ସ୍ବଭାବ କବି ଗଙ୍ଗାଧର ମେହେରଙ୍କ କବିତାରେ ର଼୍ୟାମ୍ପ୍‌ ଶୋ’, ଭିଡିଓ ଭାଇରାଲ ପରେ…

ବରପାଲି,୧ା୯(ଚିତ୍ତରଞ୍ଜନ ସାହୁ): ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ମଧୁମୟ କବିତା ସାରା ବିଶ୍ୱରେ ଆଦୃତ ଲାଭ କରିଥିବା ବେଳେ ଗଙ୍ଗାଧରଙ୍କ କବିତା ବଜାଇ ର଼୍ୟାମ୍ପ୍‌ ଶୋ’ କରିବା ନେଇ କବିଙ୍କ ଜନ୍ମପୀଠ ବରପାଲିରେ ଘୋର ବିରୋଧ କରାଯାଇଛି। ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ତମ ଜନ୍ମ ଜୟନ୍ତୀ ସାରା ଓଡ଼ିଶାରେ ପାଳନ ହେଉଥିବା ବେଳେ ବରଗଡ଼ ସହରର ବିଜୁ ପଟ୍ଟନାୟକ ଟାଉନ ହଲରେ ରାଜ୍ୟସ୍ତରୀୟ କାବ୍ୟାଞ୍ଜଳି-୨୦୨୪ ନାମରେ ଏକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ସ୍ବାଗତଯୋଗ୍ୟ। ହେଲେ ଏହି କାର୍ଯ୍ୟକ୍ରମରେ ଗଙ୍ଗାଧର ମେହେରଙ୍କ ବେଶ ଆଦୃତ ତଥା ଲୋକପ୍ରିୟ ମଙ୍ଗଳେ ଅଇଲା ଉଷା ଗୀତ ବଜାଇ ଯୁବତୀ, ଯୁବକମାନେ ଷ୍ଟେଜ୍‌ ଉପରେ ର଼୍ୟାମ୍ପ୍‌ ଶୋ’ ପ୍ରଦର୍ଶନ ଚର୍ଚ୍ଚାର ବିଷୟ ହୋଇଛି। ଏହାର
ଭିଡିଓ ଅଞ୍ଚଳରେ ଏବେ ଭାଇରାଲ ହେବାରେ ଲାଗିଛି।

ଅନ୍ୟପକ୍ଷରେ ଜନ୍ମପୀଠ ବରପାଲିରେ ଏହାକୁ ଘୋର ବିରୋଧ କରାଯାଇଛି। କବିଙ୍କ ନାମରେ ରାଜ୍ୟସ୍ତରୀୟ କାର୍ଯକ୍ରମ କରି ଏପରି କରିବା ଦ୍ୱାରା ଗଙ୍ଗାଧରଙ୍କ ପ୍ରତି ଅପମାନ ବୋଲି ଗଙ୍ଗାଧର ମେହେର କ୍ଲବର ସଭାପତି ଡଃ ଘନଶ୍ୟାମ ପାଣିଗ୍ରାହୀ ପ୍ରକାଶ କରିବା ସହ ଭବିଷ୍ୟତରେ ଏପରି କାର୍ଯ୍ୟରୁ ନିବୃତ ରହିବା ପାଇଁ ଆୟୋଜକଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BJB ହଷ୍ଟେଲ ଖାଦ୍ୟରେ ପୋକ: ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ୱର, ୩୦।୧: BJB ଯୁକ୍ତ ଦୁଇ କଲେଜ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ। ଏକାଧିକ ବାର ହଷ୍ଟେଲ ଖାଦ୍ୟରୁ ପୋକ ବାହାରୁଥିବା ଅଭିଯୋଗ ହୋଇଛି । ହଷ୍ଟେଲ ଅଧୀକ୍ଷକଙ୍କୁ…

ପୁରୀ ଜିଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ

ପୁରୀ,୩୦ା୧: ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ ଜାରି ହୋଇଛି। ଅଦାଲତ ଅବମାନନା ମାମଲାରେ କାହିଁକି ଦଣ୍ଡିତ କରାଯିବନି ଜବାବ ତଲବ କରିଛନ୍ତି…

ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ଆଶ୍ବସ୍ତି

ଭୁବନେଶ୍ୱର,୩୦।୧: ଅଦାଲତ ଅବମାନନା ମାମଲାରୁ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ହାଇକୋର୍ଟରେ ସଚିବ ପାଢ଼ୀ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରି ଅଦାଲତ…

ଚାଲିଥିଲା ନକଲି ମଦ ପ୍ରସ୍ତୁତି: ଅଚାନକ ଚଢାଉ କଲା ଅବିକାରୀ ବିଭାଗ, ତା’ପରେ…

କେସିଙ୍ଗା,୩୦।୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା କଲେଜ ରୋଡ଼ ସ୍ଥିତ ୱାର୍ଡ ନଂ ୧୦ର ୩ ନମ୍ବର ବିଦେଶୀ ମଦ ଦୋକାନ ପଛ ଗଳିରେ ଓ…

ମଧ୍ୟାହ୍ନ ଭୋଜନ ରୋଷେଇବେଳେ ସ୍କୁଲରେ ଘଟିଲା ଅଘଟଣ: ପ୍ରେସର କୁକର ଫାଟି…

ଆଠଗଡ଼,୩୦।୧: ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇବେଳେ ଘଟିଲା ଅଘଟଣ। ଗୋବିନ୍ଦ ମାଧବପୁର ନୋଡାଲ ଉପ୍ରା ବିଦ୍ୟାଳୟରେ ରୋଷେଇ ସମୟରେ ପ୍ରେସର କୁକର ଫାଟି ୨ ପାଚିକା…

ପଞ୍ଜିକା ସମୀକରଣ ବୈଠକରେ ବଡ଼ ନିଷ୍ପତ୍ତି: ତ୍ରୁଟିଯୁକ୍ତ ପାଞ୍ଜି ଛାପିଲେ…

ପୁରୀ,୩୦।୧ା୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିରରେ ୨୦୨୬-୨୭ରେ ପାଳନ ହେବାକୁ ଥିବା ବିଭିନ୍ନ ପର୍ବପର୍ବାଣି ଓ ଯାନିଯାତ୍ରାର ସୂଚନା ବିଭିନ୍ନ ପଞ୍ଜିକାରେ କିଭଳି ତ୍ରୁଟିଶୂନ୍ୟ ଭାବେ ପ୍ରକାଶିତ ହେବ,…

ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର: ଜାଣନ୍ତୁ କେତେ ବୟସ ହୋଇଥିବା ଆବଶ୍ୟକ

ଭୁବନେଶ୍ୱର,୩୦।୧: ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ରାଜ୍ୟ ସରକାର। ୬୦ରୁ ୭୫ ବର୍ଷ ବୟସ୍କ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ। ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ…

ଗ୍ରାମବାସୀଙ୍କୁ ମିଳୁନି ପାଣି, ନିଆଁ ଜାଳି କଲେ ରାସ୍ତାରୋକୋ

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗାଁରେ ଦୀର୍ଘଦିନ ହେଲା ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିଛି। ଲୋକଙ୍କୁ ପାଇପ୍‌ ଯୋଗେ ପାନୀୟଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri