ସମସ୍ୟାରେ ରାମଦେଓ ସ୍ମାର୍ଟ ସ୍କୁଲ

ବଇଣ୍ଡା,୮।୫: ଗୁଣାତ୍ମକ ଶିକ୍ଷାରେ ଯେପରି ଭିତ୍ତିଭୂମି ବାଧକ ନ ହେବ ସେଥିପାଇଁ ଶିକ୍ଷାନୁଷ୍ଠାନକୁ ସ୍ମାର୍ଟ କରାଗଲା। ବିଦ୍ୟାଳୟ ପିଛା ବହୁ ଲକ୍ଷ ଟଙ୍କା ବ୍ୟୟ ହେଲା। କିନ୍ତୁ ଶିକ୍ଷକ ଅଭାବ ସମସ୍ୟା ଏବେ ସ୍ମାର୍ଟ ସ୍କୁଲ ଉଦ୍ଦେଶ୍ୟ ପୂରଣରେ ବାଧକ ସାଜିଛି। ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡାସ୍ଥିତ ରାମଦେଓ ଉଚ୍ଚ ବିଦ୍ୟାଳୟ ଏହାର ଏକ ଉଦାହରଣ। ସ୍କୁଲର ସମସ୍ୟା ନେଇ ବଇଣ୍ଡା ଗ୍ରାମବାସୀ ଓ ପରିଚାଳନା କମିଟି ପକ୍ଷରୁ ଶନିବାର ବିଭାଗୀୟ ମନ୍ତ୍ରୀ, ସଚିବ, ଆଠମଲ୍ଲିକ ବିଧାୟକ, ଅନୁଗୋଳ ଜିଲାପାଳ, ଜିଲା ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଯାଇଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୧୯୬୨ ମସିହାରେ ଗଁା ଲୋକେ ଏହି ବିଦ୍ୟାଳୟ ସ୍ଥାପନ କରିଥିଲେ। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ୨୧୯ ପିଲା ପାଠ ପଢ଼ୁଥିବା ବେଳେ ଦୀର୍ଘ ଦିନ ହେବ ୫ ଶିକ୍ଷକ ପଦବୀ ଖାଲି ପଡିଛି। ପ୍ରଧାନ ଶିକ୍ଷକ ପଦବୀରେ ନିଯୁକ୍ତି ଦିଆଯାଉ ନାହିଁ। ଏଥିସହ କଳାରେ ୨ ଶିକ୍ଷକ, ବିଜ୍ଞାନରେ ଜଣେ, ଖେଳ ବିଭାଗରେ ଜଣେ ଶିକ୍ଷକ ପଦବୀ ଖାଲି ପଡ଼ିଛି। ୨ ପିଅନ ପଦବୀ ପୂରଣ କରାଯାଉ ନ ଥିବାରୁ ସରକାରୀ କାଗଜପତ୍ର କାର୍ଯ୍ୟ ଠିକ୍‌ ଭାବେ ହୋଇପାରୁ ନାହିଁ। ଏ ନେଇ ଗ୍ରାମବାସୀ ୨୦୨୦ ମେ ୨୦ ଓ ୨୦୨୧ ଫେବୃୟାରୀ ୧୫ରେ ଜିଲାପାଳଙ୍କ ଠାରୁ ଆରମ୍ଭ କରି ଶିକ୍ଷାମନ୍ତ୍ରୀଙ୍କ ଯାଏ ଅଭିଯୋଗ କରିଥିଲେ। ସେହିପରି ବିଦ୍ୟାଳୟରେ ଏକ ଛାତ୍ରାବାସ ନିର୍ମାଣ ପାଇଁ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଶୌଚାଳୟଗୁଡିକୁ ଜଳ ଯୋଗାଣ ହୋଇ ନ ଥିବା ଯୋଗୁ ଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ବାଧ୍ୟ ହୋଇ ସେମାନେ ନିକଟସ୍ଥ ପୋଖରୀକୁ ଶୌଚ ପାଇଁ ଯାଉଥିବାରୁ ଅଭିଭାବକମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି। ପାନୀୟ ଜଳ ପ୍ରକଳ୍ପର ପମ୍ପ ଦୀର୍ଘମାସ ହେବ ପୋଡିଯାଇଛି। ଫଳରେ ଗ୍ରୀଷ୍ମ ପ୍ରବାହ ସମୟରେ ଥଣ୍ଡା ପାଣି ପିଇବାରୁ ଛାତ୍ରୀଛାତ୍ରମାନେ ବଞ୍ଚିତ ହେଉଛନ୍ତି। ସେହିପରି ପାଣି ଅଭାବରୁ ବଗିଚାରେ ଲାଗିଥିବା ଗଛ ସବୁ ମରିଗଲାଣି। ତୁରନ୍ତ ବିଦ୍ୟାଳୟର ସମସ୍ୟା ସମାଧାନ କରିବାକୁ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ମଞ୍ଜରୀ ଚାତମ୍ବା କହିଛନ୍ତି, ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟା ଯୋଗୁ ପାଠପଢ଼ା ବ୍ୟାହତ ହେଉଛି। ଶିକ୍ଷକ ନିଯୁକ୍ତି, ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା ନେଇ ବହୁବାର ବିଡିଓ, ଜଳଯୋଗାଣ ବିଭାଗ କନିଷ୍ଠଯନ୍ତ୍ରୀଙ୍କୁ ଅବଗତ କରାଯାଇଛି। କିନ୍ତୁ କେହି ଆମ କଥା ଶୁଣୁନାହନ୍ତି। ବିଡିଓ ଡ. ସ୍ବରୁପାନନ୍ଦ ସାହୁ ବିଦ୍ୟାଳୟରେ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି କହି ପ୍ରସଙ୍ଗକୁ ଏଡାଇଦେଇଥିଲେ।

 

ବିଭାଗ ଅବଗତ ଅଛି
ବଇଣ୍ଡା ହାଇସ୍କୁଲରେ ଶିକ୍ଷକ ଅଭାବ ସମ୍ପର୍କରେ ଶିକ୍ଷା ବିଭାଗ ଅବଗତ ରହିଛି। ଖୁବ୍‌ଶୀଘ୍ର ସରକାର ନୂତନ ଶିକ୍ଷକ ନିଯୁକ୍ତି ଦେଲେ ବଇଣ୍ଡା ହାଇସ୍କୁଲକୁ ଶିକ୍ଷକ ଯୋଗାଇ ଦିଆଯିବ। ଅନ୍ୟାନ ଅସୁବିଧା ସମ୍ପର୍କରେ ବ୍ଲକ ପ୍ରଶାସନକୁ ଅବଗତ କରାଯିବ।
-ନିରଞ୍ଜନ ସାହୁ, ଜିଲା ଶିକ୍ଷା ଅଧିକାରୀ

ପୂର୍ବରୁ ଭଲ ପଢ଼ା ହେଉଥିଲା
ପୂର୍ବରୁ ଏହି ବିଦ୍ୟାଳୟ ଭଲ ପାଠପଢ଼ା ପାଇଁ ଉପଖଣ୍ଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ହେଲେ କିଛି ବର୍ଷ ହେବ ଶିକ୍ଷକ ଅଭାବ ଯୋଗୁ ଶିକ୍ଷାଦାନରେ ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି। ଲୋକ ପ୍ରତିନିଧିମାନଙ୍କୁ ଅବଗତ କଲେ ମଧ୍ୟ ସୁଫଳ ମିଳୁନାହିଁ।
-ଶୁଭ୍ରଜିତ ସାହୁ, ପୁରାତନ ଛାତ୍ର

ସରକାରଙ୍କୁ ସମସ୍ୟା ଜଣାଇ ଦିଆଯିବ
ବିଦ୍ୟାଳୟରେ ଥିବା ସମସ୍ତ ଅସୁବିଧା ସମ୍ପର୍କରେ ପଞ୍ଚାୟତ ପକ୍ଷରୁ ବ୍ଲକ ପ୍ରଶାସନ ଓ ଜିଲା ଶିକ୍ଷା ବିଭାଗକୁ ଅବଗତ କରାଯିବ। ଛାତ୍ରାବାସ ପାଇଁ ସରକାରଙ୍କୁ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଯିବ।
-ଦୀପ୍ତିମୟୀ ସାହୁ, ସରପଞ୍ଚ

ସବୁ କ୍ଷେତ୍ରରେ ଅବହେଳା
ବହୁ ପୁରାତନ ଏହି ବିଦ୍ୟାଳୟକୁ ସବୁକ୍ଷେତ୍ରରେ ଅବହେଳା କରାଯାଉଛି। ବିଶେଷକରି ବର୍ଷ ବର୍ଷ ଧରି ଶିକ୍ଷକ ପଦବୀ ଖାଲି ପଡ଼ିଥିବାବେଳେ ପାଣି ସମସ୍ୟା ଲାଗିରହିଛି। ତୁରନ୍ତ ଛାତ୍ରାବାସ ନିର୍ମାଣ ଦିଗରେ ପଦକ୍ଷେପ ନିଆଯିବା ଆବଶ୍ୟକ।
-ରମାକାନ୍ତ ବେହେରା, ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri