Posted inଖେଳ

ସ୍ପେନ୍‌କୁ ବିଦାକଲା ମରକ୍କୋ

ଅଲ୍‌ ରାୟାନ (କାତାର), ୭।୧୨: ଚଳିତ ଫିଫା ବିଶ୍ୱକପରେ ସବୁଠାରୁ ବଡ଼ ବିସ୍ମୟ ସୃଷ୍ଟି କରିଛି ମରକ୍କୋ। ୨୦୧୦ର ଚାମ୍ପିୟନ ସ୍ପେନ୍‌କୁ ପେନାଲ୍ଟି ଶୁଟ୍‌ ଆଉଟ୍‌ ୩-୦ ଗୋଲରେ ହରାଇ ଇତିହାସ ସୃଷ୍ଟି କରିଛି। ପ୍ରଥମଥରପାଇଁ ଫୁଟବଲ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଏହି ଆଫ୍ରିକୀୟ ଦଳ। ଅନ୍ୟପକ୍ଷରେ ମ୍ୟାଚର ନିର୍ଦ୍ଧାରିତ ୯୦ ଓ ଅତିରିକ୍ତ ୩୦ ମିନିଟର ଖେଳରେ ଦୃଢ଼ତା ଦେଖାଇଥିବା ସ୍ପେନ୍‌ ପେନାଲ୍ଟି ଶୁଟ୍‌ ଆଉଟ ପର୍ଯ୍ୟାୟରେ ଲଜ୍ଜାଜନକ ପ୍ରଦର୍ଶନ କରି ବିଦାୟ ନେଇଛି। ମରକ୍କୋର ୩ ଜଣ ଖେଳାଳି ଗୋଲ ସ୍କୋର କରିଥିବାବେଳେ ସ୍ପେନ୍‌ର ଜଣେ ହେଲେ ଖେଳାଳି ପ୍ରତିପକ୍ଷ ଗୋଲକିପରଙ୍କୁ ଚକ୍‌ମା ଦେବାରେ ସକ୍ଷମ ହୋଇ ନ ଥିଲେ। ଫଳରେ ରାଉଣ୍ଡ ଅଫ୍‌ ୧୬ରୁ ସ୍ପେନ୍‌ର ଅଭିଯାନ ଶେଷ ହୋଇଛି। ଶୁଟ୍‌ ଆଉଟ ପର୍ଯ୍ୟାୟରେ ସ୍ପେନ୍‌ର ପାବ୍‌ଲୋ ସରବିଅ, କାର୍ଲୋସ ସୋଲେର ଓ ସର୍ଗିଓ ବସ୍‌କ୍ୱେଟ୍ସ ଗୋଲ କରିବାରେ ଅସମର୍ଥ ରହିଥିଲେ। ମରକ୍କୋ ଗୋଲକିପର ୟାସାଇନେ ବୌନେଉଙ୍କ ପ୍ରଦର୍ଶନ ଅତି ଚମତ୍କାର ରହିଥିଲା। ମରକ୍କୋର ଏହି ମ୍ୟାଚରେ ସେ ହିରୋ ସାବ୍ୟସ୍ତ ହୋଇଥିଲେ। ଅନ୍ୟପକ୍ଷରେ ମରକ୍କୋ ପକ୍ଷରୁ ଅବଦେଲାମିଦ ସାବିରି, ହାକିମ ଜିୟେଚ ଓ ଅଚରଫ ହାକିମି ଗୋଲ ଦେଇଥିବାବେଳେ କେବଳ ବଦର ବେନୋଉନ୍‌ ମିସ୍‌ କରିଥିଲେ।
ୟୁରୋପ ଓ ଦକ୍ଷିଣ ଆମେରିକା ବାହାରେ ଏକମାତ୍ର ଦଳଭାବେ ମରକ୍କୋ ଚଳିତ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଏହା ପୂର୍ବରୁ ଦଳ ଥରେ ମାତ୍ର ୧୯୮୬ ମେକ୍ସିକୋରେ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। କାତାରରେ ଗୋଟିଏ ପାଦ ଆଗକୁ ବଢ଼ି ଏହାର ଫୁଟବଲ ଇତିହାସକୁ ରୁଦ୍ଧିମନ୍ତ କରିଛି ମରକ୍କୋ। ପୂର୍ବ ବିଶ୍ୱକପ ୨୦୧୮ରେ ମଧ୍ୟ ସ୍ପେନ୍‌ ପେନାଲ୍ଟି ଶୁଟ୍‌ ଆଉଟରେ ରୁଷିଆଠାରୁ ହାରି ବିଦାୟ ନେଇଥିଲା। ଗତବର୍ଷର ୟୁରୋପିଆନ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ମଧ୍ୟ ଇଟାଲୀ ବିପକ୍ଷରେ ଅନୁରୂପ ଦଶା ଭୋଗିଥିଲା। ଏହାକୁ ମିଶାଇ ସ୍ପେନ୍‌ କ୍ରମାଗତ ୫ ଥର ବଡ଼ ଟୁର୍ନାମେଣ୍ଟର ନକ୍‌ଆଉଟ ମ୍ୟାଚ ଅତିରିକ୍ତ ସମୟ ପର୍ଯ୍ୟନ୍ତ ଖେଳିଥିଲା। ପୂର୍ବ ବିଶ୍ୱକପରେ ରୁଷିଆ ବିପକ୍ଷରେ ଦଳ ୧୨୦ ମିନିଟ ଖେଳିଥିବାବେଳେ ୨୦୨୦ ୟୁରୋ କପ୍‌ରେ ଏହାର ଅନ୍ୟ ୩ଟି ନକ୍‌ଆଉଟ ଗେମ୍‌ ଅତିରିକ୍ତ ସମୟ ପର୍ଯ୍ୟନ୍ତ ଯାଇଥିଲା। ଏଜୁକେଶନ ସିଟି ଷ୍ଟାଡିୟମରେ ସ୍ପେନ୍‌ ଦର୍ଶକଙ୍କ ଅପେକ୍ଷା ମରକ୍କୋ ସମର୍ଥକ ଅଧିକ ପରିମାଣରେ ଉପସ୍ଥିତ ଥିଲେ। ସେମାନଙ୍କ କୋଳାହଳ ଖେଳାଳିଙ୍କୁ ଉତ୍ସାହିତ କରିଥିଲା। ଏହା ପୂର୍ବରୁ ମରମ୍ମୋ ଗ୍ରୁପ୍‌ ପର୍ଯ୍ୟାୟରେ କ୍ରୋଏସିଆ ସହିତ ମ୍ୟାଚ ଡ୍ର ରଖିଥିବାବେଳେ ବେଲଜିୟମକୁ ୨-୦ ଗୋଲରେ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଶେଷ ମ୍ୟାଚରେ କାନାଡ଼ାକୁ ୨-୧ ଗୋଲରେ ହରାଇ କେବଳ ଯେ ଅପରାଜେୟ ରହିଥିଲା ତା’ ନୁହେଁ, ଗ୍ରୁପ୍‌ ଚାମ୍ପିୟନଭାବେ ନକ୍‌ଆଉଟରେ ପ୍ରବେଶ କରିଥିଲା। ବେଲଜିୟମକୁ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦା କରିବାରେ ଏହି ଦଳର ବଡ଼ ଭୂମିକା ରହିଥିଲା। ଏବେ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବାରୁ ମରକ୍କୋ ଫୁଟବଲ ଏକ ଭିନ୍ନ ସୋପାନରେ ପହଞ୍ଚତ୍ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri