରେ ରହିଛନ୍ତି। ଏହାରି ଭିତରେ କିନ୍ତୁ ଏମାନଙ୍କର ଏକ ଥ୍ରୋବ୍ୟାକ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଏକ ଆଓ୍ବାର୍ଡ ଫଙ୍କଶନର। ଏହି ଭିଡିଓରେ ଷ୍ଟେଜ ଉପରେ ରଣବୀର ଆଲିଆଙ୍କ ସହ ଇସ୍କ ଓ୍ବାଲା ଲଭ୍‌ ଗୀତରେ ଡ୍ୟାନ୍ସ କରୁଥିବା ଦେଖାଯାଇଛି। ଆଉ ସାମ୍ନାରେ ବସିଥିବା ବଲିଉଡ୍‌ ସେଲିବ୍ରିଟିମାନେ ଏହାକୁ ଖୁବ୍‌ ଉପଭୋଗ ମଧ୍ୟ କରୁଛନ୍ତି। ଏଥିରେ ଦୁହିଁଙ୍କ ଅନ୍ଦାଜ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିବା ବେଳେ ଏବେ ଏହା ଭାଇରାଲ ହେବାରେ ଲାଗିଛି। ରଣବୀରଙ୍କୁ ଆଗକୁ ‘ବ୍ରହ୍ମାସ୍ତ୍ର’ରେ ଅମିତାଭ ବଚ୍ଚନ ଓ ଆଲିଆ ଭଟ୍ଟଙ୍କ ସହ ଦେଖିବାକୁ ମିଳିବ। ଏହା ଆସନ୍ତା ଡିସେମ୍ବରରେ ରିଲିଜ୍‌ ହେବାର ଯୋଜନା ରହିଛି।

Share