ଘରୁ ପଳାଇ ପୋଲିସ ହାତରେ ଧରାପଡ଼ିଥିଲେ

ମୁମ୍ବାଇ: ଫେମିନା ମିସ୍‌ ଇଣ୍ଡିଆ-୨୦୨୦ର ପ୍ରଥମ ରନର୍ସ ଅପ୍‌ ଉତ୍ତର ପ୍ରଦେଶର ମାନ୍ୟା ସିଂ ଏବେ ବିଗ୍‌ବସ୍‌ ସିଜନ-୧୬ରେ ନଜରକୁ ଆସିଛନ୍ତି। ତେବେ ତାଙ୍କୁ ଏହି ସଫଳତାରେ ପହଞ୍ଚିବାକୁ ଅନେକ କଷ୍ଟ ସହିବାକୁ ପଡ଼ିଛି। ଅନେକ ସଂଘର୍ଷ କରିବାକୁ ପଡ଼ିଛି। ମାନ୍ୟା ନିକଟରେ ଏକ ସାକ୍ଷାତ୍‌କାରରେ ତାଙ୍କ ସଂଘର୍ଷମୟ ଜୀବନ ବାବଦରେ କହିଛନ୍ତି। ସେ ଉତ୍ତରପ୍ରଦେଶର କୁଶୀନଗର ଭଳି ଛୋଟ ସହରରେ ଜନ୍ମ ହୋଇଛନ୍ତି। ସେ ତାଙ୍କ ମଡେଲିଂ କ୍ୟାରିୟର ପାଇଁ ତିନି ଥର ଘରୁ ୫୦ ଟଙ୍କା ଧରି ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ସେ ସମୟରେ ପୋଲିସ ତାଙ୍କୁ ଧରି ଘରେ ଛାଡିଥିଲା। ଘରେ ଏନେଇ ତାଙ୍କ ବିବାହ ପାଇଁ ପ୍ରସ୍ତୁତି କରିଥିଲେ। କିନ୍ତୁ ସେ ବିବାହ କରିବାକୁ ଚାହୁଁ ନ ଥିଲେ। ସେଥିପାଇଁ ସେ ପୁଣି ଘରୁ ପଳାଇଲେ। ସେ ମୁମ୍ବାଇରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ଧରି ଥାନାରେ ରଖି ଘର ଲୋକଙ୍କୁ ଡାକିଥିଲା। ମାନ୍ୟାଙ୍କ ଏପରି ଦୟନୀୟ ଅବସ୍ଥା ଦେଖି ପରିବାର ତାଙ୍କ ଇଚ୍ଛା ମୁତାବକ ମୁମ୍ବାଇରେ ରହିବାକୁ ସ୍ଥିର କଲେ। ଏହାପରେ ସେ ତାଙ୍କ ଲକ୍ଷ୍ୟପଥରେ ଆଗେଇ ଚାଲିଲେ। ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ପରେ ଶେଷରେ ଫେମିନା ମିସ୍‌ ଇଣ୍ଡିଆ-୨୦୨୦ର ପ୍ରଥମ ରନର୍ସ ଅପ୍‌ ମୁକୁଟ ପିନ୍ଧିଥିଲେ। ପରେ ସେ ଗୋଟିଏ ପରେ ଗୋଟିଏ ପାହାଚ ଚଢିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri