ରଣବୀର କପୁରଙ୍କୁ କାମୁଡ଼ିଲା ପୋଷା କୁକୁର: ଯିବାକୁ ପଡିଲା ମେଡିକାଲ

ରଣବୀର କପୁରଙ୍କ ପଶୁମାନଙ୍କ ପ୍ରତି ଭଲ ପାଇବା ଲୁଚା ଛପା ନୁହେଁ। ତାଙ୍କ ଘରେ ଅନେକ କୁକୁର ଏବଂ ବିଲେଇ ଅଛନ୍ତି। ଯାହାଙ୍କ ଫଟୋ ଅନେକ ସମୟରେ ସୋସିଆଲ ମଡ଼ିଆରେ ଭାଇରାଲ ହୋଇଥାଏ। ତେବେ ରଣବୀରଙ୍କୁ ନେଇ ଏପରି ଏକ ଖବର ଆସଇଛି ଯେଉଁଠି ତାଙ୍କ ପୋଷା କୁକୁର ତାଙ୍କୁ କାମୁଡିଛି।

ରଣବୀରଙ୍କ କୁକୁର ତାଙ୍କୁ ଆକ୍ରମଣ କରିଛି। ଏହି କାରଣରୁ ତାଙ୍କ ମୁହଁରେ କିଛି କ୍ଷତ ହୋଇଛି। ତେବେ ଏହା ଏକ ସାଧାରଣ ନୁହେଁ, ତେଣୁ ତାଙ୍କୁ ଡାକ୍ତରଖାନା ଯିବାକୁ ପଡିଛି।

ପୋଷା କୁକୁର କାମୁଡ଼ିଥିଲେ ହେଁ ଏନେଇ ସେ କୌଣସି ରିକ୍ସ ନେବାକୁ ଚାହୁଁ ନ ଥିଲେ। ଏ ନେଇ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ।

ପୂର୍ବରୁ ଆଲିଆ ଭଟ୍ଟ ରଣବୀରଙ୍କ ପେଟ୍‌ ଡଗି ଲିଓନେଲ ସହିତ ଖେଳୁ ଥିବା ନଜର ଆସିଥିଲା। ଆଲିଆ ଏବଂ ରଣବୀର ପେଟ୍‌କୁ ଭଲ ପାଆନ୍ତି, ସୋସିଆଲ ମିଡିଆରେ ନଜର ଆସଇଥିବା ଫଟୋରେ ଏହା ସ୍ପଷ୍ଟ ଦେଖାଯାଏ।

Share