ପୁଣି ଦୈନିକ ୪୯.୫ କେଏଲ୍‌ ଭୂତଳ ଜଳ ଟାଣିବ ରାମ୍‌କୋ

ଯାଜପୁର,୧୧।୧୨(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଧର୍ମଶାଳା ବ୍ଲକ  ହରିଦାଶପୁରଠାରେ ପ୍ରତିଷ୍ଠିତ ରାମ୍‌କୋ ସିମେଣ୍ଟ କମ୍ପାନୀ ଅନୁମତିପ୍ରାପ୍ତ ଦୈନିକ ୧୦୦ କିଲୋଲିଟରଠାରୁ ଢେର ଗୁଣ ଅଧିକ ଭୂତଳ ଜଳ ବ୍ୟବହାର କରୁଛି। ଏପରି କି ଜଳ ସମ୍ପଦ ବିଭାଗ ପକ୍ଷରୁ ଜାରି ଟର୍ମ ଏଣ୍ଡ କଣ୍ଡିସନ(ନିବନ୍ଧନ)କୁ ରାମ୍‌କୋ ମାନି ନାହିଁ। ଏହାବାଦ୍‌ ରାମ୍‌କୋ ଉପତ୍ାଦନକ୍ଷମ ହେବାର ପ୍ରାୟ ୫ ବର୍ଷ ପରେ ଦୈନିକ ପୁଣି ୪୯.୫ କିଲୋଲିଟର(କେଏଲ) ଭୂତଳ ଜଳ ବ୍ୟବହାର କରିବାକୁ ଗତ ଜୁଲାଇରେ ପୁଣି ଅନୁମତି ଲୋଡିଛି।  ଏଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଚିଫ୍‌ ଇଞ୍ଜିନିୟର ଦୀପକ କୁମାର ମହାନ୍ତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜାରକା ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ରାମ୍‌କୋ ପକ୍ଷରୁ କୌଣସି ସମ୍ପ୍ରସାରଣ ହୋଇ ନ ଥିବାବେଳେ ପୁଣି ଅତିରିକ୍ତ ଭୂତଳ ଜଳ ବ୍ୟବହାର ହେଲେ ଆଖପାଖ ପ୍ରାୟ ୭ଟି ଗ୍ରାମବାସୀଙ୍କ ପାଇଁ କାଳ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହା ପୂର୍ବରୁ ରାମ୍‌କୋ ସିମେଣ୍ଟ କମ୍ପାନୀ କାରଖାନା ପରିସରରେ ପ୍ରାୟ ୮ଟି ବୋରୱେଲ ଖନନ କରି ମନଇଚ୍ଛା ଭୂତଳ ଜଳ ଉତ୍ତୋଳନ କରୁଥିବାରୁ ଗ୍ରୀଷ୍ମଋତୁରେ ଅଞ୍ଚଳବାସୀ ଜଳକଷ୍ଟର ସମ୍ମୁଖୀନ ହୋଇ ଆସୁଥିବା ମତପ୍ରକାଶ ପାଇଛି।
ଭୂତଳ ଜଳସ୍ତର ହ୍ରାସକୁ ନେଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ୬୦୬/୨୦୧୮ରେ ଏକ ମାମଲା ବିଚାରାଧୀନ ରହିଛି। ଭୂତଳ ଜଳସ୍ତର ବୃଦ୍ଧି ପାଇଁ ଏନ୍‌ଜିଟି ପକ୍ଷରୁ ୨୦୨୦ ଜୁନ୍‌ରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରମରେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ବେଆଇନ ଭୂତଳ ଜଳ ଉତ୍ତୋଳନ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଓଡ଼ିଶା ଭୂତଳ ଜଳ ନିୟନ୍ତ୍ରଣ, ଉନ୍ନତି ଓ ପରିଚାଳନା ଆଇନ ଗଠନ କରାଯାଇଛି। ଏହାବାଦ୍‌ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ (ସିଜିଡବ୍ଲ୍ୟୁବି) ଓ ଡିଷ୍ଟ୍ରିକ୍ଟ ଲେଭଲ ଇଭାଲ୍ୟୁଏଶନ କମିଟି(ଡିଏଲ୍‌ଇସି) ପକ୍ଷରୁ ଶିଳ୍ପ କାରଖାନାଗୁଡିକ ବ୍ୟବହାର କରୁଥିବା ଭୂତଳ ଜଳ ଉପରେ ନିୟନ୍ତ୍ରଣ ରଖାଯାଉଛି।  ଏଥିପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରତି ମାସରେ ଅଗ୍ରଗତି ରିପୋର୍ଟ ପ୍ରକାଶ କରାଯାଉଛି। କିନ୍ତୁ ଏହିସବୁ ପଦକ୍ଷେପ ଯାଜପୁର ଜିଲା ଧର୍ମଶାଳା ବ୍ଲକ  ହରିଦାଶପୁରଠାରେ ପ୍ରତିଷ୍ଠିତ ରାମ୍‌କୋ ସିମେଣ୍ଟ କମ୍ପାନୀ କ୍ଷେତ୍ରରେ ଲାଗୁ ହୋଇ ନ ଥିବା ଅଭିଯୋଗ ହେଉଛି।
    ସୂଚନା ଅନୁଯାୟୀ, ଜଳସମ୍ପଦ ବିଭାଗର ଚିଫ୍‌ ଇଞ୍ଜିନିୟର କାର୍ଯ୍ୟାଳୟରୁ  ୨୦୧୮ ଅଗଷ୍ଟରେ ରାମ୍‌କୋ ସିମେଣ୍ଟ କାରଖାନାର ନିର୍ମାଣ ଏବଂ ପାନୀୟ ଜଳ ଉଦ୍ଦେଶ୍ୟରେ ଦୈନିକ ୧୦୦ କିଲୋଲିଟର ଭୂତଳ ଜଳ ବ୍ୟବହାର କରିବାକୁ ଅନୁମତି ମିଳିଥିଲା। ଉକ୍ତ ଅନୁମତି ପତ୍ରରେ ୧୭ରୁ ଊର୍ଦ୍ଧ୍ୱ ନିବନ୍ଧନ ରହିଥିଲା।  ସେଥିମଧ୍ୟରୁ କାରଖାନାରେ ଉତ୍ପାଦନ ଆରମ୍ଭ ହେବା ପରେ ଭୂପୃଷ୍ଠରେ ବୋହି ଯାଉଥିବା ପାଣି ବ୍ୟବହାର କରିବ ଏବଂ ପରବର୍ତ୍ତୀ ସମୟରେ ଭୂତଳ ଜଳ ବ୍ୟବହାରକୁ ବନ୍ଦ କରିବାକୁ ପଡିବ ବୋଲି ସର୍ତ୍ତ ରହିଥିଲା। ଗତ ପ୍ରାୟ ୫ ବର୍ଷ ହେଲା ରାମ୍‌କୋ ଉତ୍ପାଦନ ଆରମ୍ଭ କରି ସାରିଛି। କିନ୍ତୁ ଭୂତଳ ଜଳ ବ୍ୟବହାରକୁ ନେଇ ଜଳ ସମ୍ପଦ ବିଭାଗର କୌଣସି ନୀତିନିୟମକୁ ସେ ମାନୁ ନ ଥିବା ଅଭିଯୋଗ ହେଉଛି। କାରଖାନା ପରିସର ବାହାରେ ମଧ୍ୟ ପାଣି ପାଇଁ ରାମ୍‌କୋ ଏକ ପୋଖରୀ ଖନନ କରିଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି। ଏହି ପୋଖରୀ ପାଣିରେ ୧୫ ଦିନ ବି କାରଖାନା ଚଳାଇବା ସମ୍ଭବପର ନୁହେଁ। ଖରା ମାସରେ ପୋଖରୀଟି ସମ୍ପୂର୍ଣ୍ଣ ଶୁଖି ଯାଇଥାଏ। ତେଣୁ ବିକଳ୍ପ ଭାବେ ରାମ୍‌କୋ କାରଖାନା ପରିସରରେ ଏକାଧିକ ବୋରୱେଲ ଖୋଳି ପାଣି ଉତ୍ତୋଳନ କରୁଛି। ଏଥିଯୋଗୁ ଯୋଗଡା, ରଘୁନାଥପୁର, ମୁରାରିପୁର, ଖୁଣ୍ଟା, ଗୁଆରଙ୍ଗ, ଥାନୁଆଲ, ଶ୍ରୀବନ୍ତପୁର ଆଦି ଗ୍ରାମର ନଳକୂପରୁ ପାଣି ବାହାରୁ ନାହିଁ ଏବଂ କୂଅ, ପୋଖରୀ ଶୁଖିଯାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ରାମ୍‌କୋକୁ ପୁଣି ଭୂତଳ ଜଳ ବ୍ୟବହାର ପାଇଁ ଅନୁମତି ଦେଲେ ଗ୍ରାମବାସୀଙ୍କ ଜଳକ୍ଲିଷ୍ଟତା ଆହୁରି ବୃଦ୍ଧି ପାଇବ ବୋଲି  ସାଧାରଣରେ ମତ ପ୍ରକାଶ ପାଇଛି ା
ଏ ସଂକ୍ରାନ୍ତରେ ରାମ୍‌କୋ କାରଖାନାର ଜେନେରାଲ ମ୍ୟାନେଜର ଅଜିତ ପଲଙ୍କୁ ପଚାରିବାରୁ ସେ କହିଛନ୍ତି, ଭୂତଳ ଜଳ ବ୍ୟବହାରରେ କୌଣସି ଅନିୟମିତତା ହେଉନାହିଁ। ଆବଶ୍ୟକତାକୁ ଉପଲବ୍ଧି କରି ଆହୁରି ଭୂତଳ ଜଳ ବ୍ୟବହାର ପାଇଁ ଅନୁମତି ଲୋଡା ଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri