ଚାନ୍ଦା ଆଦାୟରେ ମାତିଛନ୍ତି ମଧ୍ୟସ୍ଥ

ଯାଜପୁର ଅଫିସ,୮ା୪: ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ଏବଂ ମଧ୍ୟସ୍ଥଙ୍କ ରାଜ ଚାଲିଛି। ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଆସୁଛି। ହେଲେ ତଦନ୍ତ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ସୀମିତ ରହୁଥିବା ଅଭିଯୋଗ ହେଉଛି। ଏଠାରେ ନୟାଗଡ଼ର ଜଣେ ବେସରକାରୀ କର୍ମଚାରୀଙ୍କ ସହାୟତାରେ ଚାନ୍ଦା ଆଦାୟ ଜୋର ଧରିଛି। ଡ୍ରାଇଭିଂ ଲାଇସେନ୍ସଠାରୁ ଆରମ୍ଭ କରିି ଭାରିଯାନଗୁଡ଼ିକର ଫିଟନେସ୍‌ ସାର୍ଟିଫିକେଟ, ଗାଡ଼ି ରେଜିଷ୍ଟ୍ରେଶନ(ବିନା ଗାଡ଼ିରେ), ଗାଡି ମାଲିକ ପରିବର୍ତ୍ତନ, ପରମିଟ, ଟ୍ରାନ୍ସପୋର୍ଟ ଲାଇସେନ୍ସ ଓ ଫି ଦାଖଲ ଇତ୍ୟାଦି କାମ ଉକ୍ତ ଦଲାଲଙ୍କ ସହାୟତା ବିନା ସମ୍ଭବ ହେଉନାହିଁ। ଏବେ ପଥର ଖାଦାନ ଓ କ୍ରଶରଗୁଡିକରୁ ବିଭିନ୍ନ ଗ୍ରାମାଞ୍ଚଳ ରାସ୍ତା ଦେଇ ଓଭରଲୋଡିଂ ପରିବହନ ଜାରକା ଗ୍ରାମ୍ୟ ନିର୍ମାଣ ବିଭାଗ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି। ଏହିକ୍ରମରେ ଯାଜପୁର ଜିଲାପାଳଙ୍କୁ ଆରଡି ଅଧୀକ୍ଷଣ ଯନ୍ତ୍ରୀ ପ୍ରଦ୍ୟୁମ୍ନ କୁମାର ସେଠୀ ଚିଠି ଲେଖି ସମ୍ପୃକ୍ତ ଆରଟିଓ ଏବଂ ତହସିଲଦାରଙ୍କୁ ଓଭରଲୋଡିଂ ପରିବହନ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତି।
ଆରଟିଓଙ୍କ କାର୍ଯ୍ୟାଳୟରେ ଚାଲିଥିବା ଦୁର୍ନୀତିର ପ୍ରତିବାଦରେ ପୂର୍ବରୁ ଅନେକ ଅଭିଯୋଗ ହୋଇଆସୁଛି। ଅଭିଯୋଗ ଅନୁସାରେ ଏଠାରେ ଦଲାଲଙ୍କ ସହାୟତାରେ ଲାଞ୍ଚ ଦେଇ ଅନେକେ ବିନା ଟ୍ରାଏଲରେ ଡ୍ରାଇଭିଂ ଲାଇସେନ୍ସ ପାଇବାରେ ସକ୍ଷମ ହେଉଛନ୍ତି। ଫଳରେ ଅନଭିଜ୍ଞ ଗାଡ଼ି ଚାଳକଙ୍କ ସଂଖ୍ୟା ଯାଜପୁରରେ ବୃଦ୍ଧିପାଉଛି। ସେହି ଅନୁସାରେ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି। ରୋଡ୍‌ ପରମିଟ୍‌, ଫିଟନେସ୍‌ ଓ ଏଣ୍ଟ୍ରି ରିସିଭ୍‌ ନ ଥାଇ ମଧ୍ୟ ଏଠାରେ ଅବାଧରେ ଗାଡ଼ି ସବୁ ଚଳାଚଳ କରୁଥିବାବେଳେ ପରିବହନ କର୍ମଚାରୀ ଦଲାଲଙ୍କ ସହ ହାତ ମିଳାଇ ସବୁ ଜାଣି ନ ଜାଣିଲା ପରି ଚୁପ ହୋଇ ବସିଛନ୍ତି।
ଏକ ଚାଞ୍ଚଲ୍ୟକର ତଥ୍ୟ ଅନୁଯାୟୀ, ଏଠାରେ ବହୁ ଭାରିଯାନ ଏକ ସାଙ୍କେତିକ କାର୍ଡ, ଯାହାକୁ ଚେକ୍‌ସ୍ଲିପ୍‌ ବା ଆରଟିଓ କାର୍ଡ କୁହାଯାଉଛି ତାହାକୁ ବ୍ୟବହାର କରି ଗାଡ଼ଗୁଡିକ ଆରାମରେ ଯିବା ଆସିବା କରୁଛନ୍ତି। ଏହି ଚେକ୍‌ ସ୍ଲିପ୍‌ ଦଲାଲଙ୍କ ଦ୍ୱାରା ପ୍ରାପ୍ତ କରାଯାଇପାରୁଛି। ଏହି ସ୍ଲିପ୍‌କୁ ବ୍ୟବହାର କରି ଗାଡ଼ିଗୁଡିକ ବିନା କୌଣସି କାଗଜପତ୍ର ଅଥବା ଫି ଦାଖଲ କରି ରାସ୍ତାରେ ଆରାମରେ ଚାଲୁଛନ୍ତି। ଏହାଦ୍ୱାରା ରାଜ୍ୟ ସରକାରଙ୍କ ବହୁ ଲକ୍ଷ ଟଙ୍କାର ରାଜସ୍ବ ହାନି ଘଟୁଛି ବୋଲି ଅଭିଯୋଗ ହେଉଛି। ସେହିପରି ରାସ୍ତା ଅବସ୍ଥା ଶୋଚନୀୟ ହେବା ସହ ଦୁର୍ଘଟଣା ସଂଖ୍ୟା ଅଣାୟତ୍ତ ହେବାରେ ଲାଗିଛି, ଯାହାକି ଗ୍ରାମ୍ୟ ନିର୍ମାଣ ବିଭାଗ ଚିଠିରୁ ଜଳଜଳ ହୋଇ ଦିଶୁଛି। ଜିଲାପାଳଙ୍କୁ ଦେଇଥିବା ପତ୍ରରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଦର୍ଶାଇଛନ୍ତି ଯେ, ଆର୍‌ ଆଣ୍ଡ ବି ରାସ୍ତାଠାରୁ ବ୍ରହ୍ମାଣ୍ଡ ଓ ଆରଡି ରାସ୍ତାଠାରୁ କାନପୁର ଲୋକଙ୍କ ପାଇଁ ଅତି ମହତ୍ୱପୂର୍ଣ୍ଣ। କାନପୁର ରାସ୍ତା ୧ା୫ା୨୦୨୨ରେ ସମ୍ପୂର୍ଣ୍ଣ ହୋଇଛି ଏବଂ ୫ ବର୍ଷିଆ ରକ୍ଷଣାବେକ୍ଷଣ ସମୟରେ ରହିଛି। କିନ୍ତୁ ହାଇୱା, ଟ୍ରକ, ଡମ୍ପର ଆଦି ଗାଡ଼ିରେ ୪୦ ଟନରୁ ୫୦ଟନ୍‌ ପର୍ଯ୍ୟନ୍ତ ମେଟାଲ ଓ ଚିପ୍ସ ଓଭରଲୋଡିଂ ପରିବହନ ଯୋଗୁ ରାସ୍ତା ବହୁମାତ୍ରାରେ କ୍ଷତିଗ୍ରସ୍ତ ହେଉଛି। ତେଣୁ ଓଭରଲୋଡିଂ ପରିବହନକୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ ବୋଲି ସେ ଦର୍ଶାଇଛନ୍ତି।
ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗର ଡେପୁଟି ସେକ୍ରେଟାରି କେଶବ ଚନ୍ଦ୍ର ମୁଦୁଲି ୨୦ା୩ା୨୦୨୩ରେ କଟକ ପରିବହନ କମିଶନରଙ୍କୁ ଆରଟିଓ କାର୍ଯ୍ୟାଳୟ ଅଧୀନରେ ହେଉଥିବା ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ଉପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ଜଣେ ଜଣେ ଅଧିକାରୀ ୪ରୁ ୮ ବର୍ଷ ପର୍ଯ୍ୟନ୍ତ ଗାଦି ମାଡ଼ିବସି ଅନାୟାସରେ ଦୁର୍ନୀତି କରି ଚାଲୁଛନ୍ତି। ଏ ସଂକ୍ରାନ୍ତରେ ଚଣ୍ଡିଖୋଲ ଆର୍‌ଟିଓ ସମ୍ବିତ କୁମାରଙ୍କୁ ପଚାରିଲେ, କୌଣସି ଦୁର୍ନୀତି କିମ୍ବା ଅନିୟମିତତା ହେଉନାହିଁ, ନୀତିନିୟମ ଅନୁସାରେ ସବୁ କାମ ଠିକ ଚାଲିଛି ବୋଲି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri