ଚାନ୍ଦା ଆଦାୟରେ ମାତିଛନ୍ତି ମଧ୍ୟସ୍ଥ

ଯାଜପୁର ଅଫିସ,୮ା୪: ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ଏବଂ ମଧ୍ୟସ୍ଥଙ୍କ ରାଜ ଚାଲିଛି। ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଆସୁଛି। ହେଲେ ତଦନ୍ତ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ସୀମିତ ରହୁଥିବା ଅଭିଯୋଗ ହେଉଛି। ଏଠାରେ ନୟାଗଡ଼ର ଜଣେ ବେସରକାରୀ କର୍ମଚାରୀଙ୍କ ସହାୟତାରେ ଚାନ୍ଦା ଆଦାୟ ଜୋର ଧରିଛି। ଡ୍ରାଇଭିଂ ଲାଇସେନ୍ସଠାରୁ ଆରମ୍ଭ କରିି ଭାରିଯାନଗୁଡ଼ିକର ଫିଟନେସ୍‌ ସାର୍ଟିଫିକେଟ, ଗାଡ଼ି ରେଜିଷ୍ଟ୍ରେଶନ(ବିନା ଗାଡ଼ିରେ), ଗାଡି ମାଲିକ ପରିବର୍ତ୍ତନ, ପରମିଟ, ଟ୍ରାନ୍ସପୋର୍ଟ ଲାଇସେନ୍ସ ଓ ଫି ଦାଖଲ ଇତ୍ୟାଦି କାମ ଉକ୍ତ ଦଲାଲଙ୍କ ସହାୟତା ବିନା ସମ୍ଭବ ହେଉନାହିଁ। ଏବେ ପଥର ଖାଦାନ ଓ କ୍ରଶରଗୁଡିକରୁ ବିଭିନ୍ନ ଗ୍ରାମାଞ୍ଚଳ ରାସ୍ତା ଦେଇ ଓଭରଲୋଡିଂ ପରିବହନ ଜାରକା ଗ୍ରାମ୍ୟ ନିର୍ମାଣ ବିଭାଗ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି। ଏହିକ୍ରମରେ ଯାଜପୁର ଜିଲାପାଳଙ୍କୁ ଆରଡି ଅଧୀକ୍ଷଣ ଯନ୍ତ୍ରୀ ପ୍ରଦ୍ୟୁମ୍ନ କୁମାର ସେଠୀ ଚିଠି ଲେଖି ସମ୍ପୃକ୍ତ ଆରଟିଓ ଏବଂ ତହସିଲଦାରଙ୍କୁ ଓଭରଲୋଡିଂ ପରିବହନ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତି।
ଆରଟିଓଙ୍କ କାର୍ଯ୍ୟାଳୟରେ ଚାଲିଥିବା ଦୁର୍ନୀତିର ପ୍ରତିବାଦରେ ପୂର୍ବରୁ ଅନେକ ଅଭିଯୋଗ ହୋଇଆସୁଛି। ଅଭିଯୋଗ ଅନୁସାରେ ଏଠାରେ ଦଲାଲଙ୍କ ସହାୟତାରେ ଲାଞ୍ଚ ଦେଇ ଅନେକେ ବିନା ଟ୍ରାଏଲରେ ଡ୍ରାଇଭିଂ ଲାଇସେନ୍ସ ପାଇବାରେ ସକ୍ଷମ ହେଉଛନ୍ତି। ଫଳରେ ଅନଭିଜ୍ଞ ଗାଡ଼ି ଚାଳକଙ୍କ ସଂଖ୍ୟା ଯାଜପୁରରେ ବୃଦ୍ଧିପାଉଛି। ସେହି ଅନୁସାରେ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି। ରୋଡ୍‌ ପରମିଟ୍‌, ଫିଟନେସ୍‌ ଓ ଏଣ୍ଟ୍ରି ରିସିଭ୍‌ ନ ଥାଇ ମଧ୍ୟ ଏଠାରେ ଅବାଧରେ ଗାଡ଼ି ସବୁ ଚଳାଚଳ କରୁଥିବାବେଳେ ପରିବହନ କର୍ମଚାରୀ ଦଲାଲଙ୍କ ସହ ହାତ ମିଳାଇ ସବୁ ଜାଣି ନ ଜାଣିଲା ପରି ଚୁପ ହୋଇ ବସିଛନ୍ତି।
ଏକ ଚାଞ୍ଚଲ୍ୟକର ତଥ୍ୟ ଅନୁଯାୟୀ, ଏଠାରେ ବହୁ ଭାରିଯାନ ଏକ ସାଙ୍କେତିକ କାର୍ଡ, ଯାହାକୁ ଚେକ୍‌ସ୍ଲିପ୍‌ ବା ଆରଟିଓ କାର୍ଡ କୁହାଯାଉଛି ତାହାକୁ ବ୍ୟବହାର କରି ଗାଡ଼ଗୁଡିକ ଆରାମରେ ଯିବା ଆସିବା କରୁଛନ୍ତି। ଏହି ଚେକ୍‌ ସ୍ଲିପ୍‌ ଦଲାଲଙ୍କ ଦ୍ୱାରା ପ୍ରାପ୍ତ କରାଯାଇପାରୁଛି। ଏହି ସ୍ଲିପ୍‌କୁ ବ୍ୟବହାର କରି ଗାଡ଼ିଗୁଡିକ ବିନା କୌଣସି କାଗଜପତ୍ର ଅଥବା ଫି ଦାଖଲ କରି ରାସ୍ତାରେ ଆରାମରେ ଚାଲୁଛନ୍ତି। ଏହାଦ୍ୱାରା ରାଜ୍ୟ ସରକାରଙ୍କ ବହୁ ଲକ୍ଷ ଟଙ୍କାର ରାଜସ୍ବ ହାନି ଘଟୁଛି ବୋଲି ଅଭିଯୋଗ ହେଉଛି। ସେହିପରି ରାସ୍ତା ଅବସ୍ଥା ଶୋଚନୀୟ ହେବା ସହ ଦୁର୍ଘଟଣା ସଂଖ୍ୟା ଅଣାୟତ୍ତ ହେବାରେ ଲାଗିଛି, ଯାହାକି ଗ୍ରାମ୍ୟ ନିର୍ମାଣ ବିଭାଗ ଚିଠିରୁ ଜଳଜଳ ହୋଇ ଦିଶୁଛି। ଜିଲାପାଳଙ୍କୁ ଦେଇଥିବା ପତ୍ରରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଦର୍ଶାଇଛନ୍ତି ଯେ, ଆର୍‌ ଆଣ୍ଡ ବି ରାସ୍ତାଠାରୁ ବ୍ରହ୍ମାଣ୍ଡ ଓ ଆରଡି ରାସ୍ତାଠାରୁ କାନପୁର ଲୋକଙ୍କ ପାଇଁ ଅତି ମହତ୍ୱପୂର୍ଣ୍ଣ। କାନପୁର ରାସ୍ତା ୧ା୫ା୨୦୨୨ରେ ସମ୍ପୂର୍ଣ୍ଣ ହୋଇଛି ଏବଂ ୫ ବର୍ଷିଆ ରକ୍ଷଣାବେକ୍ଷଣ ସମୟରେ ରହିଛି। କିନ୍ତୁ ହାଇୱା, ଟ୍ରକ, ଡମ୍ପର ଆଦି ଗାଡ଼ିରେ ୪୦ ଟନରୁ ୫୦ଟନ୍‌ ପର୍ଯ୍ୟନ୍ତ ମେଟାଲ ଓ ଚିପ୍ସ ଓଭରଲୋଡିଂ ପରିବହନ ଯୋଗୁ ରାସ୍ତା ବହୁମାତ୍ରାରେ କ୍ଷତିଗ୍ରସ୍ତ ହେଉଛି। ତେଣୁ ଓଭରଲୋଡିଂ ପରିବହନକୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ ବୋଲି ସେ ଦର୍ଶାଇଛନ୍ତି।
ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗର ଡେପୁଟି ସେକ୍ରେଟାରି କେଶବ ଚନ୍ଦ୍ର ମୁଦୁଲି ୨୦ା୩ା୨୦୨୩ରେ କଟକ ପରିବହନ କମିଶନରଙ୍କୁ ଆରଟିଓ କାର୍ଯ୍ୟାଳୟ ଅଧୀନରେ ହେଉଥିବା ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ଉପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ଜଣେ ଜଣେ ଅଧିକାରୀ ୪ରୁ ୮ ବର୍ଷ ପର୍ଯ୍ୟନ୍ତ ଗାଦି ମାଡ଼ିବସି ଅନାୟାସରେ ଦୁର୍ନୀତି କରି ଚାଲୁଛନ୍ତି। ଏ ସଂକ୍ରାନ୍ତରେ ଚଣ୍ଡିଖୋଲ ଆର୍‌ଟିଓ ସମ୍ବିତ କୁମାରଙ୍କୁ ପଚାରିଲେ, କୌଣସି ଦୁର୍ନୀତି କିମ୍ବା ଅନିୟମିତତା ହେଉନାହିଁ, ନୀତିନିୟମ ଅନୁସାରେ ସବୁ କାମ ଠିକ ଚାଲିଛି ବୋଲି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri