Posted inଫୁରସତ

ଅସ୍ତ୍ରଶସ୍ତ୍ର ସରିଯିବା ପରେ ବି କାର୍‌ଗିଲ୍‌ ଯୁଦ୍ଧରେ ଶତ୍ରୁଙ୍କ ସହ ଲଢ଼ିଥିଲେ ଏହି ଯବାନ

ପୂର୍ବ ଦିଲ୍ଲୀର ମୟୂର ବିହାରର ହନିଫ୍‌ଉଦ୍ଦିନ୍‌ ପିଲାଦିନରୁ ପ୍ରତିଜ୍ଞାକାରୀ ଥିଲେ। ୭ ବର୍ଷ ବୟସରେ ସେ ପିତାଙ୍କୁ ହରାଇଥିଲେ। ମାତ୍ର ତାଙ୍କ ମା’ ହେମା ଅଜିଜ୍‌ କେବେ ବି ପିତା ନ ଥିବା ତାଙ୍କୁ ଅନୁଭବ କରିବାକୁ ଦେଇ ନ ଥିଲେ। ଦିଲ୍ଲୀର ଶିବାଜୀ କଲେଜରୁ ସ୍ନାତ୍ତକ ପଢୁଥିବା ସମୟରେ ତାଙ୍କୁ ବହୁମୁଖୀ ପ୍ରତିଭା ପାଇଁ ସେ ସୁଖ୍ୟାତି ଅର୍ଜନ କରିଥିଲେ। ୭ ଜୁନ୍‌ ୧୯୯୭ରେ ଭାରତୀୟ ସେନାରେ ଯୋଗଦେଇଥିଲେ। ଏହାର ଠିକ୍‌ ଦୁଇ ବର୍ଷ ପରେ ୭ ଜୁନ୍‌ ୧୯୯୯ରେ କାର୍‌ଗିଲ୍‌ ତୁର୍ତ୍ତୁକ୍‌ ସେକ୍ଟରରେ ପାକିସ୍ତାନୀ ଶତ୍ରୁଙ୍କ ସହ ଯୁଦ୍ଧ କରିଥିଲେ।

ଶହୀଦ୍‌ କ୍ୟାପ୍‌ଟେନ୍‌ ହନିଫ୍‌ଙ୍କ ସାନଭାଇ ନାଫିସ୍‌ ବୃତ୍ତିରେ ଜଣେ ଶିକ୍ଷକ। ପ୍ରାୟ ୨୦ ବର୍ଷ ତଳର ଏହି ଘଟଣାକୁ ମନେ ପକାଇ ସେ ନିଜ ଭାଇ ପାଇଁ ଗର୍ବ ଅନୁଭବ କରିଛନ୍ତି। ନାଫିସ୍‌୍‌ କହିଛନ୍ତି ଯେ, ହନିଫ୍‌ ଜଣେ ଉତ୍ସାହୀ ଏବଂ ହୃଦୟବାନ ବ୍ୟକ୍ତି ଥିଲେ। ଯଦି ସେ ସେନାରେ ନ ଥାନ୍ତେ ତେବେ ବଡ଼ ସଙ୍ଗୀତକାର ହୋଇଥାନ୍ତେ। କାରଣ ମା’ ହେମା ଜଣେ ହିନ୍ଦୁସ୍ତାନୀ କ୍ଲାସିକାଲ ସିଙ୍ଗର। ତାଙ୍କର ପ୍ରଭାବ ଭାଇ ହନିଫ୍‌ଙ୍କ ଉପରେ ପଡ଼ିଥିଲା। ତାଙ୍କର ସଙ୍ଗୀତ ପ୍ରତି ଏତେ ଦୁର୍ବଳତା ଥିଲା ଯେ, କାର୍‌ଗିଲ୍‌ର ନିଛାଟିଆ ଅଞ୍ଚଳରେ ଥିବା ସାଥୀମାନଙ୍କୁ ବି ସେ ଗୀତ ଗାଇ ଶୁଣାଉଥିଲେ।

ନାଫିସ୍‌ କହିଛନ୍ତି, ତାଙ୍କ ଜେଜେମା ସ୍ବତନ୍ତ୍ର ସେନାରେ ଥିଲେ। ତାଙ୍କ ଜେଜେମା’ଙ୍କ ଦ୍ୱାରା ହନିଫ୍‌ ଅଧିକ ପ୍ରଭାବିତ ହୋଇଥିଲେ। ସେ ସୈନିକ ଭାବେ ଯୋଗ ଦେବା ପରେ କାରଗିଲ୍‌ରେ ଯାହା ଘଟୁଥିଲା ଜେଜେମା’ଙ୍କୁ ଚିଠି ଲେଖି ଜଣାଉଥିଲେ। କାରଗିଲ୍‌ ଯୁଦ୍ଧ ସମୟରେ ତାଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ସରି ଯାଇଥିଲା। ତଥାପି ସେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଶତ୍ରୁମାନଙ୍କ ସହ ବିନା ଅସ୍ତ୍ରରେ ଲଢ଼ିଥିଲେ। କାର୍‌ଗିଲ୍‌ ଯୁଦ୍ଧରେ ଜିତିବା ପରେ ଭାରତୀୟ ସେନା କାର୍‌ଗିଲ୍‌ର ତୁର୍ଫୁକ୍‌ ସେକ୍ଟରକୁ ହନିଫ୍‌ଉଦ୍ଦିନ୍‌ ସବ୍‌ ସେକ୍ଟର ଭାବେ ନାମିତ କରାଯାଇଛି। ଖାଲି ଏତିକି ନୁାହେଁ, ହନିଫ୍‌ଙ୍କ ସ୍ମୃତିରେ ପୂର୍ବ ଦିଲ୍ଲୀର ମୟୂର ବିହାର ଫେଜ୍‌ -୧ ଏବଂ ସ୍କୁଲର ନାମ ତାଙ୍କ ନାମରେ ରଖାଯାଇଛି। ଭାଇ ନାଫିସ୍‌ କୁହନ୍ତି, ହନିଫ୍‌ଉଦ୍ଦିନ୍‌ ନାମରେ ୨୦୦୦ ମସିହାରେ ଗରିବ ପିଲାମାନଙ୍କ ପାଇଁ ସେ ଏକ ବିଦ୍ୟାଳୟ ଖୋଲିଛନ୍ତି।


ସୂଚନାଯୋଗ୍ୟ, ଏହି କାରଗିଲ୍‌ ଯୁଦ୍ଧ ୬୦ ଦିନ ଧରି ଚାଲିଥିଲା। ମେ’ ୧୯୯୯ରୁ ଜୁଲାଇ ପର୍ଯ୍ୟନ୍ତ ପ୍ରାୟ ୬୦ ଦିନ ଧରି ଚାଲିଥିଲା। ୨୬ ଜୁଲାଇକୁ ଭାରତରେ କାରଗିଲ୍‌ ଦିବସ ଭାବେ ପାଳନ କରାଯାଏ। ଏହି ଯୁଦ୍ଧରେ ସେତେବେଳେ ୫୨୭ ଯବାନ ଶହୀଦ ହୋଇଥିବା ବେଳେ ୧୪୬୭ ଜଣ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri