ପୁଣି ଦୈନିକ ୪୯.୫ କେଏଲ୍‌ ଭୂତଳ ଜଳ ଟାଣିବ ରାମ୍‌କୋ

ଯାଜପୁର,୧୧।୧୨(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଧର୍ମଶାଳା ବ୍ଲକ  ହରିଦାଶପୁରଠାରେ ପ୍ରତିଷ୍ଠିତ ରାମ୍‌କୋ ସିମେଣ୍ଟ କମ୍ପାନୀ ଅନୁମତିପ୍ରାପ୍ତ ଦୈନିକ ୧୦୦ କିଲୋଲିଟରଠାରୁ ଢେର ଗୁଣ ଅଧିକ ଭୂତଳ ଜଳ ବ୍ୟବହାର କରୁଛି। ଏପରି କି ଜଳ ସମ୍ପଦ ବିଭାଗ ପକ୍ଷରୁ ଜାରି ଟର୍ମ ଏଣ୍ଡ କଣ୍ଡିସନ(ନିବନ୍ଧନ)କୁ ରାମ୍‌କୋ ମାନି ନାହିଁ। ଏହାବାଦ୍‌ ରାମ୍‌କୋ ଉପତ୍ାଦନକ୍ଷମ ହେବାର ପ୍ରାୟ ୫ ବର୍ଷ ପରେ ଦୈନିକ ପୁଣି ୪୯.୫ କିଲୋଲିଟର(କେଏଲ) ଭୂତଳ ଜଳ ବ୍ୟବହାର କରିବାକୁ ଗତ ଜୁଲାଇରେ ପୁଣି ଅନୁମତି ଲୋଡିଛି।  ଏଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଚିଫ୍‌ ଇଞ୍ଜିନିୟର ଦୀପକ କୁମାର ମହାନ୍ତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜାରକା ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ରାମ୍‌କୋ ପକ୍ଷରୁ କୌଣସି ସମ୍ପ୍ରସାରଣ ହୋଇ ନ ଥିବାବେଳେ ପୁଣି ଅତିରିକ୍ତ ଭୂତଳ ଜଳ ବ୍ୟବହାର ହେଲେ ଆଖପାଖ ପ୍ରାୟ ୭ଟି ଗ୍ରାମବାସୀଙ୍କ ପାଇଁ କାଳ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହା ପୂର୍ବରୁ ରାମ୍‌କୋ ସିମେଣ୍ଟ କମ୍ପାନୀ କାରଖାନା ପରିସରରେ ପ୍ରାୟ ୮ଟି ବୋରୱେଲ ଖନନ କରି ମନଇଚ୍ଛା ଭୂତଳ ଜଳ ଉତ୍ତୋଳନ କରୁଥିବାରୁ ଗ୍ରୀଷ୍ମଋତୁରେ ଅଞ୍ଚଳବାସୀ ଜଳକଷ୍ଟର ସମ୍ମୁଖୀନ ହୋଇ ଆସୁଥିବା ମତପ୍ରକାଶ ପାଇଛି।
ଭୂତଳ ଜଳସ୍ତର ହ୍ରାସକୁ ନେଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ୬୦୬/୨୦୧୮ରେ ଏକ ମାମଲା ବିଚାରାଧୀନ ରହିଛି। ଭୂତଳ ଜଳସ୍ତର ବୃଦ୍ଧି ପାଇଁ ଏନ୍‌ଜିଟି ପକ୍ଷରୁ ୨୦୨୦ ଜୁନ୍‌ରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରମରେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ବେଆଇନ ଭୂତଳ ଜଳ ଉତ୍ତୋଳନ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଓଡ଼ିଶା ଭୂତଳ ଜଳ ନିୟନ୍ତ୍ରଣ, ଉନ୍ନତି ଓ ପରିଚାଳନା ଆଇନ ଗଠନ କରାଯାଇଛି। ଏହାବାଦ୍‌ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ (ସିଜିଡବ୍ଲ୍ୟୁବି) ଓ ଡିଷ୍ଟ୍ରିକ୍ଟ ଲେଭଲ ଇଭାଲ୍ୟୁଏଶନ କମିଟି(ଡିଏଲ୍‌ଇସି) ପକ୍ଷରୁ ଶିଳ୍ପ କାରଖାନାଗୁଡିକ ବ୍ୟବହାର କରୁଥିବା ଭୂତଳ ଜଳ ଉପରେ ନିୟନ୍ତ୍ରଣ ରଖାଯାଉଛି।  ଏଥିପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରତି ମାସରେ ଅଗ୍ରଗତି ରିପୋର୍ଟ ପ୍ରକାଶ କରାଯାଉଛି। କିନ୍ତୁ ଏହିସବୁ ପଦକ୍ଷେପ ଯାଜପୁର ଜିଲା ଧର୍ମଶାଳା ବ୍ଲକ  ହରିଦାଶପୁରଠାରେ ପ୍ରତିଷ୍ଠିତ ରାମ୍‌କୋ ସିମେଣ୍ଟ କମ୍ପାନୀ କ୍ଷେତ୍ରରେ ଲାଗୁ ହୋଇ ନ ଥିବା ଅଭିଯୋଗ ହେଉଛି।
    ସୂଚନା ଅନୁଯାୟୀ, ଜଳସମ୍ପଦ ବିଭାଗର ଚିଫ୍‌ ଇଞ୍ଜିନିୟର କାର୍ଯ୍ୟାଳୟରୁ  ୨୦୧୮ ଅଗଷ୍ଟରେ ରାମ୍‌କୋ ସିମେଣ୍ଟ କାରଖାନାର ନିର୍ମାଣ ଏବଂ ପାନୀୟ ଜଳ ଉଦ୍ଦେଶ୍ୟରେ ଦୈନିକ ୧୦୦ କିଲୋଲିଟର ଭୂତଳ ଜଳ ବ୍ୟବହାର କରିବାକୁ ଅନୁମତି ମିଳିଥିଲା। ଉକ୍ତ ଅନୁମତି ପତ୍ରରେ ୧୭ରୁ ଊର୍ଦ୍ଧ୍ୱ ନିବନ୍ଧନ ରହିଥିଲା।  ସେଥିମଧ୍ୟରୁ କାରଖାନାରେ ଉତ୍ପାଦନ ଆରମ୍ଭ ହେବା ପରେ ଭୂପୃଷ୍ଠରେ ବୋହି ଯାଉଥିବା ପାଣି ବ୍ୟବହାର କରିବ ଏବଂ ପରବର୍ତ୍ତୀ ସମୟରେ ଭୂତଳ ଜଳ ବ୍ୟବହାରକୁ ବନ୍ଦ କରିବାକୁ ପଡିବ ବୋଲି ସର୍ତ୍ତ ରହିଥିଲା। ଗତ ପ୍ରାୟ ୫ ବର୍ଷ ହେଲା ରାମ୍‌କୋ ଉତ୍ପାଦନ ଆରମ୍ଭ କରି ସାରିଛି। କିନ୍ତୁ ଭୂତଳ ଜଳ ବ୍ୟବହାରକୁ ନେଇ ଜଳ ସମ୍ପଦ ବିଭାଗର କୌଣସି ନୀତିନିୟମକୁ ସେ ମାନୁ ନ ଥିବା ଅଭିଯୋଗ ହେଉଛି। କାରଖାନା ପରିସର ବାହାରେ ମଧ୍ୟ ପାଣି ପାଇଁ ରାମ୍‌କୋ ଏକ ପୋଖରୀ ଖନନ କରିଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି। ଏହି ପୋଖରୀ ପାଣିରେ ୧୫ ଦିନ ବି କାରଖାନା ଚଳାଇବା ସମ୍ଭବପର ନୁହେଁ। ଖରା ମାସରେ ପୋଖରୀଟି ସମ୍ପୂର୍ଣ୍ଣ ଶୁଖି ଯାଇଥାଏ। ତେଣୁ ବିକଳ୍ପ ଭାବେ ରାମ୍‌କୋ କାରଖାନା ପରିସରରେ ଏକାଧିକ ବୋରୱେଲ ଖୋଳି ପାଣି ଉତ୍ତୋଳନ କରୁଛି। ଏଥିଯୋଗୁ ଯୋଗଡା, ରଘୁନାଥପୁର, ମୁରାରିପୁର, ଖୁଣ୍ଟା, ଗୁଆରଙ୍ଗ, ଥାନୁଆଲ, ଶ୍ରୀବନ୍ତପୁର ଆଦି ଗ୍ରାମର ନଳକୂପରୁ ପାଣି ବାହାରୁ ନାହିଁ ଏବଂ କୂଅ, ପୋଖରୀ ଶୁଖିଯାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ରାମ୍‌କୋକୁ ପୁଣି ଭୂତଳ ଜଳ ବ୍ୟବହାର ପାଇଁ ଅନୁମତି ଦେଲେ ଗ୍ରାମବାସୀଙ୍କ ଜଳକ୍ଲିଷ୍ଟତା ଆହୁରି ବୃଦ୍ଧି ପାଇବ ବୋଲି  ସାଧାରଣରେ ମତ ପ୍ରକାଶ ପାଇଛି ା
ଏ ସଂକ୍ରାନ୍ତରେ ରାମ୍‌କୋ କାରଖାନାର ଜେନେରାଲ ମ୍ୟାନେଜର ଅଜିତ ପଲଙ୍କୁ ପଚାରିବାରୁ ସେ କହିଛନ୍ତି, ଭୂତଳ ଜଳ ବ୍ୟବହାରରେ କୌଣସି ଅନିୟମିତତା ହେଉନାହିଁ। ଆବଶ୍ୟକତାକୁ ଉପଲବ୍ଧି କରି ଆହୁରି ଭୂତଳ ଜଳ ବ୍ୟବହାର ପାଇଁ ଅନୁମତି ଲୋଡା ଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri