ଲଭ୍ ରଞ୍ଜନଙ୍କ ଆଗାମୀ ଫିଲ୍ମରେ ଆସିବେ ଶ୍ରଦ୍ଧା-ରଣବୀର

ମୁମ୍ବାଇ: ବଲିଉଡ୍ ନାୟିକା ଶ୍ରଦ୍ଧା କପୁର ଓ ନାୟକ ରଣବୀର କପୁର ପ୍ରଥମଥର ପାଇଁ ବଡ ପରଦାରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି । ବଲିଉଡ୍ ନିର୍ଦ୍ଦେଶକ ଲଭ୍ ରଞ୍ଜନ ଏହି ଯୋଡିଙ୍କୁ ନେଇ ତାଙ୍କ ଆଗାମୀ ଫିଲ୍ମ କରିବେ ବୋଲି କୁହାଯାଉଛି । ଏହାର ଶୁଟିଂ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି । ଫିଲ୍ମର ଶୁଟିଂ ଚଳିତ ବର୍ଷ ମଧ୍ୟଭାଗରେ କରାଯିବାର ଯୋଜନା ଥିବା ବେଳେ କରୋନା ମାହାମାରୀ ପାଇଁ ଏହା ବନ୍ଦ ରହିଛି । ହେଲେ ନଭେମ୍ବରରେ ଏହାର ଶୁଟିଂ ଆରମ୍ଭ କରାଯିବ ବୋଲି କୁହାଯାଉଛି । କରୋନା କଟକଣା ଭିତରେ ଫିଲ୍ମର ଶୁଟିଂ ଆରମ୍ଭ କରାଯିବା ସହ ୨୦୨୧ ସୁଦ୍ଧା ଏହା ସାରିବାକୁ ଲକ୍ଷ୍ୟ ରଖିଛନ୍ତି ଲଭ୍ ରଞ୍ଜନ । ଫିଲ୍ମର ଟାଇଟଲ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନ ଥିବା ବେଳେ ଏହାର ପ୍ରଥମ ଶୁଟିଂ ସ୍ପେନରେ କରାଯିବ ବୋଲି ଜଣାପଡିଛି । ପ୍ରଥମେ ଏହି ଫିଲ୍ମରେ ଦୀପିକା ପାଦୁକୋନ ଅଭିନୟ କରିବାର ଥିଲା ହେଲେ କୌଣସି କାରଣରୁ ଦୀପିକାଙ୍କ ସ୍ଥାନରେ ଏବେ ନିର୍ମାତା ଶ୍ରଦ୍ଧାଙ୍କୁ ନେଇଛନ୍ତି ।

Share